ଆସନ୍ତାକାଲି ବିଜୟୱାଡାରେ ଦୁଇ ଦିନିଆ କାର୍ଯ୍ୟକ୍ରମ 'କୃଷ୍ଣବେଣୀ ସଙ୍ଗୀତା ନୀରଜନମ'
ନୂଆଦିଲ୍ଲୀ , 5 ଡିସେମ୍ବର (ହି.ସ) -କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ, ସଂସ୍କୃତି ମନ୍ତ୍ରଣାଳୟ ଏବଂ ଆନ୍ଧ୍ର ପ୍ରଦେଶ ସରକାରଙ୍କ ସହଯୋଗରେ ବିଜୟୱାଡାରେ 6 ଏବଂ 7 ଡିସେମ୍ବରରେ କର୍ଣ୍ଣାଟକ ସଙ୍ଗୀତ ମହୋତ୍ସବ ''କୃଷ୍ଣବେଣୀ ସଙ୍ଗୀତା ନୀରଜନମ 2025''ର ତୃତୀୟ ସଂସ୍କରଣ ଆୟୋଜନ
ଆସନ୍ତାକାଲି ବିଜୟୱାଡାରେ ଦୁଇ ଦିନିଆ କାର୍ଯ୍ୟକ୍ରମ 'କୃଷ୍ଣବେଣୀ ସଙ୍ଗୀତା ନୀରଜନମ'


ନୂଆଦିଲ୍ଲୀ , 5 ଡିସେମ୍ବର (ହି.ସ) -କେନ୍ଦ୍ର ପର୍ଯ୍ୟଟନ

ମନ୍ତ୍ରଣାଳୟ, ସଂସ୍କୃତି ମନ୍ତ୍ରଣାଳୟ ଏବଂ ଆନ୍ଧ୍ର ପ୍ରଦେଶ

ସରକାରଙ୍କ ସହଯୋଗରେ ବିଜୟୱାଡାରେ 6 ଏବଂ 7 ଡିସେମ୍ବରରେ କର୍ଣ୍ଣାଟକ ସଙ୍ଗୀତ ମହୋତ୍ସବ 'କୃଷ୍ଣବେଣୀ ସଙ୍ଗୀତା ନୀରଜନମ 2025'ର ତୃତୀୟ ସଂସ୍କରଣ ଆୟୋଜନ

କରାଯିବ। ଏହି ଦୁଇଦିନିଆ ମହୋତ୍ସବ ତେଲୁଗୁ ସଙ୍ଗୀତ ପରମ୍ପରାର ସମୃଦ୍ଧି ପାଳନ

ଶୀର୍ଷକ ଉପରେ ଆଧାରିତ। ଏହାର ଉଦ୍ଦେଶ୍ୟ ଆନ୍ଧ୍ରପ୍ରଦେଶର

ସାଂସ୍କୃତିକ ପରିଚୟକୁ ସୁଦୃଢ଼ ​​କରିବା ଏବଂ ସଙ୍ଗୀତ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା।

ଆନ୍ଧ୍ର ପ୍ରଦେଶ ସରକାରଙ୍କ ପର୍ଯ୍ୟଟନ ଏବଂ ସଂସ୍କୃତି ମନ୍ତ୍ରୀ କୁଣ୍ଡୁଲା

ଦୁର୍ଗେଶ ଶନିବାର ମହୋତ୍ସବକୁ ଉଦଘାଟନ କରିବେ।ଏଥିରେ ତୁମ୍ମାଲାପାଲିବାରୀ କ୍ଷେତ୍ରାୟ କଳାକ୍ଷେତ୍ରମ୍‌ରେ 98 ଜଣ କଳାକାରଙ୍କ ଦ୍ୱାରା ମୋଟ 18 ଟି ସଙ୍ଗୀତ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଆସନ୍ତା

ରବିବାରସକାଳ 7:00 ଟାରେଦୁର୍ଗାଘାଟରେ ପଞ୍ଚରତ୍ନ

କୃତୀମାନଙ୍କ ଏକ ସ୍ୱତନ୍ତ୍ର ସକାଳ ପ୍ରଦର୍ଶନ ଦୁର୍ଗା ଘାଟରେ ,ଯାହାର ନେତୃତ୍ୱ ମଲ୍ଲାଡୀ ବନ୍ଧୁ

କରିବେ। ଏଥିରେ ବିଜୟୱାଡା ଏବଂ ଗୁଣ୍ଟୁରର ସରକାରୀ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟାପକ ଏବଂ

ଛାତ୍ରମାନେ ମଧ୍ୟ ଅଂଶଗ୍ରହଣ କରିବେ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande