
ରାୟପୁର, 29 ଡିସେମ୍ବର (ହି.ସ.)- ଭାରତମାଳା ପ୍ରକଳ୍ପ କ୍ଷତିପୂରଣ ଘୋଟାଲା ସମ୍ପର୍କିତ
ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ସକାଳେ ରାଜ୍ୟର ରାଜଧାନୀ ରାୟପୁର ଏବଂ
ମହାସମୁନ୍ଦରେ ଚଢ଼ାଉ କରିଛି। ଇଡିର କାର୍ଯ୍ୟାନୁଷ୍ଠାନର ପ୍ରମୁଖ କେନ୍ଦ୍ର ରାୟପୁରର ଲ’–ଭିଷ୍ଟା
ସୋସାଇଟିରେ ଅବସ୍ଥିତ ହରମୀତ ଖନୂଜାଙ୍କ ଘର ଅଟେ। ଏଠାରେ ସକାଳଠାରୁ ଦଲିଲପତ୍ରର ଗଭୀର ଯାଞ୍ଚ
ଚାଲିଛି।
ଔପଚାରିକ ସୂଚନା ଅନୁସାରେ, ରାୟପୁର ଏବଂ ମହାସମୁନ୍ଦରେ ପ୍ରାୟ ନଅଟି ଠିକଣାରେ ଚଢ଼ାଉ କରାଯାଇଛି।
ଇଡିର ମୋଟ ସାତଟି ଟିମ୍ ସକାଳେ ଏକାସାଥିରେ ଚଢ଼ାଉ କରିଥିଲେ। ଇଡି ହରମୀତ ଖନୂଜାଙ୍କ ସହଯୋଗୀ, କିଛି ସରକାରୀ
ଅଧିକାରୀ ଏବଂ ଜମି ମାଲିକମାନଙ୍କ ସହ ସଂପୃକ୍ତ ଠିକଣାଗୁଡ଼ିକରେ ମଧ୍ୟ ଚଢ଼ାଉ କରିଛି।
ମହାସମୁନ୍ଦରେ ହୋଣ୍ଡା ଶୋରୁମର ମାଲିକ ବ୍ୟବସାୟୀ ଜସବୀର ସିଂହ ବଗ୍ଗାଙ୍କ ବସନ୍ତ କଲୋନୀରେ ଥିବା
ଘରେ ମଧ୍ୟ ଇଡି ଚଢ଼ାଉ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା