ଜୀବନର ସାର୍ଥକତାର ବୋଧ କରିବା ଉତ୍କୃଷ୍ଟ ସାହିତ୍ୟ- ହୋସବାଲେ
ଉଦୟପୁର, ୦୪ ଡିସେମ୍ବର(ହି.ସ.) – ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରକାର୍ଯ୍ୟବାହ ଦତାତ୍ରେୟ ହୋସବାଲେ କହିଛନ୍ତି ଯେ ସାହିତ୍ୟ ସମାଜକୁ ଦିଗ ପ୍ରଦାନ କରୁଛି। ରାଷ୍ଟ୍ର ଏବଂ ସମାଜ ପାଇଁ ସମର୍ପଣର ଭାବନାରେ ପରିପୂର୍ଣ୍ଣ ସାହିତ୍ୟ ନାଗରିକଙ୍କୁ ଏହି ବୁଝାମଣାରେ ସହାୟକ ହୁଏ ଯେ ଜୀବନର ସାର୍ଥକତା କାହାମଧ୍ୟର
ଜୀବନର ସାର୍ଥକତାର ବୋଧ କରିବା ଉତ୍କୃଷ୍ଟ ସାହିତ୍ୟ- ହୋସବାଲେ


ଉଦୟପୁର, ୦୪ ଡିସେମ୍ବର(ହି.ସ.) – ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରକାର୍ଯ୍ୟବାହ ଦତାତ୍ରେୟ ହୋସବାଲେ କହିଛନ୍ତି ଯେ ସାହିତ୍ୟ ସମାଜକୁ ଦିଗ ପ୍ରଦାନ କରୁଛି। ରାଷ୍ଟ୍ର ଏବଂ ସମାଜ ପାଇଁ ସମର୍ପଣର ଭାବନାରେ ପରିପୂର୍ଣ୍ଣ ସାହିତ୍ୟ ନାଗରିକଙ୍କୁ ଏହି ବୁଝାମଣାରେ ସହାୟକ ହୁଏ ଯେ ଜୀବନର ସାର୍ଥକତା କାହାମଧ୍ୟରେ ଅଛି। ସରକାରର୍ଯ୍ୟବାହ ହୋସବାଲେ ବୁଧବାର ସନ୍ଧ୍ୟାରେ ଏଠାରେ ଉଦୟପୁରର ପ୍ରତାପ ଗୌରବ କେନ୍ଦ୍ର ରାଷ୍ଟ୍ରୀୟ ତୀର୍ଥରେ ରାଷ୍ଟ୍ରୀୟ ସାହିତ୍ୟ ଗ୍ୟାଲେରୀର ଉଦ୍‌ଘାଟନ ଅବସରରେ ବୀର ଶିରୋମଣି ମହାରାଣା ପ୍ରତାପ ସମିତିର ପଦାଧିକାରୀ ଏବଂ କାର୍ଯ୍ୟକର୍ତାଙ୍କୁ ସମ୍ବୋଧିତ କରୁଥିଲେ। ସେ କହିଛନ୍ତି ଯେ ଜୀବନର ସାର୍ଥକତା ଦେଶ, ଧର୍ମ ଏବଂ ସମାଜକୁ ସଶକ୍ତ ବନାଇବା ପାଇଁ ନିଜ ପକ୍ଷରୁ କରାଯାଇଥିବା ଯୋଗଦାନରେ। ଏହି ଭାବନାକୁ ପ୍ରବଳ କରିବାର ଦିଗରେ ସାହିତ୍ୟର ବଡ଼ ଯୋଗଦାନ ଅଟେ। ଉତ୍କୃଷ୍ଟ ସାହିତ୍ୟ ବ୍ୟକ୍ତିର ବ୍ୟକ୍ତିତ୍ୱକୁ ମଧ୍ୟ ଉତ୍କୃଷ୍ଟତା ଆଡ଼କୁ ନେଇଯାଇଛି। ସେ କହିଛନ୍ତି ଯେ ସମସ୍ତ ସ୍ଥାନରେ ବ୍ୟକ୍ତିକୁ ଶ୍ରେଷ୍ଠ ଗୁଣରେ ପରିପୂର୍ଣ୍ଣ କରିଥିବା ସାହିତ୍ୟର ଉପଲବ୍ଧତା ହେବା ଦରକାର। ସେ ସମସ୍ତଙ୍କୁ ନିରନ୍ତର ସାହିତ୍ୟ ପଢ଼ିବାକୁ ଦିନଚର୍ଯ୍ୟାରେ ସାମିଲ କରିବାକୁ ଆହ୍ୱାନ କରିଛନ୍ତି। ପ୍ରତାପ ଗୌରବ କେନ୍ଦ୍ରର ନିର୍ଦ୍ଦେଶକ ଅନୁରାଗ ସାକ୍‌ସେନା କହିଛନ୍ତି ଯେ କେନ୍ଦ୍ରର ଭାମାଶାହ ବିକ୍ରୟ କେନ୍ଦ୍ର ଉପରେ ଜ୍ଞାନ ଗଙ୍ଗା ପ୍ରକାଶନ ପକ୍ଷରୁ ରାଷ୍ଟ୍ରୀୟ ସାହିତ୍ୟ ଦୀର୍ଘା ବନାଯାଇଛି। ଏହା ଦୀର୍ଘା ଏଠାରେ ନିରନ୍ତର ରହିବ ଏବଂ ଏଥିରେ ରାଷ୍ଟ୍ରୀୟ ଭାବନାରେ ଓତପ୍ରୋତ ସାହିତ୍ୟ ଉପଲବ୍ଧ ରହିବ। ଏହି ଅବସରରେ ଅଖିଳ ଭାରତୀୟ ସହ ପ୍ରଚାରକ ପ୍ରମୁଖ ଅରୁଣ ଜୈନ, ଅଖିଳ ଭାରତୀୟ ସାମାଜିକ ସଦ୍‌ଭାବ ପ୍ରମୁଖ ବଳିରାମ, କ୍ଷେତ୍ର ସେବା ପ୍ରମୁଖ ଶିବଲହରୀ, କ୍ଷେତ୍ର କାର୍ଯ୍ୟକାରିଣୀ ସଦସ୍ୟ ହନୁମାନ ସିଂହ ରାଠୋର, ଚିତୌର ପ୍ରାନ୍ତର ସହ ପ୍ରାନ୍ତ ପ୍ରଚାରକ ଧର୍ମେନ୍ଦ୍ର ସିଂହ, ପ୍ରାନ୍ତ ସଂଘଚାଳକ ଆଡ଼ଭୋକେଟ୍ ଜଗଦୀଶ ରାଣା, ପ୍ରାନ୍ତ ସହକାର୍ଯ୍ୟବାହ ନାରାୟଣ ଗମେତୀ ଆଦି ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande