
ନୂଆଦିଲ୍ଲୀ, ୪ ଡିସେମ୍ବର (ହି.ସ.)- ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସକୁ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ଟଙ୍କାର ମୂଲ୍ୟ ହ୍ରାସ ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଯଦି ସରକାରଙ୍କ ନୀତି ସଠିକ୍ ହୋଇଥାନ୍ତା, ତେବେ ମୁଦ୍ରା ଏପରି ଦୁର୍ବଳ ହୋଇନଥାନ୍ତା । ଏଥିପାଇଁ ସରକାରଙ୍କୁ ଜବାବ ଦେବାକୁ ପଡିବ ।
ସଂସଦ ଭବନ ପରିସରରେ ସାମ୍ବାଦିକମାନଙ୍କ ସହ କଥାବାର୍ତା କରି ଖାର୍ଗେ କହିଛନ୍ତି ଯେ, ଟଙ୍କାର ମୂଲ୍ୟ ହ୍ରାସ ସୂଚାଇ ଦେଉଛି ଯେ ଦେଶର ଆର୍ôଥକ ସ୍ଥିତି ଭଲ ନାହିଁ । ଯେତେବେଳେ ଟଙ୍କାର ମୂଲ୍ୟ ହ୍ରାସ ପାଏ, ଏହା ଦେଶର ଆର୍ôଥକ ସ୍ଥିତିକୁ ପ୍ରକାଶ କରେ ।
ଖାର୍ଗେ ଏହା ପରେ ଟ୍ୱିଟରରେ ଲେଖିଛନ୍ତି ଯେ, ଯଦି ମୋଦି ସରକାରଙ୍କ ନୀତି ସଠିକ୍ ହୋଇଥାନ୍ତା, ତେବେ ଟଙ୍କାର ମୂଲ୍ୟ ହ୍ରାସ ପାଇ ନଥାନ୍ତା । ଏଥିପାଇଁ ସରକାରଙ୍କୁ ଜବାବ ଦେବାକୁ ପଡିବ ।
ଉଲ୍ଲେଖନୀୟ ଯେ, ଗୁରୁବାର ପ୍ରାରମ୍ଭିକ କାରବାରରେ ଟଙ୍କା ୨୮ ପଇସା ହ୍ରାସ ପାଇ ୯୦.୪୩ ର ସର୍ବକାଳୀନ ସର୍ବନିମ୍ନ ସ୍ତରରେ ପହଂଚିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ