
ଗ୍ୱୋହାଟି, ୦୪ ଡିସେମ୍ବର(ହି.ସ.) – ଆସାମ ପୋଲିସ୍ର ଅପରାଧ ଅନ୍ୱେଷଣ ଶାଖା(ସିଆଇଡି) ଠାରୁ ପ୍ରାପ୍ତ ବିଶେଷ ଇନ୍ପୁଟ୍ ଆଧାରରେ ରାଜ୍ୟର ଗୃହ ବିଭାଗ ତିନି ସକ୍ରିୟ ଜିହାଦୀ ସଂଗଠନ ଉପରେ ତତ୍କାଳ ପ୍ରଭାବରେ ପ୍ରତିବନ୍ଧ ଲଗାଇ ଦେଇଛି।
ଗୃହ ବିଭାଗ ଦ୍ୱାରା ଜାରି ଅଧିସୂଚନା ଅନୁଯାୟୀ ଜମାତ-ଉଲ-ମୁଜାହିଦୀନ ବାଙ୍ଗଳାଦେଶ, ଅଂସାରୁଲ୍ଲାହ ବଙ୍ଗଳା ଟିମ୍ ଏବଂ ଅଲ୍-କାୟଦା ସହିତ ଯୋଡ଼ିଥିବା ଅଂସାର-ଉଲ୍-ଇସ୍ଲାମକୁ ପ୍ରତିବନ୍ଧିତ ସଂଗଠନର ସୂଚୀରେ ସାମିଲ୍ କରାଯାଇଛି। ନ୍ୟାୟିକ ବିଭାଗ ଦ୍ୱାରା ଜାରି ସୂଚନା ଅନୁଯାୟୀ, ସିଆଇଡି ଏହି ସଂଗଠନର ଗୋପନୀୟ ସମ୍ପର୍କ ଏବଂ ଆପତିଜନକ ଗତିବିଧି ସହିତ ସମ୍ବନ୍ଧିତ ପ୍ରମୁଖ ସୂଚନା ପ୍ରାପ୍ତ କରିଥିଲା, ଯାହା ରାଜ୍ୟର ସୁରକ୍ଷା ପାଇଁ ଗମ୍ଭୀର ବିପଦ ସୃଷ୍ଟି କରୁଥିଲା।
ଗୃହ ବିଭାଗ ଦ୍ୱାରା ଜାରି ନିର୍ଦ୍ଦେଶରେ ଏହା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ ଏହି ସଂଗଠନ ସହିତ ଯୋଡ଼ିଥିବା କୌଣସି ପ୍ରକାର ପ୍ରଚାର ପ୍ରସାରକୁ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୧୮ରେ ଗମ୍ଭୀର ଅପରାଧ ସ୍ୱୀକାର କରାଯାଇଛି। ରାଜ୍ୟର ଗୃହ ବିଭାଗ ସମସ୍ତ ନାଗରିକଙ୍କୁ ଅପିଲ କରିଛି ଯେ ସେମାନେ ଏହି ସଂଗଠନ ସହିତ ସମ୍ବନ୍ଧିତ କୌଣସି ଗତିବିଧି ଠାରୁ ଦୂରରେ ରୁହନ୍ତୁ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି