
ସମ୍ବଲପୁର, ୩୦, ଡିସେମ୍ବର (ହି.ସ.) ସମ୍ବଲପୁର ରେଳ ଡିଭିଜନରେ କାର୍ଯ୍ୟରତ ୭ଜଣ କର୍ମଚାରୀ ପୁରସ୍କୃତ ହୋଇଛନ୍ତି। କର୍ତ୍ତବ୍ୟ ପ୍ରତି ନିଷ୍ଠା, ସତର୍କତା ଏବଂ ସମର୍ପଣ ମନୋଭାବ ପାଇଁ ଡ଼ି ଆର ଏମ ସୁବାଷ ଚନ୍ଦ୍ର ଚୌଧୁରୀ ଏହି କର୍ମଚାରୀ ମାନଙ୍କୁ ପ୍ରମାଣପତ୍ର ଓ ନଗଦ ଆକାରରେ ପୁରସ୍କାର ପ୍ରଦାନ କରିଥିଲେ। ସମ୍ବଲପୁର ସିନିୟର ସେକ୍ସନ ଇଞ୍ଜିନିୟର/ପି ଯୁଧିଷ୍ଠିର ବଢ଼େଇ, ଟିଟିଲାଗଡ଼ ର ଗୁଡ୍ସ ଟ୍ରେନ ମ୍ୟାନେଜର, ଗୋପାଳଜୀ ଝା, ସମ୍ବଲପୁର ସିଟି ର ସିନିୟର ଗୁଡ୍ସ ଟ୍ରେନ ମ୍ୟାନେଜର, ମୁନ୍ନା କୁମାର ଏବଂ ସିନିୟର ଗୁଡ୍ସ ଟ୍ରେନ ମ୍ୟାନେଜର, ସମ୍ବଲପୁର ସିଟି ଋଷି ମହୋତା, ମହାସମୂନ୍ଦ ଷ୍ଟେସନ ର ସୁପରିଟେଣ୍ଡେଣ୍ଟ, ମହାସମୁନ୍ଦ ଡ଼ି କେ ସିଂହ, ସମ୍ବଲପୁର ସିଟିର ସିନିୟର ଟେକ୍ନିସିଆନ୍/ସିଗନାଲ, ସମ୍ବଲପୁର ସିଟି ଜିତେନ୍ଦ୍ର କୁମାର ଏବଂ ସିନିୟର ସେକ୍ସନ ଇଞ୍ଜିନିୟର/ଟେଲି/ ସୁଜିତ କୁମାର ଙ୍କୁ ନିରାପତ୍ତI ପ୍ରତି ସତର୍କତା ଏବଂ ସୁରକ୍ଷିତ ଟ୍ରେନ୍ ଚଳIଚଳ ପ୍ରତି କର୍ତ୍ତ୍ୟବ୍ୟନିଷ୍ଠା ଏବଂ ନିରାପତ୍ତI ନିୟମ ଉପରେ ଭଲ ଭାବରେ ଅବଗତ ପାଇଁ ପୁରସ୍କୃତ କରାଯାଇଛି।
ଏହି ଅବସରରେ ସମ୍ବଲପୁର ଏ ଡ଼ି ଆର ଏମ ମନଜିତ ସିଂହ ସନସନୱାଲ, ବରିଷ୍ଠ ମଣ୍ଡଳ ଯନ୍ତ୍ରୀ (ସମନ୍ୱୟ) ତତ୍ତ୍ୱଦର୍ଶୀ ସାହୁ, ବରିଷ୍ଠ ମଣ୍ଡଳ ପରିଚାଳନା ପ୍ରବନ୍ଧକ ଅଖିଳେଶ ତ୍ରିପାଠୀ, ସିନିୟର ଡିଭିଜନାଲ ସିଗନାଲ ଏବଂ ଟେଲିକମ୍ ଇଞ୍ଜିନିୟର ପ୍ରଭାତ କୁମାର, ବରିଷ୍ଠ ମଣ୍ଡଳ ନିରାପତ୍ତI ଅଧିକାରୀ, ସମ୍ବିତ ସୌରଭ ନାୟକ ଏବଂ ଅନ୍ୟ ଶାଖା ଅଧିକାରୀମାନେ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ