
ଅଯୋଧ୍ୟା, ୨୮ ଡିସେମ୍ବର (ହି.ସ.)- ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ରବିବାର ଶ୍ରୀ ରାମ ଜନ୍ମଭୂମି ମନ୍ଦିରରେ ଭଗବାନ ରାମ ଲଲ୍ଲାଙ୍କୁ ପୂଜା କରିବା ପାଇଁ ଅଯୋଧ୍ୟାରେ ପହଂଚିଛନ୍ତି । ମହର୍ଷି ବାଲ୍ମିକୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ରାଜ୍ୟ କୃଷି ମନ୍ତ୍ରୀ ସୂର୍ଯ୍ୟ ପ୍ରତାପ ଶାହି ଏବଂ ଜିଲ୍ଲା ମାଜିଷ୍ଟ୍ରେଟ୍ ନିଖିଲ ଟିକାରମ୍ ଫୁଣ୍ଡେ ତାଙ୍କୁ ସ୍ୱାଗତ କରିଛନ୍ତି । ସେଠାରୁ ସେ ରାମ ମନ୍ଦିର ଅଭିମୁଖେ ପ୍ରସ୍ଥାନ କରିଛନ୍ତି ।
ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ନାଇଡୁ ଶ୍ରୀ ରାମ ଜନ୍ମଭୂମି ମନ୍ଦିର ପରିସରରେ ପ୍ରାୟ ତିନି ଘଂଟା ବିତାଇବେ, ପ୍ରାର୍ଥନା କରିବେ ଏବଂ ମନ୍ଦିରର ନିର୍ମାଣ ଶୈଳୀ ଅବଲୋକନ କରିବେ । ପହଂଚିବା ପରେ, ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ସାଧାରଣ ସମ୍ପାଦକ ଚମ୍ପତ ରାୟ ତାଙ୍କୁ ସ୍ୱାଗତ କରିବେ । ଶ୍ରୀ ନାଇଡୁ ରାମ ମନ୍ଦିରର ପ୍ରତିଷ୍ଠା ଦ୍ୱାଦଶୀ ଅବସରରେ ଆୟୋଜିତ ଧାର୍ମିକ ରୀତିନୀତିରେ ମଧ୍ୟ ଅଂଶଗ୍ରହଣ କରିବେ ଏବଂ ଅପରାହ୍ନ ୨ଟା ୫୦ ରେ ମହର୍ଷି ବାଲ୍ମିକୀ ବିମାନବନ୍ଦରରୁ ବିଜୟୱାଡା ବିମାନବନ୍ଦର (ଆନ୍ଧ୍ର ପ୍ରଦେଶ)କୁ ପ୍ରସ୍ଥାନ କରିବେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ