ଉତର ବଙ୍ଗର 4 ଜିଲ୍ଲାରେ ବାଂଲାଦେଶର ନାଗରିକଙ୍କ ପାଇଁ ହୋଟେଲ ବନ୍ଦ
ସିଲିଗୁଡି, 29 ଡିସେମ୍ବର (ହି.ସ.)- ଉତ୍ତର ବଙ୍ଗର ସୀମାନ୍ତ ଅଞ୍ଚଳଗୁଡ଼ିକରେ ବାଂଲାଦେଶୀ ନାଗରିକମାନଙ୍କୁ ନେଇ ଥିବା ଅସନ୍ତୋଷ ଏବେ ସାମ୍ନାକୁ ଆସିବା ଆରମ୍ଭ କରିଛି। ସିଲିଗୁଡ଼ି, ମାଲଦା ଓ କୁଚବିହାର ପରେ ବର୍ତ୍ତମାନ ଦକ୍ଷିଣ ଦିନାଜପୁରର ବାଲୁରଘାଟରେ ମଧ୍ୟ ହୋଟେଲ ମାଲିକମାନେ ବ
ବାଂଲାଦେଶ ବଏକଟ୍


ସିଲିଗୁଡି, 29 ଡିସେମ୍ବର (ହି.ସ.)- ଉତ୍ତର ବଙ୍ଗର ସୀମାନ୍ତ ଅଞ୍ଚଳଗୁଡ଼ିକରେ ବାଂଲାଦେଶୀ

ନାଗରିକମାନଙ୍କୁ ନେଇ ଥିବା ଅସନ୍ତୋଷ ଏବେ ସାମ୍ନାକୁ ଆସିବା ଆରମ୍ଭ କରିଛି। ସିଲିଗୁଡ଼ି, ମାଲଦା ଓ କୁଚବିହାର

ପରେ ବର୍ତ୍ତମାନ ଦକ୍ଷିଣ ଦିନାଜପୁରର ବାଲୁରଘାଟରେ ମଧ୍ୟ ହୋଟେଲ ମାଲିକମାନେ ବାଂଲାଦେଶୀ

ନାଗରିକଙ୍କୁ କୋଠା ଦେବାକୁ ସ୍ପଷ୍ଟ ଭାବେ ବନ୍ଦ କରିଛନ୍ତି। ଚାରିଟି ଜିଲ୍ଲାରେ ହୋଟେଲ ବାହାରେ

ପୋଷ୍ଟର ଓ ଫ୍ଲେକ୍ସ ଲଗାଇ ଏହି ସନ୍ଦେଶ ଦିଆଯାଉଛି ଯେ ଦେଶର ଅପମାନ କରୁଥିବା ଲୋକମାନଙ୍କ ପାଇଁ

ଏଠାରେ କୌଣସି ସ୍ଥାନ ନାହିଁ।

ହୋଟେଲ ବ୍ୟବସାୟୀମାନଙ୍କ କହିବା ଅନୁଯାୟୀ, ଏହି ନିଷ୍ପତି

କୌଣସି ଚାପରେ ନିଆଯାଇନଥିଲା,

ବରଂ ଦେଶର

ସମ୍ମାନକୁ ଧ୍ୟାନରେ ରଖି ଗ୍ରହଣ କରାଯାଇଛି। ବାଲୁରଘାଟର ଅନେକ ହୋଟେଲ ବାହାରେ ସ୍ପଷ୍ଟ ଭାବେ

ଲେଖାଯାଇଛି ଯେ ବାଂଲାଦେଶୀ ନାଗରିକମାନଙ୍କୁ ଏଠାରେ କୋଠା ଦିଆଯିବ ନାହିଁ। ହୋଟେଲ ମାଲିକମାନଙ୍କ

ମତାନୁସାରେ, ବ୍ୟବସାୟର କ୍ଷତି

ହେଲେ ମଧ୍ୟ ସେଥିରେ ସେମାନେ ସମ୍ମତ, କିନ୍ତୁ ଦେଶର ଗରିମା ସହ କୌଣସି ବୁଝାମଣା କରାଯାଇପାରିବ ନାହିଁ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande