ଜଳେଶ୍ୱରପୁର ପଂଚାୟତରେ ମଦ ବିରୋଧୀ ଆନ୍ଦୋଳନରେ ସାମିଲ ହେଲେ ମହିଳା, ପୁଲିସ ପ୍ରଶାସନ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଲା
ଭଦ୍ରକ, ୩୦ ଡିସେମ୍ବର (ହି.ସ.) -ଭଦ୍ରକ ଜିଲାର ଜଳେଶ୍ୱରପୁର ଠାରେ ମଦ ବିରୋଧୀ ଆନ୍ଦୋଳନ ଦିନକୁ ଦିନ ଉଗ୍ରରୂପ ନେଉଛି। ପ୍ରଶାସନକୁ ମହିଳା ମାନେ ଚେତାବନୀ ଦେବା ସତ୍ୱେ ପୁଲିସ ପ୍ରଶାସନ ଚୋରା ମଦ କାରବାରକୁ ରୋକିବାରେ ବିଫଳ ହେଉଥିବାରୁ ଆଜି ଜଳେଶ୍ୱରପୁର ପଂଚାୟତର ଶତାଧିକ ମହିଳା ଆସି ବଇଦପୋଖରୀ ଛକ ଠା
MADA BIRODHI ANDOLAN RE MAHILA


ଭଦ୍ରକ, ୩୦ ଡିସେମ୍ବର (ହି.ସ.) -ଭଦ୍ରକ ଜିଲାର ଜଳେଶ୍ୱରପୁର ଠାରେ ମଦ ବିରୋଧୀ ଆନ୍ଦୋଳନ ଦିନକୁ ଦିନ ଉଗ୍ରରୂପ ନେଉଛି। ପ୍ରଶାସନକୁ ମହିଳା ମାନେ ଚେତାବନୀ ଦେବା ସତ୍ୱେ ପୁଲିସ ପ୍ରଶାସନ ଚୋରା ମଦ କାରବାରକୁ ରୋକିବାରେ ବିଫଳ ହେଉଥିବାରୁ ଆଜି ଜଳେଶ୍ୱରପୁର ପଂଚାୟତର ଶତାଧିକ ମହିଳା ଆସି ବଇଦପୋଖରୀ ଛକ ଠାରେ ରାସ୍ତା ରୋକ କରିଥିଲେ। ଜଳେଶ୍ୱର ପୁର ପଂଚାୟତରେ ଚୋରା ମଦ ବେପାରକୁ ବନ୍ଦ କରିବା ପାଇଁ ମହିଳା ମଣ୍ଡଳ ବହୁ ଦିନ ହେବ ଦାବୀ କରି ଆସୁଥିଲେ ମାତ୍ର ପୁଲିସ ପ୍ରଶାସନ ସେମାନଙ୍କୁ କୌଣସି ପରିସ୍ଥିତିରେ ସହଯୋଗ କରୁ ନଥିବାରୁ ଆଜି ଶତାଧିକ ମହିଳା ରାଜରାସ୍ତାକୁ ଓହ୍ଲାଇ ଥିଲେ। ଫଳରେ ବଇଦପୋଖରୀ ଛକ ଠାରେ ଶତାଧିକ ମହିଳା ସକାଳ ୮ଟାରୁ ଅପରାହ୍ଣ ୧୨ଟା ପର୍ଯ୍ୟନ୍ତ ରାସ୍ତା ରୋକ କରିଥିଲେ। ପରେ ବାଂଶଡା ପୁଲିସ ସେଠାରେ ପହଂଚିବା ପରେ ସମସ୍ତ ମହିଳା ମାନଙ୍କୁ ଏହି ଚୋରା ମଦ ବେପାର ବନ୍ଦ କରିବାକୁ ପ୍ରତିଶ୍ରୁତି ଦେବା ପରେ ରାସ୍ତା ରୋକ ହଟିଥିଲା। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande