
କୋଲକାତା, ୦୭ ଡିସେମ୍ବର(ହି.ସ.) – ପଶ୍ଚିମବଙ୍ଗରେ ମୁର୍ଶିଦାବାଦର ବେଲଡାଂଗାରେ ଛଅ ଡିସେମ୍ବର ଦିବ ବାବରୀ ମସ୍ଜିଦର ଆଧାରଶୀଳା ରଖିବା ପରେ ତୃଣମୂଳ କଂଗ୍ରେସରୁ ନିଲମ୍ବିତ ଭରତପୁରର ବିଧାୟକ ହମାୟୁଂ କବିର ନୂଆ ରାଜନୀତିକ ଯୁକ୍ତି କରିଛନ୍ତି। କବିର ନୂଆ ପାର୍ଟି ତିଆରି କରିବେ ବୋଲି କହିଛନ୍ତି। ଦ୍ୱିତୀୟ ଏବଂ ପୂର୍ବ ନିର୍ଧାରିତ କାର୍ଯ୍ୟକ୍ରମରେ ରାଜଧାନୀ କଲିକତାର ବ୍ରିଗେଡ ଗ୍ରାଉଣ୍ଡରେ ରବିବାର ଦିନ ପାଂଚଲକ୍ଷ କଣ୍ଠରେ ଗୀତା ପାଠର କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି।
ଏହି ଭବ୍ୟ କାର୍ଯ୍ୟକ୍ରମରେ କାର୍ତିକ ମହାରାଜ, ସାଧ୍ୱୀ ଋତମ୍ଭରା, ରାମଦେବ, ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ପରି ବ୍ୟକ୍ତିତ୍ୱଙ୍କ ସହ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ, ଶମିକ ଭଟ୍ଟାଚାର୍ଯ୍ୟ, କେନ୍ଦ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର ମଧ୍ୟ ଉପସ୍ଥିତ ଥିଲେ। ଗୀତା ପାଠକୁ ନେଇ ମଧ୍ୟ ରାଜନୀତି ମୈଦାନରେ ମାହୋଲ ଜମି ରହିଥିଲା। ଗୀତା ପାଠ କାର୍ଯ୍ୟକ୍ରମରେ ପହଂଚି ପଶ୍ଚିମବଙ୍ଗ ଭାଜପାର ପୂର୍ବ ରାଜ୍ୟ ଅଧ୍ୟକ୍ଷ ସୁକାନ୍ତ ମଜୁମଦାର ହୁମାୟୁଂଙ୍କ ବାବରୀ ମସ୍ଜିଦକୁ ନେଇ ତୃଣମୂଳ ସୁପ୍ରିମୋ ମମତା ବାନାର୍ଜିଙ୍କ ଉପରେ କଟାକ୍ଷ କରିଥିଲେ।
କେନ୍ଦ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର ସଫା କହିଥିଲେ ଯେ ଆମେ କାଲି ଯାହା ଦେଖିଲୁ, ଏଥିରୁ ସଫା ଜଣାଯାଉଛି ଯେ ହିନ୍ଦୁ ଭୋଟ୍କୁ ବାଂଟିବା ଏବଂ ମୁସ୍ଲିମ୍ ଭୋଟ୍କୁ ଏକ କରିବାର ଷଡ଼ଯନ୍ତ୍ର ଚାଲୁଛି। ଯାହା କିଛି ହେଉଛି, ଏଥିପାଇଁ ମମତା ବାନାର୍ଜୀ ଦାୟୀ ଅଟନ୍ତି। ସେ ଏହି ପରି ସାମ୍ପ୍ରଦାୟିକ ଶକ୍ତିକୁ ବାରମ୍ବାର ପ୍ରୋତ୍ସାହନ ଦେଇଛନ୍ତି ଏବଂ ତାଙ୍କୁ ଉପରକୁ ଉଠାଇଛନ୍ତି। ୨୦୨୧ର ନିର୍ବାଚନରେ ମମତା ବାନାର୍ଜୀଙ୍କ ବହୁସଂଖ୍ୟକ ହିନ୍ଦୁ ଭୋଟ୍ ମିଳିନଥିଲା। ହିନ୍ଦୁ ମମତା ବାନାର୍ଜୀଙ୍କ ଉପରେ ବିଶ୍ୱାସ କରନ୍ତି ନାହିଁ।
ତେବେ ସୁକାନ୍ତ କହିଛନ୍ତି ଯେ ନିର୍ବାଚନର ଗୀତା ପାଠରେ କୌଣସି ସିଧା ସମ୍ବନ୍ଧ ନାହିଁ। ଗୀତା ପାଠ ହିନ୍ଦୁମାନଙ୍କ କାର୍ଯ୍ୟକ୍ରମ ଅଟେ। ରାଜନୀତି ରାଜନୀତି ପରି ରହିବ, ଗୀତା ଶାଶ୍ୱତ ଅଟେ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି