2025ରେ ମଧ୍ୟପ୍ରଦେଶକୁ ମିଳିଲା ନୂଆ ଟାଇଗଲ ରିଜର୍ଭ, ଏବେ 9ରେ ପହଂଚିଲା ସଂଖ୍ୟା
ଭୋପାଲ, 29 ଡିସେମ୍ବର (ହି.ସ.)- ମଧ୍ୟ ପ୍ରଦେଶକୁ ଏମିତି ହିଁ “ଟାଇଗର୍‌ ଷ୍ଟେଟ୍‌” ବୋଲି କୁହାଯାଏ ନାହିଁ। ଦେଶରେ ସବୁଠାରୁ ଅଧିକ ବାଘ ସଂଖ୍ୟା ଓ ସର୍ବାଧିକ ଟାଇଗର୍‌ ରିଜର୍ଭ ଥିବା ଗୌରବ ଧାରଣ କରୁଥିବା ଏହି ରାଜ୍ୟ ୨୦୨୫ ମସିହାରେ ବନ୍ୟଜନ୍ତୁ ସୁରକ୍ଷା ଦିଗରେ ଆଉ ଗୋଟିଏ ବଡ଼
ବାଘ


ଭୋପାଲ, 29 ଡିସେମ୍ବର (ହି.ସ.)- ମଧ୍ୟ ପ୍ରଦେଶକୁ ଏମିତି ହିଁ “ଟାଇଗର୍‌ ଷ୍ଟେଟ୍‌” ବୋଲି

କୁହାଯାଏ ନାହିଁ। ଦେଶରେ ସବୁଠାରୁ ଅଧିକ ବାଘ ସଂଖ୍ୟା ଓ ସର୍ବାଧିକ ଟାଇଗର୍‌ ରିଜର୍ଭ ଥିବା

ଗୌରବ ଧାରଣ କରୁଥିବା ଏହି ରାଜ୍ୟ ୨୦୨୫ ମସିହାରେ ବନ୍ୟଜନ୍ତୁ ସୁରକ୍ଷା ଦିଗରେ ଆଉ ଗୋଟିଏ ବଡ଼

ପଦକ୍ଷେପ ନେଇଛି। ୨୦୨୫ ମସିହାରେ ମାଧବ ଜାତୀୟ ଉଦ୍ୟାନ (ଶିବପୁରୀ)କୁ ଆଧିକାରିକ ଭାବେ ଟାଇଗର୍‌

ରିଜର୍ଭର ମାନ୍ୟତା ମିଳିବା ସହ ମଧ୍ୟ ପ୍ରଦେଶରେ ଟାଇଗର୍‌ ରିଜର୍ଭର ସଂଖ୍ୟା ବଢ଼ି ୯ଟିକୁ

ପହଞ୍ଚିଛି। ଏହା ସହିତ ମଧ୍ୟ ପ୍ରଦେଶ ଭାରତରେ ଏବଂ ବିଶ୍ୱସ୍ତରରେ ମଧ୍ୟ ବାଘ ସଂରକ୍ଷଣ

କ୍ଷେତ୍ରରେ ଗୋଟିଏ ଅଗ୍ରଣୀ ରାଜ୍ୟ ଭାବେ ନିଜ ସ୍ଥାନକୁ ଆହୁରି ମଜବୁତ କରିଛି।

ଏହି ବର୍ଷ ମାର୍ଚ୍ଚ ୨୦୨୫ରେ ଏହାକୁ ଔପଚାରିକ ଭାବେ ଭାରତର ୫୮ତମ ଏବଂ

ମଧ୍ୟ ପ୍ରଦେଶର ୯ତମ ଟାଇଗର୍‌ ରିଜର୍ଭ ଭାବେ ଘୋଷଣା କରାଯାଇଛି। ଏହି ରିଜର୍ଭ ରାଜ୍ୟର ଶିବପୁରୀ

ଜିଲ୍ଲାରେ ଅବସ୍ଥିତ ଓ ଐତିହାସିକ ମାଧବ ଜାତୀୟ ଉଦ୍ୟାନ ଅଞ୍ଚଳକୁ ପରିବ୍ୟାପ୍ତ କରେ। ଚମ୍ବଳ

ଅଞ୍ଚଳରେ ଅବସ୍ଥିତ ଏହି କ୍ଷେତ୍ର ଦୀର୍ଘ ସମୟ ଧରି ନିଜ ସମୃଦ୍ଧ ଜୀବ ବିବିଧତା, ହ୍ରଦ, ଘାସ ମୈଦାନ ଓ

ମିଶ୍ରିତ ବନ୍ୟଭୂମି ପାଇଁ ପରିଚିତ ରହିଆସିଛି। ବର୍ତ୍ତମାନ ଟାଇଗର୍‌ ରିଜର୍ଭର ମାନ୍ୟତା ମିଳିବା

ପରେ ଏହି ଅଞ୍ଚଳ ବାଘ ସଂରକ୍ଷଣ ଏବଂ ପୁନର୍ବାସନର ଗୋଟିଏ ନୂତନ କେନ୍ଦ୍ର ଭାବେ ଉଭା ହୋଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande