ଛତିଶଗଡ଼ରେ ଲୁହା ଏବଂ ଜମି ବ୍ୟବସାୟୀଙ୍କ ଉପରେ ଆୟକର ବିଭାଗର ଚଢାଉ
ରାୟପୁର, 4 ଡିସେମ୍ବର (ହି.ସ.)- ଛତିଶଗଡ଼ରେ ଗୁରୁବାର ସକାଳେ ଆୟକର ବିଭାଗ ବ୍ୟବସାୟୀଙ୍କ କାର୍ଯ୍ୟାଳୟରେ ଏକ ବଡ଼ ଧରଣର ଚଢାଉ କରିଛି। ଅଧିକାରୀଙ୍କ ଅନୁଯାୟୀ, ବିଭାଗର ବିଭିନ୍ନ ଦଳ ଲୁହା ଏବଂ ଜମି ବ୍ୟବସାୟୀଙ୍କ ସହ ଜଡିତ ମୋଟ 24ଟି ସ୍ଥାନରେ ଚଢାଉ କରିଛନ୍ତି।ଏହ
ଛତିଶଗଡ଼ରେ ଲୁହା ଏବଂ ଜମି ବ୍ୟବସାୟୀଙ୍କ ଉପରେ ଆୟକର ବିଭାଗର ଚଢାଉ


ରାୟପୁର, 4 ଡିସେମ୍ବର (ହି.ସ.)-

ଛତିଶଗଡ଼ରେ ଗୁରୁବାର ସକାଳେ ଆୟକର ବିଭାଗ ବ୍ୟବସାୟୀଙ୍କ କାର୍ଯ୍ୟାଳୟରେ ଏକ ବଡ଼ ଧରଣର ଚଢାଉ

କରିଛି। ଅଧିକାରୀଙ୍କ ଅନୁଯାୟୀ,

ବିଭାଗର ବିଭିନ୍ନ

ଦଳ ଲୁହା ଏବଂ ଜମି ବ୍ୟବସାୟୀଙ୍କ ସହ ଜଡିତ ମୋଟ 24ଟି ସ୍ଥାନରେ ଚଢାଉ କରିଛନ୍ତି।ଏହି କାର୍ଯ୍ୟାନୁଷ୍ଠାନ ସିଲତରା ଏବଂ ଉର୍ଲା ସ୍ଥିତ କାରଖାନାରେ ଚଢାଉ କରାଯାଉଛି। ଚଢାଉ ସମୟରେ ଆଇଟି ଟିମ୍

ସହିତ 100 ରୁ ଅଧିକ ସୀଆରପୀଏଫ ଯବାନ ମଧ୍ୟ ଉପସ୍ଥିତ ଅଛନ୍ତି।ସରକାରୀ

ସୂତ୍ର ଅନୁଯାୟୀ ସିଲତରା ସ୍ଥିତ ଇସ୍ପାତ

ଇଣ୍ଡିଆର ନିର୍ଦ୍ଦେଶକ ଆନନ୍ଦମନିବାସୀ ବିନୋଦ

ସିଙ୍ଗଲାଙ୍କ ପ୍ରତିଷ୍ଠାନରେ ତଦନ୍ତ ଚାଲିଛି। ସେ ଏମଏସପାଇପ୍ ନିର୍ମାତା

ମଧ୍ୟ।ଏହା ବ୍ୟତୀତ ଅରବିନ୍ଦ ଅଗ୍ରୱାଲ ସିଗ୍ନେଚର

ହୋମ୍ସ,ମ୍ୟାଗ୍ନେଟୋ ମାଲପଛରେ ଆନନ୍ଦମ

ନିବାସୀରବି ବଜାଜଙ୍କ ଘର ସହିତ ଓମ୍

ସ୍ପଞ୍ଜର ପରିସରରେ ମଧ୍ୟ ଚଢାଉ କରାଯାଇଥିବା ସୂଚନା ମିଳିଛି। ଆୟକର ଦଳ ଆର୍ଥିକ କାରବାର, ଷ୍ଟକ୍ ଏବଂ ସେହି

ଲେଜର ସହିତ ଜଡିତ ଡକ୍ୟୁମେଣ୍ଟ ଯାଞ୍ଚ କରୁଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande