ସହିଦ ବାଟିକା ପରିସରରେ ଗାର୍ଡ ଅଫ୍ ଅନର ସହ ସହିଦ ଯବାନଙ୍କୁ ବିଦାୟ
ବିଜାପୁର, 4 ଡିସେମ୍ବର (ହି.ସ.)- ଛତିଶଗଡ଼ର ବିଜାପୁର ଜିଲ୍ଲାରେ 3 ଡିସେମ୍ବରରେ ନକ୍ସଲମାନଙ୍କ ସହ ହୋଇଥିବା ଗୁଳି ବିନିମୟରେ ବିଜାପୁର ଜିଲ୍ଲା ଡିଆରଜିର ତିନିଜଣ ସାହସୀ ଯବାନ ବଳିଦାନ ଦେଇଥିଲେ। ଏହି ସହିଦ ଯବାନମାନଙ୍କ ମଧ୍ୟରେ ପ୍ରଧାନ ଆରକ୍ଷକ ମୋନୁ ଓରଫ ମୋହନ ବଡ଼ଡ
ସହିଦ ବାଟିକା ପରିସରରେ     ଗାର୍ଡ ଅଫ୍ ଅନର ସହ ସହିଦ ଯବାନଙ୍କୁ ବିଦାୟ


ବିଜାପୁର, 4 ଡିସେମ୍ବର (ହି.ସ.)- ଛତିଶଗଡ଼ର ବିଜାପୁର

ଜିଲ୍ଲାରେ 3 ଡିସେମ୍ବରରେ ନକ୍ସଲମାନଙ୍କ ସହ ହୋଇଥିବା ଗୁଳି ବିନିମୟରେ ବିଜାପୁର ଜିଲ୍ଲା ଡିଆରଜିର

ତିନିଜଣ ସାହସୀ ଯବାନ ବଳିଦାନ ଦେଇଥିଲେ। ଏହି ସହିଦ ଯବାନମାନଙ୍କ ମଧ୍ୟରେ ପ୍ରଧାନ ଆରକ୍ଷକ ମୋନୁ

ଓରଫ ମୋହନ ବଡ଼ଡି,

ଆରକ୍ଷକ ଦୁକାରୁ ଗୋଣ୍ଡେ ଏବଂ ଯବାନ ରମେଶ ସୋଡ଼ି ଶାମିଲ୍ ଅଛନ୍ତି।

ତିନି ଜଣ ଅଦମ୍ୟ ସାହସ ଦେଖାଇ, ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଲଢି

12ରୁ ଅଧିକ ନକ୍ସଲଙ୍କୁ ମାରିଥିଲେ ।

ସହିଦ ବିଜାପୁର ଡିଆରଜିର ଏହି

ତିନିଜଣ ଯବାନଙ୍କୁ ଆଜି ଗୁରୁବାର ବିଜାପୁର–ଗଙ୍ଗାଲୂର ମାର୍ଗ ସ୍ଥିତ ପୋଲିସ ଲାଇନ୍‌ର ଶହୀଦ

ଵାଟିକା ପରିସରରେ ଗାର୍ଡ ଅଫ୍ ଅନର୍ ସହିତ ଶେଷ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। କାର୍ଯ୍ୟକ୍ରମରେ

ଉପସ୍ଥିତ ଅଧିକାରୀମାନେ ଏବଂ ବହୁ ସଂଖ୍ୟାରେ ପହଞ୍ଚିଥିବା ନାଗରିକମାନେ ଅଶ୍ରୁଳ ଆଖିରେ ଏହି ବୀର

ଯବାନଙ୍କୁ ବିଦାୟ ଜଣାଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande