ଡିସେମ୍ବର ୯ରେ କାରିଗରଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି
ନୂଆଦିଲ୍ଲୀ, ୫ ଡିସେମ୍ବର (ହି.ସ.)- ଡିସେମ୍ବର ୯ ତାରିଖରେ ନୂଆଦିଲ୍ଲୀରେ ''ଜାତୀୟ ହସ୍ତଶିଳ୍ପ ପୁରସ୍କାର'' ଏବଂ ''ଶିଳ୍ପ ଗୁରୁ ପୁରସ୍କାର'' ପ୍ରଦାନ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉତ୍କୃଷ୍ଟ କାରିଗରମାନଙ୍କୁ ସମ୍ମାନିତ କରିବେ । ଶୁକ୍ରବାର ବୟନ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିଜ୍ଞପ
ଡିସେମ୍ବର ୯ରେ କାରିଗରଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି


ନୂଆଦିଲ୍ଲୀ, ୫ ଡିସେମ୍ବର (ହି.ସ.)- ଡିସେମ୍ବର ୯ ତାରିଖରେ ନୂଆଦିଲ୍ଲୀରେ 'ଜାତୀୟ ହସ୍ତଶିଳ୍ପ ପୁରସ୍କାର' ଏବଂ 'ଶିଳ୍ପ ଗୁରୁ ପୁରସ୍କାର' ପ୍ରଦାନ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉତ୍କୃଷ୍ଟ କାରିଗରମାନଙ୍କୁ ସମ୍ମାନିତ କରିବେ ।

ଶୁକ୍ରବାର ବୟନ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିଜ୍ଞପ୍ତି ଅନୁଯାୟୀ, ସଚେତନତା ବୃଦ୍ଧି, କାରିଗରଙ୍କ ଜୀବିକାକୁ ସୁଦୃଢ଼ କରିବା ଏବଂ ଦେଶର ସମୃଦ୍ଧ ହସ୍ତଶିଳ୍ପ ଐତିହ୍ୟକୁ ସ୍ୱୀକୃତି ଦେବାର ମୁଖ୍ୟ ଉଦ୍ଦେଶ୍ୟ ସହିତ ଏହି ପୁରସ୍କାରଗୁଡ଼ିକ ୨୦୨୩ ଏବଂ ୨୦୨୪ ବର୍ଷ ପାଇଁ ଉତ୍କୃଷ୍ଟ କାରିଗରମାନଙ୍କୁ ପ୍ରଦାନ କରାଯିବ । ଦେଶର କଳାତ୍ମକ ଐତିହ୍ୟକୁ ସେମାନଙ୍କର ଅନନ୍ୟ କାରିଗରୀ ଏବଂ ନବସୃଜନ ସହିତ ସମୃଦ୍ଧ କରିଥିବା କାରିଗରମାନଙ୍କୁ ଏହି କାର୍ଯ୍ୟକ୍ରମରେ ସମ୍ମାନିତ କରାଯିବ ।

ଏହି ଅବସରରେ କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂହ ଏବଂ ବୟନ ଓ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗେରିତାଙ୍କ ସହିତ ଅନ୍ୟ କଳାକାରମାନେ ଉପସ୍ଥିତ ରହିବେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande