ଭାରତରେ ତନାତନୀ ନୁହେଁ, ସନାତନୀ ଦରକାର, ତ୍ରିରଙ୍ଗରେ ଚାନ୍ଦ ନୁହେଁ ଚାନ୍ଦରେ ତ୍ରିରଙ୍ଗା ଦରକାର- ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ କୋଲକାତାରେ ଗୀତା ପାଠ ମଂଚରେ ଗର୍ଜିଲେ ବାଗେଶ୍ୱର ଧାମର ପୀଠାଧିଶ୍ୱର
କୋଲକାତା, ୦୭ ଡିସେମ୍ବର(ହି.ସ.) – ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ଐତିହାସିକ ବ୍ରିଗେଡ ପରେଡ ପଡ଼ିଆରେ ରବିବାର ଦିନ ଆୟୋଜିତ ବିଶାଳ ସାମୁହିକ ଗୀତା ପାଠ କାର୍ଯ୍ୟକ୍ରମରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଉପସ୍ଥିତି ମଧ୍ୟରେ ବାଗେଶ୍ୱର ଧାମର ପୀଠାଧୀଶ୍ୱର ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ନିଜ ପୁରା ସମ୍ବୋଧନ
ଭାରତରେ ତନାତନୀ ନୁହେଁ, ସନାତନୀ ଦରକାର, ତ୍ରିରଙ୍ଗରେ ଚାନ୍ଦ ନୁହେଁ ଚାନ୍ଦରେ ତ୍ରିରଙ୍ଗା ଦରକାର- ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ କୋଲକାତାରେ ଗୀତା ପାଠ ମଂଚରେ ଗର୍ଜିଲେ ବାଗେଶ୍ୱର ଧାମର ପୀଠାଧିଶ୍ୱର


କୋଲକାତା, ୦୭ ଡିସେମ୍ବର(ହି.ସ.) – ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ଐତିହାସିକ ବ୍ରିଗେଡ ପରେଡ ପଡ଼ିଆରେ ରବିବାର ଦିନ ଆୟୋଜିତ ବିଶାଳ ସାମୁହିକ ଗୀତା ପାଠ କାର୍ଯ୍ୟକ୍ରମରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଉପସ୍ଥିତି ମଧ୍ୟରେ ବାଗେଶ୍ୱର ଧାମର ପୀଠାଧୀଶ୍ୱର ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ନିଜ ପୁରା ସମ୍ବୋଧନରେ ସନାତନ ଧର୍ମର ଏକତା, ରାଷ୍ଟ୍ରୀୟ ଗୌରବ ଏବଂ ହିନ୍ଦୁ ସମାର ଜାଗରଣ ଉପରେ ଜୋର୍ ଦେଇଛନ୍ତି।

ଧୀରେନ୍ଦ୍ର ଶାସ୍ତ୍ରୀ କହିଛନ୍ତି ଯେ ଆଜି ପଶ୍ଚିମବଙ୍ଗର ପବିତ୍ର ମାଟି ଗୋଲକାତାରେ ପାଂଚଲକ୍ଷ ଲୋକ ଏକା ସହିତ ଗୀତାର ପାଠ କରିଥିଲେ। ଆସ୍ଥାର ଉତ୍ସାହ ଏବଂ ସୈଲାବ ଦେଖି ଏପରି ଲାଗିଛି ଯେପରି କୋଲକାତାରେ ମହାକୁମ୍ଭ ମେଳା ଲାଗିଛି। ଆମେ ପଶ୍ଚିବଙ୍ଗ ଏବଂ କୋଲକାତାର ଜନତା, ଭାରତର ଜନତାଙ୍କ ପ୍ରତି ନିଜର ହାର୍ଦ୍ଦିକ କୃତଜ୍ଞତା ବ୍ୟକ୍ତ କରନ୍ତି। ସନାତନ ଏକତା ଏହି ଦେଶ ଏବଂ ବିଶ୍ୱ ଶାନ୍ତିର ସବୁଠାରୁ ବଡ଼ ସାଧନ ଅଟେ। ଭାରତରେ ଆମେ ତନାତନୀ ନୁହେଁ, ସନାତନୀ ଚାହୁଁ। ଭାରତରେ ଆମେ ଗଜୱ-ଏ-ହିନ୍ଦ ନୁହେଁ, ଭଗୱା-ଏ-ହିନ୍ଦ ଚାହୁଁ।

ସେ ଆହୁରି କହିଛନ୍ତି ଯେ ଗୀତା ଏକମାତ୍ର ଏପରି ଗ୍ରନ୍ଥ ଯାହା ମାଧ୍ୟମରେ ପୁରା ବିଶ୍ୱରରେ ସାମାଜିକ ସମରସତା ଏବଂ ଏକତାର ଭାବ ଉଦ୍ରେକ କରାଯାଇପାରେ। ଗୀତାର ଜ୍ଞାନ ମହାନ୍ ଅଟେ, ଗୀତା ଭାରତର ଗୌରବ ଏବଂ ଗୀତା ଭାରତର ସ୍ୱାଭିମାନ ଅଟେ। ଆମେ ତ୍ରିରଙ୍ଗାରେ ଚାନ୍ଦ ନୁହେଁ, ଚାନ୍ଦରେ ତ୍ରିରଙ୍ଗା ଦରକାର ଏବଂ ଏଥିପାଇଁ ହିନ୍ଦୁଙ୍କୁ ଏକ ହେବା ଦରକାର।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande