
ନୂଆଦିଲ୍ଲୀ, 4 ଡିସେମ୍ବର (ହି.ସ.)
- ରାଷ୍ଟ୍ରପତି
ଦ୍ରୌପଦୀ ମୁର୍ମୁ 10 ଡିସେମ୍ବରରେ ମାନବାଧିକାର ଦିବସ ଅବସରରେ ଭାରତ ମଣ୍ଡପମ୍ରେ ଜାତୀୟ
ମାନବାଧିକାର ଆୟୋଗ (ଏନଏଚଆରସି) ଭାରତ ଦ୍ୱାରା ଆୟୋଜିତ ବିଶେଷ
ସମାରୋହରେ ମୁଖ୍ୟ ଅତିଥି ଭାବେ ସମ୍ବୋଧନ କରିବେ।
ଏନଏଚଆରସି ପକ୍ଷରୁଗୁରୁବାର ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ ଏହି
ଅବସରରେ ‘ପ୍ରତ୍ୟେକ ଦିନର ଆବଶ୍ୟକତା ସୁନିଶ୍ଚିତ କରିବା: ସମସ୍ତଙ୍କ ପାଇଁ ସାର୍ବଜନୀନ ସେବା ଏବଂ
ଗରିମା’ ବିଷୟରେ ଏକ ଜାତୀୟ ସମ୍ମିଳନୀ ଆୟୋଜିତ ହେବ। ଏହି ବିଷୟବସ୍ତୁ ମାନବାଧିକାର ଦିବସ 2025
ର ଥିମ୍ ‘ହ୍ୟୁମାନ୍ ରାଇଟ୍ସ, ଆୱାର ଏଭ୍ରିଡେ ଏସେନସିଆଲ’ ଅନୁରୂପ
ଅଟେ । ସମ୍ମିଳନୀରେ ମୁଖ୍ୟ ବକ୍ତା ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ଼. ପି.କେ. ମିଶ୍ର।
ସମ୍ମିଳନୀଟି ଦୁଇଟି ବିଷୟକ ଅଧିବେଶନରେ
ଆୟୋଜିତ ହେବ,
ଯେଉଁଥିରେ ସାର୍ବଜନୀନ, ନ୍ୟାୟସଙ୍ଗତ
ଏବଂ ଗରିମାପୂର୍ଣ୍ଣ ସାର୍ବଜନୀନ ସେବାକୁ ସମସ୍ତଙ୍କ ମାନବାଧିକାର ସୁନିଶ୍ଚିତ କରିବା ପାଇଁ
ଅତ୍ୟାବଶ୍ୟକ ଉପାଦାନ ଭାବେ ବିଚାର ବିମର୍ଶ କରାଯିବ। ଏଥିରେ ଦେଶର ବିର୍ଭିନ୍ନ ରାଜ୍ୟ ଏବଂ
କେନ୍ଦ୍ରଶାସିତ ଅଞ୍ଚଳର ମାନବାଧିକାର ଆୟୋଗଙ୍କ ପ୍ରତିନିଧି, ଅନ୍ୟାନ୍ୟ ଜାତୀୟ ଆୟୋଗ, ସରକାରୀ ଅଧିକାରୀ, ମାନବାଧିକାର ସୁରକ୍ଷକ, ସିଭିଲ୍
ସୋସାଇଟି ସଂଗଠନର ସଦସ୍ୟ, ଶିକ୍ଷାବିଦ୍ମାନେ, ପେଶାଦାର ବ୍ୟକ୍ତି ଏବଂ ମାଧ୍ୟମ ପ୍ରତିନିଧିମାନେ ଅଂଶଗ୍ରହଣ କରିବେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା