
ନୂଆଦିଲ୍ଲୀ, ୨୮ ଡିସେମ୍ବର (ହି.ସ.) – ଜାତୀୟ ଗ୍ରାହକ ଦିବସରେ କେନ୍ଦ୍ର ଗ୍ରାହକ ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଂଟନ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ବୋମା ନିଷ୍କ୍ରିୟ ଉପକରଣ ଗୁଡ଼ିକର କାର୍ଯ୍ୟଦକ୍ଷତା ମୂଲ୍ୟାଙ୍କନ ଏବଂ ସୁରକ୍ଷା ଯାଂଚକୁ ମାନକୀକରଣ କରିବା ପାଇଁ ଜାରି କରାଯାଇଥିବା ଆଇଏସ ୧୯୪୪୫:୨୦୨୫ ବୋମା ନିଷ୍କ୍ରିୟ ପ୍ରଣାଳୀ କାର୍ଯ୍ୟଦକ୍ଷତା ମୂଲ୍ୟାଙ୍କନ ଏବଂ ଆବଶ୍ୟକତା ମାନକ ଜାରି କରିଛନ୍ତି । ଏହି ମାନକ ଗୃହ ମନ୍ତ୍ରଣାଳୟ ଏବଂ ଡିଆରଡିଓର ଟିବିଆରଏଲ ପ୍ରୟୋଗଶାଳାର ଚାହିଦା କ୍ରମେ ପ୍ରସ୍ତୁତ କରାଯାଇଛି । ପ୍ରହଲ୍ଲାଦ ଯୋଶୀ ଜାତୀୟ ଗ୍ରାହକ ଦିବସ ଅବସରରେ ରାଜଧାନୀ ଦିଲ୍ଲୀର ଭାରତ ମଣ୍ଡପରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ମାନକୁ ଉନ୍ମୋଚନ କରିଛନ୍ତି । ଏହି ମାନକ ପିଜିଡ଼ି ୨୮ କମିଟି ଅଧିନରେ ଏକ ସହମତି-ଆଧାରିତ ପ୍ରକ୍ରିୟା ମାଧ୍ୟମରେ ବିକଶିତ କରାଯାଇଥିଲା । ଟିବିଆରଏଲ, ଡିଆରଡିଓଙ୍କ ଅଧ୍ୟକ୍ଷତାରେ ପିଜିଡ଼ି ୨୮ ପି୧ ପ୍ୟାନେଲ ଗଠନ କରାଯାଇଥିଲା । ଉତ୍ପାଦନ ପ୍ରକ୍ରିୟାରେ ଡିଆରଡିଓ, ଏନଏସଜି, ଏମଇଏସ, ଡିଜିକ୍ୟୁଏ, କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ, ରାଜ୍ୟ ପୋଲିସ, ଏଏଆଇ, ଏନସିଆରଟିସି, ଗବେଷଣା ପ୍ରତିଷ୍ଠାନ, ସରକାରୀ ଏବଂ ବେସରକାରୀ ନିର୍ମାତା ଏବଂ ପରୀକ୍ଷଣ ବିଶେଷଜ୍ଞମାନେ ସାମିଲ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ