ଜୁଆ ଆଡ୍ଡାରେ ଚଡାଉ ,୩ ଗିରଫ, ଜୁଆ ସାମଗ୍ରି ଓ ଟଙ୍କା ଜବତ
ଭଦ୍ରକ, ୩୦ ଡିସେମ୍ବର (ହି.ସ.) - ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ନିକଟରେ କିଛି ଦିନ ହେବ ଯୁଆଡି ମାନେ ଅହରହ ଜୁଆ ଖେଳୁଥିବାର ଅଭିଯୋଗ ହୋଇଆସୁଥିଲା। ଏପରିକି ସୋମବାର ଦିନ ଧାମନଗର ଠାରେ ଜନ ଶୁଣାଣି ରେ ଭଦ୍ରକ ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ରାଉତଙ୍କୁ ସ୍ଥାନୀୟ ଲୋକ ମାନେ ଆସି ଅଭିଯୋ
JUA ADARE CHADHAU


ଭଦ୍ରକ, ୩୦ ଡିସେମ୍ବର (ହି.ସ.) - ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ନିକଟରେ କିଛି ଦିନ ହେବ ଯୁଆଡି ମାନେ ଅହରହ ଜୁଆ ଖେଳୁଥିବାର ଅଭିଯୋଗ ହୋଇଆସୁଥିଲା। ଏପରିକି ସୋମବାର ଦିନ ଧାମନଗର ଠାରେ ଜନ ଶୁଣାଣି ରେ ଭଦ୍ରକ ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ରାଉତଙ୍କୁ ସ୍ଥାନୀୟ ଲୋକ ମାନେ ଆସି ଅଭିଯୋଗ କରିଥିଲେ। ତେବେ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଧୁଶୁରି ଥାନାର ଏସ ଆଇ ବାସୁଦେବ ଓରାମ ଓ ଅନ୍ୟ ଥାନା କର୍ମଚାରି ମାନେ ମଙ୍ଗଳପୁର ଅଂଚଳରେ ଜୁଆଆଡ଼ା ଉପରେ ଚଡଉ କରି ଜୁଆ ସାମଗ୍ରି ,ନଗଦ ଟଙ୍କା ଜବତ କରିବା ସହ ଜୁଆ ଖେଳ କରୁଥିବା ସରପୁର ଗ୍ରାମର ଗାନ୍ଧୀ ଜେନା, କୁରୁଆ (ଗୋବିନ୍ଦପୁର) ର ଦୀପକ ମଲିକ ଓ ରଘୁନାଥ ମଲିକକୁ ଘଟଣା ସ୍ଥଳରୁ ଗିରଫ କରିବା ସହ ସେମାନଙ୍କ ବିରୋଧରେ କେଶ ନମ୍ବର ୫୯୦/୨୫ ରେ ଏକ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ଅଜୟ ସୁଦର୍ଶନ ବାଗେ କହିଛନ୍ତି। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande