ସୁପ୍ରିମ କୋର୍ଟ ଆରାବଳି ମାମଲାରେ ନିଜସ୍ୱ ନିଷ୍ପତିକୁ ସ୍ଥଗିତ ରଖିଛନ୍ତିି, କେନ୍ଦ୍ର ଏବଂ ସମ୍ପୃକ୍ତ ରାଜ୍ୟଗୁଡ଼ିକୁ ଜାରି କରିଛିନ୍ତି ନୋଟିସ୍‌
ନୂଆଦିଲ୍ଲୀ, ୨୯ ଡିସେମ୍ବର (ହି.ସ.)- ଅରାବଳିି ମାମଲାରେ ସୁପ୍ରିମକୋର୍ଟ ନିଜସ୍ୱ ନିଷ୍ପତିକୁ ସ୍ଥଗିତ ରଖିଛି। ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ କେନ୍ଦ୍ର ସରକାର ଏବଂ ସମ୍ପୃକ୍ତ ରାଜ୍ୟଗୁଡ଼ିକୁ ନୋଟିସ୍ ଜାରି କରିଛନ୍ତି। ମାମଲାର ପରବର୍ତୀ ଶୁଣାଣି ଜାନୁଆରୀ ୨୧ ରେ
ସୁପ୍ରିମ କୋର୍ଟ ଆରାବଳି ମାମଲାରେ ନିଜସ୍ୱ ନିଷ୍ପତିକୁ ସ୍ଥଗିତ ରଖିଛନ୍ତିି, କେନ୍ଦ୍ର ଏବଂ ସମ୍ପୃକ୍ତ ରାଜ୍ୟଗୁଡ଼ିକୁ ଜାରି କରିଛିନ୍ତି ନୋଟିସ୍‌


ନୂଆଦିଲ୍ଲୀ, ୨୯ ଡିସେମ୍ବର (ହି.ସ.)- ଅରାବଳିି ମାମଲାରେ ସୁପ୍ରିମକୋର୍ଟ ନିଜସ୍ୱ ନିଷ୍ପତିକୁ ସ୍ଥଗିତ ରଖିଛି। ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ କେନ୍ଦ୍ର ସରକାର ଏବଂ ସମ୍ପୃକ୍ତ ରାଜ୍ୟଗୁଡ଼ିକୁ ନୋଟିସ୍ ଜାରି କରିଛନ୍ତି। ମାମଲାର ପରବର୍ତୀ ଶୁଣାଣି ଜାନୁଆରୀ ୨୧ ରେ ହେବ। ଆରାବଳି ପାହାଡ଼ ଦିଲ୍ଲୀରୁ ହରିୟାଣା, ରାଜସ୍ଥାନ ଏବଂ ଗୁଜରାଟ ପର୍ଯ୍ୟନ୍ତ ବିସ୍ତୃତ।

ତତ୍କାଳୀନ ମୁଖ୍ୟ ବିଚାରପତି ଗଭାଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଆରାବଳି ପରିସରକୁ ୧୦୦ ମିଟରରେ ପରିଭାଷିତ କରିଥିଲେ। ଏହି ନିଷ୍ପତି ଦେଶବ୍ୟାପୀ ପ୍ରତିବାଦ ସୃଷ୍ଟି କରିଥିଲା। ପ୍ରତିବାଦ ପରେ, ସୁପ୍ରିମକୋର୍ଟ ଏହି ମାମଲାର ସ୍ୱତଃ ବିଚାର କରିଥିଲେ। କୋର୍ଟ କହିଥିଲେ ଯେ ଏହି ମାମଲାକୁ ପୁନର୍ବିଚାର କରିବା ପାଇଁ ଏକ ଉଚ୍ଚ କ୍ଷମତାସମ୍ପନ୍ନ ବିଶେଷଜ୍ଞ କମିଟି ଗଠନ କରାଯିବ। ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ଆବଶ୍ୟକ।

ଶୁଣାଣି ସମୟରେ, କେନ୍ଦ୍ରର ପ୍ରତିନିଧିତ୍ୱ କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟା କହିଥିଲେ ଯେ ଏହି ନିର୍ଦ୍ଦେଶ ପରେ କେନ୍ଦ୍ରର ଭୂମିକା ସମ୍ପର୍କରେ ଯଥେଷ୍ଟ ଦ୍ୱନ୍ଦ୍ୱ ରହିଛି। ଏହି ପ୍ରସଙ୍ଗର ସମାଧାନ ପାଇଁ ବିଶେଷଜ୍ଞଙ୍କ ଏକ କମିଟି ଗଠନ କରାଯାଇଥିଲା ଏବଂ କୋର୍ଟ ବିଶେଷଜ୍ଞ କମିଟିର ନିଷ୍କର୍ଷକୁ ଗ୍ରହଣ କରିଥିଲେ। ତା’ପରେ ମୁଖ୍ୟ ବିଚାରପତି କହିଥିଲେ ଯେ ଏହି ପ୍ରସଙ୍ଗରେ ସ୍ୱାଧୀନ ବିଶେଷଜ୍ଞଙ୍କ ମତାମତ ଜାଣିବା ଗୁରୁତ୍ୱପୂର୍ଣ୍ଣ।

-----------------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande