ଆଜି ପୁଡୁଚେରୀରେ ଉପରାଷ୍ଟ୍ରପତି
ପୁଡୁଚେରୀ, 29 ଡିସେମ୍ବର (ହି.ସ.)- ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ଆଜି ପୁଡୁଚେରୀରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଏହି ଅବସର ପାଇଁ ତ୍ରିସ୍ତରୀୟ ପୋଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଉପରାଷ୍ଟ୍ରପତି ନୂଆଦିଲ୍ଲୀରୁ ସାମରିକ ବିମାନ ମାଧ୍
ଉପରାଷ୍ଟ୍ରପତି


ପୁଡୁଚେରୀ, 29 ଡିସେମ୍ବର (ହି.ସ.)- ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ଆଜି ପୁଡୁଚେରୀରେ

ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଏହି ଅବସର ପାଇଁ ତ୍ରିସ୍ତରୀୟ

ପୋଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଉପରାଷ୍ଟ୍ରପତି ନୂଆଦିଲ୍ଲୀରୁ ସାମରିକ ବିମାନ ମାଧ୍ୟମରେ

ତିରୁଚି (ତିରୁଚିରାପଲ୍ଲୀ) ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ସେ ହେଲିକପ୍ଟର ଯୋଗେ

ପୁଡୁଚେରୀକୁ ପ୍ରସ୍ଥାନ କରିବେ। ବିମାନବନ୍ଦରରେ ତାଙ୍କୁ ଉପରାଜ୍ୟପାଳ କୈଳାଶନାଥନ ଓ

ମୁଖ୍ୟମନ୍ତ୍ରୀ ରଙ୍ଗସ୍ୱାମୀ ସ୍ୱାଗତ କରିବେ।

ଏୟାରପୋର୍ଟରେ ପୋଲିସ ପ୍ୟାରେଡ୍‌ ମାଧ୍ୟମରେ ତାଙ୍କୁ ସମ୍ମାନ

ଜଣାଯିବ। ସେଠାରୁ ଉପରାଷ୍ଟ୍ରପତି କାମ୍ବନ କଳାୟରଙ୍ଗକୁ ଯିବେ। ସେଠାରେ ସେ କୁମାରଗୁରୁ ପଲ୍ଲମ

ସ୍ମାର୍ଟ ସିଟି ପ୍ରକଳ୍ପ ଅଧୀନରେ ନିର୍ମିତ ଆପାର୍ଟମେଣ୍ଟଗୁଡ଼ିକର ଉଦ୍‌ଘାଟନ କରିବେ। ଏହା ପରେ

ସେ ଭାରତିୟାରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ଅର୍ପଣ କରିବେ ଏବଂ ତାଙ୍କ ସ୍ମାରକ ଭବନ

ପରିଦର୍ଶନ କରିବେ।

ସେ ଏକ ବେସରକାରୀ ବିଦ୍ୟାଳୟର କାର୍ଯ୍ୟକ୍ରମରେ ମଧ୍ୟ ଅଂଶ ନେବେ। ଦ୍ୱିପ୍ରହରରେ

ରାଜୀବ ଗାନ୍ଧୀ ଛକ୍‌ରେ ଅବସ୍ଥିତ ଏକ ବେସରକାରୀ ହୋଟେଲରେ ଭୋଜନ କରିବେ। ତାପରେ କିଛି ସମୟ

ବିଶ୍ରାମ କରିବେ। ଦ୍ୱିପ୍ରହର ୩ଟାରେ କଳା ପଟ୍ଟୁଭିନ୍‌ର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟକୁ ଯିବେ। ସେଠାରେ

ଆୟୋଜିତ ସମାରୋହରେ ଛାତ୍ରଛାତ୍ରୀମାନଙ୍କୁ ଡିଗ୍ରୀ ପ୍ରଦାନ କରିବେ।

ଉପରାଷ୍ଟ୍ରପତି ଆନ୍ତର୍ଜାତୀୟ ସମ୍ମିଳନୀ କେନ୍ଦ୍ରର ଉଦ୍‌ଘାଟନ କରିବେ

ଏବଂ ୧୦୦ ଫୁଟ୍‌ ଉଚ୍ଚ ଧ୍ୱଜସ୍ତମ୍ଭରେ ଜାତୀୟ ପତାକା ଉତ୍ତୋଳନ କରିବେ। ସନ୍ଧ୍ୟା ୪ଟାରେ ସେ

ପୁଡୁଚେରୀ ବିମାନବନ୍ଦରରେ ପହଞ୍ଚି ତିରୁଚିରାପଲ୍ଲୀ ପାଇଁ ପ୍ରସ୍ଥାନ କରିବେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande