
ନୂଆଦିଲ୍ଲୀ, 5 ଡିସେମ୍ବର (ହି.ସ.)- ଗତ ତିନି ଦିନ ଧରି ଚାଲିଥିବା ଇଣ୍ଡିଗୋ ଏୟାରଲାଇନ୍ସର
ପରିଚାଳନା ଜନିତ ସଙ୍କଟ ଏପର୍ଯ୍ୟନ୍ତ ଜାରି ରହିବାର ସମ୍ଭାବନା ଦେଖାଯାଇଛି। ଫଳରେ ହଜାର ହଜାର
ଯାତ୍ରୀଙ୍କୁ ଅସୁବିଧାର ସମ୍ବୁଖୀନ ହେବାକୁ ପଡୁଛି। ଏୟାରଲାଇନ୍ ସ୍ୱୀକାର ଯେ ସେମାନେ ଟିମ୍
(କ୍ରୁ) ସମସ୍ୟାର ଅନୁମାନ ଲଗାଇପାରିନଥିଲେ ଏବଂ ପ୍ଲାନିଂ ସ୍ତରରେ ସେମାନଙ୍କ ତରଫରୁ ତ୍ରୁଟି
ହୋଇଛି।
ଦେଶର ସବୁଠାରୁ ବଡ଼ ଏୟାରଲାଇନ୍
ଇଣ୍ଡିଗୋ ପିଛଲା ତିନି ଦିନ ଧରି କ୍ରୁ ଗଞ୍ଜାମିର କାରଣରୁ ସମସ୍ୟାର ସମ୍ମୁଖୀନ ହେଉଛି। ଏହାରୁ
ଇଣ୍ଡିଗୋର ଅପରେସନ୍ ଭାରି ପରିମାଣରେ ପ୍ରଭାବିତ ହୋଇଛି ଏବଂ ହଜାର ହଜାର ଯାତ୍ରୀଙ୍କୁ ଅସୁବିଧା
ହେଉଛି।
ଗତ ଦିନ ଗୁରୁବାର ଦିନେ
ଦିଲ୍ଲୀ-ମୁମ୍ବାଇ ସହିତ 10ରୁ ଅଧିକ ବିମାନବନ୍ଦରରେ 550ରୁ ଅଧିକ ଫ୍ଲାଇଟ୍ ବାତିଲ୍ ହୋଇଥିଲା।
ଦିଲ୍ଲୀ ଏବଂ ମୁମ୍ବାଇ ସହ ଏବେଂ ବେଙ୍ଗାଲୁରୁ, ହାଇଦ୍ରାବାଦ, କଲକାତା, ଚେନ୍ନାଇ, ଗୋଆ, ଜୟପୁର ଏବଂ ଇନ୍ଦୋର
ବିମାନବନ୍ଦରରୁ ଇଣ୍ଡିଗୋର ଉଡ଼ାଣ ବାତିଲ୍ ହୋଇଛି। ପ୍ରଭାବିତ ଯାତ୍ରୀମାନେ କେତେକ ସ୍ଥାନରେ
ପ୍ରତିବାଦ ଏବଂ ହଙ୍ଗାମା କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା