ରାମେଶ୍ଵରମରେ ଆସନ୍ତାକାଲି ସମାପନ ହେବ କାଶୀ ତାମିଲ ସଙ୍ଗମ ୪.୦, ଯୋଗଦେବେ ଉପରାଷ୍ଟ୍ରପତି
ରାମନାଥପୁରମ, ୨୯ ଡିସେମ୍ବର (ହି.ସ.)- କାଶୀ ତାମିଲ ସଙ୍ଗମର ସମାପନ ସମାରୋହ ଡିସେମ୍ବର ୩୦ ତାରିଖରେ ରାମେଶ୍ୱରମରେ ଅନୁଷ୍ଠିତ ହେବ । ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ରାମେଶ୍ୱରମ ବସଷ୍ଟାଣ୍ଡ ନିକଟସ୍ଥ ମନ୍ଦିର ଛାତ୍ରାବାସ ପରିସରରେ ଅନୁଷ୍ଠିତ ହେବାକୁ ଥିବା ଏହି ସମାପନ ସମାରୋହରେ ଯୋଗ ଦେବେ । ଯା
ରାମେଶ୍ଵରମରେ ଆସନ୍ତାକାଲି ସମାପନ ହେବ କାଶୀ ତାମିଲ ସଙ୍ଗମ ୪.୦, ଯୋଗଦେବେ ଉପରାଷ୍ଟ୍ରପତି


ରାମନାଥପୁରମ, ୨୯ ଡିସେମ୍ବର (ହି.ସ.)- କାଶୀ ତାମିଲ ସଙ୍ଗମର ସମାପନ ସମାରୋହ ଡିସେମ୍ବର ୩୦ ତାରିଖରେ ରାମେଶ୍ୱରମରେ ଅନୁଷ୍ଠିତ ହେବ । ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ରାମେଶ୍ୱରମ ବସଷ୍ଟାଣ୍ଡ ନିକଟସ୍ଥ ମନ୍ଦିର ଛାତ୍ରାବାସ ପରିସରରେ ଅନୁଷ୍ଠିତ ହେବାକୁ ଥିବା ଏହି ସମାପନ ସମାରୋହରେ ଯୋଗ ଦେବେ । ଯାହାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ଏବଂ ମନ୍ଦିର ପରିସରରେ ଡ୍ରୋନ୍ ଉଡ଼ାଣକୁ ମଧ୍ୟ ନିଷିଦ୍ଧ କରାଯାଇଛି ।

କାଶୀ ତାମିଲ ସଙ୍ଗମ ୪.୦ କାର୍ଯ୍ୟକ୍ରମ ଡିସେମ୍ବର ୨ ରୁ ୧୫ ତାରିଖ ପର୍ଯ୍ୟନ୍ତ ଉତର ପ୍ରଦେଶର ବାରାଣସୀର ନମୋ ଘାଟ ମଂଚରେ ଏକ ବିରାଟ ଆକାରରେ ଅନୁଷ୍ଠିତ ହୋଇଥିଲା । ତାମିଲନାଡୁର ବିଭିନ୍ନ ଜିଲ୍ଲାରୁ ଛାତ୍ର, କଳାକାର, ଚାଷୀ ଏବଂ ସ୍ୱେଚ୍ଛାସେବକମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । କାଶୀ ତାମିଲ ସଙ୍ଗମ ୪.୦ ର ସମାପନ ସମାରୋହ ଏବେ ରାମନାଥପୁରମ ଜିଲ୍ଲାର ରାମେଶ୍ୱରମରେ ଅନୁଷ୍ଠିତ ହେବ । କାଶୀ ତାମିଲ ସଙ୍ଗମର ସମାପନୀ ସମାରୋହ ଡିସେମ୍ବର ୩୦ ତାରିଖରେ ରାମେଶ୍ୱରମ୍ ବସଷ୍ଟାଣ୍ଡ ନିକଟସ୍ଥ ମନ୍ଦିର ଛାତ୍ରାବାସ ପରିସରରେ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ୍‌, ତାମିଲନାଡୁ ରାଜ୍ୟପାଳ ଆର.ଏନ. ରବି, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଏଲ. ମୁରୁଗାନ୍ ଏବଂ ଅନ୍ୟମାନେ ଯୋଗଦେବାର ଆଶା କରାଯାଉଛି ।

ଉପରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମର ପ୍ରସ୍ତୁତି ପାଇଁ, ରାମନାଥପୁରମ୍ ଜିଲ୍ଲା କଲେକ୍ଟର ସିମରଜିତ ସିଂହ କାଲୋନ୍‌, ପୋଲିସ ଅଧିକାରୀ ସନ୍ଦିଶ ଏବଂ ସୁରକ୍ଷା ବିଭାଗର ଅଧିକାରୀମାନେ କାଶୀ ତାମିଲ ସଙ୍ଗମ ସ୍ଥଳ ପରିଦର୍ଶନ କରି ମନ୍ଦିରର ଆବାସ ପରିସରକୁ ଯାଂଚ୍ କରିଥିଲେ ଏବଂ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande