ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ନିର୍ଦ୍ଦେଶରେ ଏଫଏସଡିଏର ବଡ କାର୍ଯ୍ୟାନୁଷ୍ଠାନ : କୋଡିନ୍ ଯୁକ୍ତ କଫ୍ ସିରପର ସମାନ୍ତରାଳ ଯୋଗାଣ ଶୃଙ୍ଖଳା ଧ୍ଵସ୍ତ
ଲକ୍ଷ୍ନୌ, ୨୯ ଡିସେମ୍ବର (ହି.ସ.)- ଯୋଗୀ ସରକାର ଗତ ନଅ ଏବଂ ସାଢ଼େ ନଅ ବର୍ଷ ମଧ୍ୟରେ ଅବୈଧ ଔଷଧ ବିରୁଦ୍ଧରେ କଠୋରତମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଖାଦ୍ୟ ସୁରକ୍ଷା ଏବଂ ଔଷଧ ପ୍ରଶାସନ (ଏଫଏସଡିଏ)କୁ କୋଡିନ୍ ଯୁକ୍ତ କଫ୍ ସିରପ୍ ଏବଂ ଏନଡିପିଏସ ତାଲିକାଭୁକ୍ତ
ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ନିର୍ଦ୍ଦେଶରେ ଏଫଏସଡିଏର ବଡ କାର୍ଯ୍ୟାନୁଷ୍ଠାନ : କୋଡିନ୍ ଯୁକ୍ତ କଫ୍ ସିରପର ସମାନ୍ତରାଳ ଯୋଗାଣ ଶୃଙ୍ଖଳା ଧ୍ଵସ୍ତ


ଲକ୍ଷ୍ନୌ, ୨୯ ଡିସେମ୍ବର (ହି.ସ.)- ଯୋଗୀ ସରକାର ଗତ ନଅ ଏବଂ ସାଢ଼େ ନଅ ବର୍ଷ ମଧ୍ୟରେ ଅବୈଧ ଔଷଧ ବିରୁଦ୍ଧରେ କଠୋରତମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଖାଦ୍ୟ ସୁରକ୍ଷା ଏବଂ ଔଷଧ ପ୍ରଶାସନ (ଏଫଏସଡିଏ)କୁ କୋଡିନ୍ ଯୁକ୍ତ କଫ୍ ସିରପ୍ ଏବଂ ଏନଡିପିଏସ ତାଲିକାଭୁକ୍ତ ଔଷଧର ବେଆଇନ ସଂରକ୍ଷଣ, ବିକ୍ରୟ, ବଂଟନ ଏବଂ ଡାଇଭର୍ସନକୁ ପ୍ରଭାବଶାଳୀ ଭାବରେ ନିୟନ୍ତ୍ରଣ କରିବା ପାଇଁ ଏକ ଅଭିଯାନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତିନି ମାସ ପୂର୍ବରୁ ଏକ ଅଭିଯାନ ଆରମ୍ଭ ହୋଇଥିଲା ।

ଉତର ପ୍ରଦେଶ ସରକାରଙ୍କ ଜଣେ ମୁଖପାତ୍ର ସୋମବାର କହିଛନ୍ତି ଯେ, କୋଡିନ୍ ଯୁକ୍ତ କଫ୍ ସିରପ୍ ର ବେଆଇନ ଡାଇଭର୍ସନ ଉପରେ ଦେଶର ସବୁଠାରୁ ବଡ଼ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା ପୂର୍ବରୁ ବିଭାଗ ଏକ ସମ୍ପୂର୍ଣ୍ଣ ଆଭ୍ୟନ୍ତରୀଣ ତଦନ୍ତ ଆରମ୍ଭ କରିଛି । ଏହି ତଦନ୍ତ ସମୟରେ ଝାଡ଼ଖଣ୍ଡ, ହରିୟାଣା, ହିମାଚଳ ପ୍ରଦେଶ ଏବଂ ଉତରାଖଣ୍ଡ ଭଳି ରାଜ୍ୟରେ ତଦନ୍ତ କରାଯାଇଥିଲା, ଉତର ପ୍ରଦେଶର ସୁପର-ଷ୍ଟକିଷ୍ଟ ଏବଂ ହୋଲସେଲରଙ୍କ ସହିତ ସେମାନଙ୍କର ବ୍ୟବସାୟିକ ସମ୍ପର୍କର ପ୍ରମାଣ ସଂଗ୍ରହ କରାଯାଇଥିଲା । ପରବର୍ତୀ ସମୟରେ, ରାଜ୍ୟରେ ଏକ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା, ଯାହା ସିରପ୍ ର ବେଆଇନ ଡାଇଭର୍ସନକୁ ପର୍ଦ୍ଦାଫାସ କରିଥିଲା । ଏଫଏସଡିଏର ରିପୋର୍ଟ ଆଧାରରେ, ପୋଲିସ ଏବଂ ସ୍ପେଶାଲ ଟାକ୍ସ ଫୋର୍ସ (ଏସଟିଏଫ) ନିଶାର ସୌଦାଗର ମାନଙ୍କୁ ଧରିବା ପାଇଁ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ, ସିରପ୍ କୁ ଡ୍ରଗ୍ ଭାବରେ ବ୍ୟବହାର କରୁଥିବା ଲୋକଙ୍କ ବିରୁଦ୍ଧରେ ଏନଡିପିଏସ ଏବଂ ଭାରତୀୟ ଦଣ୍ଡ ସଂହିତା (ବିଏନଏସ) ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା । ଆହ୍ଲାବାଦ ହାଇକୋର୍ଟ ମାମଲାରେ ଏନଡିପିଏସ ଧାରା ଅନୁଯାୟୀ ମୋକଦ୍ଦମା ଚଳାଇବାକୁ ଉପଯୁକ୍ତ ଦର୍ଶାଇବା ସହିତ ୨୨ଟି ମାମଲାରେ ଅଭିଯୁକ୍ତଙ୍କ ଦ୍ୱାରା ଦାଖଲ କରାଯାଇଥିବା ରିଟ୍ ଆବେଦନଗୁଡ଼ିକୁ ଖାରଜ କରିଦେଇଥିଲେ । କୋର୍ଟ ୨୨ଟି ମାମଲାରେ ଅଭିଯୁକ୍ତଙ୍କ ଦ୍ୱାରା ଦାଖଲ ହୋଇଥିବା ଗିରଫଦାରୀ ସ୍ଥଗିତାଦେଶ ପାଇଁ ଆବେଦନଗୁଡ଼ିକୁ ମଧ୍ୟ ଖାରଜ କରିଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande