
ନୂଆଦିଲ୍ଲୀ, ୫ ଡିସେମ୍ବର (ହି.ସ.)- ଆମେରିକୀୟ ଇଞ୍ଜିନ ନିର୍ମାତା କମ୍ପାନୀ ଜିଇ ଏରୋସ୍ପେସ ଶୁକ୍ରବାର ସ୍ୱଦେଶୀ ହାଲୁକା ଯୁଦ୍ଧ ବିମାନ (ଏଲସିଏ) ମାର୍କ-୧ ଏ ନିମନ୍ତେ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ଼ (ଏଚଏଏଲ)କୁ ପଂଚମ ଜେଟ୍ ଇଞ୍ଜିନ ପ୍ରଦାନ କରିଛି ।
ଚଳିତ ଆର୍ôଥକ ବର୍ଷର ଶେଷ ସୁଦ୍ଧା ଭାରତକୁ ୧୨ଟି ଜିଇ-୪୦୪ ଇଞ୍ଜିନ ମିଳିବାର ଆଶା କରାଯାଉଛି । ଏଚଏଏଲ କୁ ମାର୍ଚ୍ଚ ମାସରେ ନୂତନ ବିମାନ ଯୋଗାଇବାର ଥିଲା । କିନ୍ତୁ ଏଥିରେ ସଂଯୋଗ ହେବାକୁ ଥିବା ଇଞ୍ଜିନ୍ ଆମେରିକାରୁ ଆମେରିକାରୁ ଯୋଗାଣରେ ବିଳମ୍ବ ଯୋଗୁଁ ଦୀର୍ଘ ପ୍ରତୀକ୍ଷା କରିବାକୁ ପଡିଥିଲା । ଏବେ, ମୌଳିକ ଇଞ୍ଜିନ ସମସ୍ୟାର ସମାଧାନ ସହିତ ବିମାନ ଉତ୍ପାଦନ ତ୍ୱରାନ୍ୱିତ ହେବାର ଆଶା ରହିଛି ।
ଭାରତ ୨୦୨୧ ଫେବୃଆରୀରେ ୪୮,୦୦୦ କୋଟି ମୂଲ୍ୟର ୮୩ଟି ତେଜସ୍ ମାର୍କ-୧ଏ ବିମାନ ପାଇଁ ଏଚଏଏଲ ସହିତ ଏକ ଚୁକ୍ତି ସ୍ୱାକ୍ଷର କରିଥିଲା । ଏହି ଚୁକ୍ତିରେ ୭୩ଟି ଲଢ଼ୁଆ ବିମାନ ଏବଂ ୧୦ଟି ପ୍ରଶିକ୍ଷକ ବିମାନ ଅନ୍ତର୍ଭୁକ୍ତ ଥିଲା । ଭାରତୀୟ ବାୟୁସେନାକୁ ୨୦୨୪ ରେ ପ୍ରଥମ ପର୍ଯ୍ୟାୟରେ ଏହା ମିଳିବା ଆଶା କରାଯାଉଥିଲା, କିନ୍ତୁ ଏହି ସମୟ ମଧ୍ୟରେ କମ୍ପାନୀ ଜିଇ ଏରୋସ୍ପେସ (ଜିଇ) ଏଫ-୪୦୪ ଇଞ୍ଜିନର ଉତ୍ପାଦନ ବନ୍ଦ କରିଦେଇଥିଲା । ପ୍ରତିରକ୍ଷା ମନ୍ତ୍ରଣାଳୟ ଚଳିତ ବର୍ଷ ସେପ୍ଟେମ୍ବର ୨୫ ତାରିଖରେ ଏଚଏଏଲ ସହିତ ଅତିରିକ୍ତ ୯୭ଟି ଏଲସିଏ ମାର୍କ-୧ଇ ଲଢ଼ୁଆ ବିମାନର ଏକ ନୂତନ ଅର୍ଡର ପାଇଁ ଚୁକ୍ତି କରିଥିଲା, ଯେଉଁଥିରେ ୬୮ଟି ସିଙ୍ଗଲ-ସିଟ୍ ଲଢ଼ୁଆ ବିମାନ ଏବଂ ୨୯ଟି ଟ୍ୱିନ-ସିଟ୍ ଟ୍ରେନର ବିମାନ ଅନ୍ତର୍ଭୁକ୍ତ, ଯାହାର ଡେଲିଭରି ୨୦୨୭-୨୮ରେ ଆରମ୍ଭ ହୋଇ ଛଅ ବର୍ଷ ମଧ୍ୟରେ ସମାପ୍ତ ହେବ । ଏହିପରି ଏଚଏଏଲକୁ ଭାରତୀୟ ବାୟୁସେନା ନିମନ୍ତେ ୧୮୦ଟି ବିମାନ ନିର୍ମାଣ କରିବାକୁ ହେବ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ