
ନୂଆଦିଲ୍ଲୀ, ୪ ଡିସେମ୍ବର (ହି.ସ.)- ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଗୁରୁବାର ଅଭିଯୋଗ କରିଛନ୍ତି ଯେ, ସରକାର ତାଙ୍କୁ ବିଦେଶୀ ପ୍ରତିନିଧିମଣ୍ଡଳ ଏବଂ ଅମଲାଙ୍କ ସହ ସାକ୍ଷାତ କରିବାକୁ ଅନୁମତି ଦେଉନାହାଁନ୍ତି । ସେ କହିଛନ୍ତି ଯେ, ଏହା ଗଣତାନ୍ତ୍ରିକ ପରମ୍ପରା ବିରୁଦ୍ଧରେ ଏବଂ ପ୍ରଧାନମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀଙ୍କ ଅସୁରକ୍ଷାକୁ ପ୍ରତିଫଳିତ କରେ ।
ସଂସଦ ଭବନ ପରିସରରେ ସାମ୍ବାଦିକମାନଙ୍କ ସହ କଥାବାର୍ତା ସମୟରେ ରୁଷ ପ୍ରତିନିଧିମଣ୍ଡଳ ସହିତ ସାକ୍ଷାତ ବିଷୟରେ ଏକ ପ୍ରଶ୍ନର ପ୍ରତିକ୍ରିୟା ଦେଇ ରାହୁଲ ଗାନ୍ଧୀ କହିଛନ୍ତି ଯେ, ପାରମ୍ପାରିକ ଭାବରେ, ଯେତେବେଳେ ଜଣେ ବିଦେଶୀ ଅତିଥି ଭାରତ ଗସ୍ତ କରନ୍ତି, ସେମାନେ ବିରୋଧୀ ଦଳ ନେତାଙ୍କ ସହ ମଧ୍ୟ ସାକ୍ଷାତ କରନ୍ତି । ସେ କହିଛନ୍ତି ଯେ, ଏହି ପରମ୍ପରା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏବଂ ମନମୋହନ ସିଂହଙ୍କ କାର୍ଯ୍ୟକାଳରୁ ଆରମ୍ଭ ହୋଇଛି । ବର୍ତମାନର ସରକାର ଏହି ପରମ୍ପରାକୁ ଭାଙ୍ଗିଛି । ସେ କହିଛନ୍ତି ଯେ, ଯେତେବେଳେ ସେ ବିଦେଶ ଯାତ୍ରା କରନ୍ତି କିମ୍ବା ଯେତେବେଳେ ବିଦେଶୀ ଅମଲାମାନେ ଭାରତ ଗସ୍ତ କରନ୍ତି, ସରକାର ସେମାନଙ୍କୁ ବିରୋଧୀ ଦଳ ନେତାଙ୍କୁ ନ ଭେଟିବାକୁ ନିର୍ଦ୍ଦେଶ ଦିଅନ୍ତି । ତାଙ୍କୁ ଅନେକ ଥର ସୂଚନା ମିଳିଛି ଯେ, ଭାରତ ସରକାରଙ୍କ ପକ୍ଷରୁ ତାଙ୍କ ସହିତ ସାକ୍ଷାତ ନକରିବା ପାଇଁ ସମ୍ପୃକ୍ତ ବିଦେଶୀ ପ୍ରତିନିଧିମାନଙ୍କୁ କୁଆଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ