ନୂଆବର୍ଷ ପାଇଁ ଆଖଣ୍ଡଳମଣି ପୀଠରେ ପ୍ରସ୍ତୁତି ଚୂଡାନ୍ତ, ଲକ୍ଷାଧିକ ଭକ୍ତଙ୍କ ସମାଗମ ଆଶଙ୍କା, ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟାରିକେଡ଼ ବ୍ୟବସ୍ଥା
ଭଦ୍ରକ ୩୦ ଡିସେମ୍ବର (ହି.ସ.) - ଇଂରାଜୀ ନବବର୍ଷ ଉପଲକ୍ଷେ ଆରଡି ପୀଠର ବାବା ଆଖଣ୍ଡଳମଣିଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଜିଲା ଓ ମନ୍ଦିର ପ୍ରଶାସନ ପକ୍ଷରୁ ୍ୱ୍ୟାପକ ବ୍ୟବସ୍ଥା କରାଯାଉଛି। ବିଶେଷକରି ଭକ୍ତମାନଙ୍କର ଶୃଙ୍ଖଳିତ ଦର୍ଶନ ପାଇଁ ସ୍
AKHANDALAMANI PITHA PRASTUTI


ଭଦ୍ରକ ୩୦ ଡିସେମ୍ବର (ହି.ସ.) - ଇଂରାଜୀ ନବବର୍ଷ ଉପଲକ୍ଷେ ଆରଡି ପୀଠର ବାବା ଆଖଣ୍ଡଳମଣିଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଜିଲା ଓ ମନ୍ଦିର ପ୍ରଶାସନ ପକ୍ଷରୁ ୍ୱ୍ୟାପକ ବ୍ୟବସ୍ଥା କରାଯାଉଛି। ବିଶେଷକରି ଭକ୍ତମାନଙ୍କର ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟାରିକେଡ଼ ବ୍ୟବସ୍ଥା ସହ ମନ୍ଦିର ଭିତରେ ଓ ବାହାରେ ଉଜ୍ୱଳ ଆଲୋକ ବ୍ୟବସ୍ଥା କରାଯାଉଛି। ସେହିପରି ପୀଠର ପ୍ରବେଶ ପଥ ସହ ବାଇପାସ୍ ରାସ୍ତା, ବସଷ୍ଟାଣ୍ଡ ଆଦି ସ୍ଥାନରେ ଟ୍ରାଫିକ ବ୍ୟବସ୍ଥା କରାଯିବ। ତାହାସହ ମନ୍ଦିର ଭିତରେ ଓ ବାହାରେ ପୁଲିସ ମୃତ୍ୟୟନ ରହିବେ। ଜଳପଥରେ ଆସୁଥିବା ଭକ୍ତମାନଙ୍କ ସୁରକ୍ଷା ନିମନ୍ତେ ବୈତରଣୀ ଓ ସାଳନ୍ଦୀ ନଦୀର ମୁଁଆଘାଟ, ତିନିତର ଘାଟ ଓ ଧାନଖଣିଆ ଘାଟରେ ଅଧିକ ସଂଖ୍ୟକ ମଟର ଚାଳିତ ବୋଟ ନିୟୋଜିତ ରହିବା ସହ ଅଗ୍ନିଶମ ବାହିନୀ ଓ ପୁଲିସ ମୁତୟନ ରହିବେ। ଏଥିପାଇଁ ପୀଠରେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande