ରତନ ଟାଟାଙ୍କ ଜୟନ୍ତୀରେ ରାଷ୍ଟ୍ରର ଶ୍ରଦ୍ଧାଞ୍ଜଳି, ନେତାମାନେ ତାଙ୍କ ନୈତିକ ନେତୃତ୍ଵ ଓ ରାଷ୍ଟ୍ର ନିର୍ମାଣରେ ଅବଦାନକୁ ମନେ ପକାଇଲେ
ନୂଆଦିଲ୍ଲୀ, ୨୮ ଡିସେମ୍ବର (ହି.ସ.)- ରବିବାର ଭାରତର ପ୍ରମୁଖ ଶିଳ୍ପପତି ତଥା ପଦ୍ମ ବିଭୂଷଣ ରତନ ଟାଟାଙ୍କ ଜୟନ୍ତୀରେ ସାରା ଦେଶରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ରାଜନୈତିକ, ସାମାଜିକ ଏବଂ ସାଂସ୍କୃତିକ ଜଗତର ପ୍ରମୁଖ ବ୍ୟକ୍ତିମାନେ ତାଙ୍କ ନୈତିକ ନେତୃତ୍ୱ, ଦାନଶୀଳତା, ନବସୃଜନ ଏବଂ ରାଷ୍ଟ୍ର ନି
ରତନ ଟାଟାଙ୍କ ଜୟନ୍ତୀ


ନୂଆଦିଲ୍ଲୀ, ୨୮ ଡିସେମ୍ବର (ହି.ସ.)- ରବିବାର ଭାରତର ପ୍ରମୁଖ ଶିଳ୍ପପତି ତଥା ପଦ୍ମ ବିଭୂଷଣ ରତନ ଟାଟାଙ୍କ ଜୟନ୍ତୀରେ ସାରା ଦେଶରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ରାଜନୈତିକ, ସାମାଜିକ ଏବଂ ସାଂସ୍କୃତିକ ଜଗତର ପ୍ରମୁଖ ବ୍ୟକ୍ତିମାନେ ତାଙ୍କ ନୈତିକ ନେତୃତ୍ୱ, ଦାନଶୀଳତା, ନବସୃଜନ ଏବଂ ରାଷ୍ଟ୍ର ନିର୍ମାଣରେ ଅମୂଲ୍ୟ ଅବଦାନକୁ ମନେ ପକାଇଛନ୍ତି ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ' ରେ ଲେଖିଛନ୍ତି, ରତନ ଟାଟା ପ୍ରମାଣ କରିଛନ୍ତି ଯେ, ପ୍ରକୃତ ସଫଳତା କେବଳ ବ୍ୟବସାୟିକ ସଫଳତାରେ ନୁହେଁ, ବରଂ ଜାତୀୟ ସେବାରେ ରହିଛି । ତାଙ୍କର ଐତିହ୍ୟ ପିଢ଼ିକୁ ଏକ ଆତ୍ମନିର୍ଭରଶୀଳ ଭାରତ ନିର୍ମାଣ ପାଇଁ ପ୍ରେରଣା ଦେଇ ଚାଲିବ ।

କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ରତନ ଟାଟାଙ୍କୁ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱର ପ୍ରତୀକ ଭାବରେ ବର୍ଣ୍ଣନା କରି କହିଛନ୍ତି ଯେ, ତାଙ୍କ ମାର୍ଗଦର୍ଶନରେ, ନବସୃଜନ ଏବଂ କରୁଣାର ଏକ ଅନନ୍ୟ ମିଶ୍ରଣ ଦେଖାଯାଇଥିଲା । ସେ ଭାରତୀୟ ଉଦ୍ୟୋଗୀତାକୁ ବିଶ୍ୱସ୍ତରୀୟ ମାନ୍ୟତା ଆଣିବାରେ ଏବଂ ଜାତୀୟ ବିକାଶରେ ଶିଳ୍ପର ଭୂମିକାକୁ ପୁନଃପରିଭାଷିତ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

କେନ୍ଦ୍ରୀୟ ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ଯେ, ରତନ ଟାଟାଙ୍କ ଜୀବନ ସଚ୍ଚୋଟତା, ନମ୍ରତା ଏବଂ ମାନବୀୟ କରୁଣାରେ ପରିପୂର୍ଣ୍ଣ ଥିଲା । ସେ ବ୍ୟବସାୟ ଜଗତରେ ନୈତିକ ମୂଲ୍ୟବୋଧକୁ ବଜାୟ ରଖିଥିଲେ ଏବଂ ସମାଜର ଦୁର୍ବଳ ବର୍ଗର ଉନ୍ନତି ପାଇଁ ଅକ୍ଲାନ୍ତ ପରିଶ୍ରମ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande