ରାଜସ୍ଥାନ ହାଇକୋର୍ଟକୁ ବୋମା ଧମକ, ପରିସର ଖାଲି କରାଗଲା
ଜୟପୁର, ୫ ଡିସେମ୍ବର (ହି.ସ.)- ଶୁକ୍ରବାର ସକାଳ ପ୍ରାୟ ୧୦ଟା ୧୫ ସମୟରେ ରାଜସ୍ଥାନ ହାଇକୋର୍ଟ (ଜୟପୁର)କୁ ବୋମା ବିସ୍ଫୋରଣରେ ଉଡାଇବାକୁ ଧମକପୂର୍ଣ୍ଣ ଏକ ଇମେଲ୍ ମିଳିବା ପରେ ତୁରନ୍ତ ବ୍ୟାଙ୍କ ପରିସରକୁ ଖାଲି କରାଯାଇଥିଲା । ରେଜିଷ୍ଟ୍ରାରଙ୍କ ସରକାରୀ ଆଇଡିରେ ଏହି ଇମେଲ୍ ପାଇବା ପରେ, ହାଇକୋର୍ଟ କୋ
ରାଜସ୍ଥାନ ହାଇକୋର୍ଟକୁ ବୋମା ଧମକ, ପରିସର ଖାଲି କରାଗଲା


ଜୟପୁର, ୫ ଡିସେମ୍ବର (ହି.ସ.)- ଶୁକ୍ରବାର ସକାଳ ପ୍ରାୟ ୧୦ଟା ୧୫ ସମୟରେ ରାଜସ୍ଥାନ ହାଇକୋର୍ଟ (ଜୟପୁର)କୁ ବୋମା ବିସ୍ଫୋରଣରେ ଉଡାଇବାକୁ ଧମକପୂର୍ଣ୍ଣ ଏକ ଇମେଲ୍ ମିଳିବା ପରେ ତୁରନ୍ତ ବ୍ୟାଙ୍କ ପରିସରକୁ ଖାଲି କରାଯାଇଥିଲା । ରେଜିଷ୍ଟ୍ରାରଙ୍କ ସରକାରୀ ଆଇଡିରେ ଏହି ଇମେଲ୍ ପାଇବା ପରେ, ହାଇକୋର୍ଟ କୋଠା ଏବଂ ଆଖପାଖ ଅଂଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା ଏବଂ ସମସ୍ତ ନିର୍ଦ୍ଧାରିତ ଶୁଣାଣି ସ୍ଥଗିତ ରଖାଯାଇଥିଲା ।

ସୂଚନା ପାଇବା ପରେ, ପୋଲିସ, ବୋମା ନିଷ୍କ୍ରିୟକାରୀ ଦଳ ଏବଂ ଡଗ୍ ସ୍କ୍ୱାଡ୍ ଘଟଣାସ୍ଥଳରେ ପହଂଚି ସମଗ୍ର ପରିସରରେ ପୁଙ୍ଖାନୁପୁଙ୍ଖ ତଲାସୀ କରିଥିଲେ, କିନ୍ତୁ ଏପର୍ଯ୍ୟନ୍ତ କୌଣସି ସନ୍ଦେହଜନକ ଜିନିଷ ମିଳିନାହିଁ । ହାଇକୋର୍ଟରେ ପ୍ରବେଶ କରୁଥିବା କିମ୍ବା ବାହାରକୁ ଯାଉଥିବା ପ୍ରତ୍ୟେକ ବ୍ୟକ୍ତି ଏବଂ ଯାନବାହାନର କଡ଼ା ଯାଂଚ୍ କରାଯାଉଛି । କର୍ମଚାରୀ ଏବଂ ଜନସାଧାରଣଙ୍କୁ ସହଯୋଗ ବଜାୟ ରଖିବାକୁ ଏବଂ ଗୁଜବକୁ ଅଣଦେଖା କରିବାକୁ ନିବେଦନ କରିଛି ପ୍ରଶାସନ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande