
ନୂଆଦିଲ୍ଲୀ, 5 ଡିସେମ୍ବର (ହି.ସ.)- ସନାତନ ପରମ୍ପରା
ବସୁଧୈବ କୁଟୁମ୍ବକମ୍ ର ଭାବନାରୁ ଉଦ୍ଭାସିତ ଭାରତ ଆଜି ଦ୍ରୁତ ଗତିରେ, ସଫଳତା ଓ ବ୍ୟକ୍ତିଗତ ସଫଳତାର ଶବ୍ଦରେ ପରିପୂର୍ଣ୍ଣ ହୋଇଯାଇଛି। ସମାଜ
‘ମୁଁ’ ଠାରୁ ‘ଆମେ’ ପଥକୁ ଫେରିବା ଉପାୟ ଖୋଜୁଥିବା ସମୟରେ, ମହାରାଷ୍ଟ୍ରର ଚିଖଲିରେ 6 ଏବଂ 7 ଡିସେମ୍ବର 2025 ରେ ଆୟୋଜିତ ହେବାକୁ ଥିବା ସହସ୍ର
ଚନ୍ଦ୍ର ଦର୍ଶନ ସମାରୋହ ଆମକୁ ସେହି ଜୀବନ ଦର୍ଶନର ସ୍ମୃତି ଦେଉଛି, ଯେଉଁଠାରେ ‘ସ୍ୱୟଂ’ ନୁହେଁ, ‘ରାଷ୍ଟ୍ର
ପ୍ରଥମ’ ଅଟେ ।
ବରିଷ୍ଠ ସଂଘ ପ୍ରଚାରକ
ଲକ୍ଷ୍ମୀନାରାୟଣ ଭାଲା ‘ଲକ୍ଖୀଦା’ଙ୍କ 81ତମ ବର୍ଷରେ ପ୍ରବେଶର ଅବସରରେ ହେବାକୁ ଯାଉଥିବା ଏହି
ଆୟୋଜନ ଦେଶ ସାଧନାର ପରମ୍ପରାକୁ ଏକ ସାର୍ବଜନୀନ ଉତ୍ସବ ରୂପେ ପ୍ରସ୍ତୁତ କରିବ।
1968 ମସିହାରେ ଗୃହତ୍ୟାଗ
କରି ସଂଘ କାର୍ଯ୍ୟରେ ନିଯୁକ୍ତ ହୋଇଥିବା ଲକ୍ଖୀଦାଙ୍କ ଜୀବନ ସେହି ପିଢ଼ୀର ପ୍ରତିନିଧିତ୍ୱ କରେ, ଯେଉଁମାନେ ସୁବିଧାକୁ ନୁହେଁ, ସଂଘର୍ଷକୁ,
ପଦକୁ ନୁହେଁ, ପ୍ରବୃତ୍ତିକୁ, ପ୍ରସିଦ୍ଧିକୁ ନୁହେଁ, କର୍ତ୍ତବ୍ୟକୁ
ଅଙ୍ଗୀକାର କରିଥିଲେ। ଆଜି ଯେତେବେଳେ ସମାଜ ତାତ୍କାଳିକ ଲାଭ ଓ ବ୍ୟକ୍ତିଗତ ଉନ୍ନତିର ଗଣିତରେ
ବ୍ୟସ୍ତ, ସେତେବେଳେ ଏପରି ଜୀବନ ଚରିତ୍ର ଆମକୁ ସ୍ମରଣ କରାଏ ଯେ ରାଷ୍ଟ୍ର କେବଳ
ଏକ ଭୌଗୋଳିକ ସଂଜ୍ଞା ନୁହେଁ, ଏହା ଏକ ନିରନ୍ତର ସାଧନା।
ଶ୍ରୀ ଭାଲା ରାଷ୍ଟ୍ରୀୟ
ସ୍ୱୟଂସେବକ ସଂଘର ପୂର୍ଣ୍ଣକାଳୀନ ପ୍ରଚାରକ ଭାବରେ ରାଷ୍ଟ୍ର କାର୍ଯ୍ୟର ଆରମ୍ଭ କରିଥିଲେ। ଗତ 57
ବର୍ଷ ଧରି ସେ ନିରନ୍ତର ସମାଜ, ସଂଗଠନ ଓ ରାଷ୍ଟ୍ର ନିର୍ମାଣର
କାର୍ଯ୍ୟରେ ସକ୍ରିୟ ରହିଛନ୍ତି।
ସନ୍ଥ, ସଂଘ ଓ ସଂସ୍କୃତିର ସଙ୍ଗମ
ଏହି ଆୟୋଜନର ସବୁଠୁ ବଡ଼
ବିଶେଷତା ହେଉଛି—ଏହା ସନ୍ଥ ପରମ୍ପରା, ସଂଗଠନ ଶକ୍ତି ଓ ସାଂସ୍କୃତିକ
ଚେତନା—ଏହି ତିନୋଟି ଧାରାର ସଙ୍ଗମ ରୂପେ ଉଭୃତ ହେଉଛି। ଏକ ପକ୍ଷରେ ଯେଉଁଠାରେ ଅଖିଲ ଭାରତୀୟ
ପ୍ରଚାରକ ପ୍ରମୁଖ ସ୍ୱାନ୍ତ ରଞ୍ଜନଙ୍କ ସାନ୍ନିଧ୍ୟ ସଂଗଠନର ବିଚାରଧାରାକୁ ମଜବୁତ କରିବ; ସେଠାରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ରାଜରାଜେଶ୍ୱରାଶ୍ରମ ଜୀ
ମହାରାଜ (ହରିଦ୍ୱାର)ଙ୍କ ଉପସ୍ଥିତି ଭାରତୀୟ ଆଧ୍ୟାତ୍ମିକ ଐତିହ୍ୟର ଚେତନାକୁ ରାଷ୍ଟ୍ର ଚର୍ଚ୍ଚା
ସହିତ ଯୋଡ଼ିବ। ସ୍ୱାମୀ ବିଷ୍ଣୁପ୍ରପନ୍ନାଚାର୍ଯ୍ୟ (ନାଗୌରିଆ ମଠ, ରାଜସ୍ଥାନ) ପରମ୍ପରାର ସନ୍ଥମାନଙ୍କ ଉପସ୍ଥିତି ଏହି କଥାର ସଙ୍କେତ ଯେ, ଏହା କେବଳ ଏକ ଉତ୍ସବ ନୁହେଁ, ବରଂ ସଂସ୍କାରର ସାର୍ବଜନୀନ ପୁନର୍ନବୀକରଣ।
ସଂସ୍କୃତିରୁ ରାଷ୍ଟ୍ରବୋଧ
ପର୍ଯ୍ୟନ୍ତର ସେତୁ
କାର୍ଯ୍ୟକ୍ରମରେ ପ୍ରସ୍ତୁତ
ହେବାକୁ ଯାଉଥିବା ‘କେଶବ କଳ୍ପ’ ଉପରେ ଆଧାରିତ ଶାସ୍ତ୍ରୀୟ ନୃତ୍ୟ-ନାଟିକା ନିଜେ ଏକ
ସାଂସ୍କୃତିକ ବକ୍ତବ୍ୟ। ଡା. ହେଡଗେୱାରଙ୍କ ଭଳି ରାଷ୍ଟ୍ରଦ୍ରଷ୍ଟାଙ୍କ ଜୀବନକୁ କଳା ମାଧ୍ୟମରେ
ନୂତନ ପିଢ଼ି ପର୍ଯ୍ୟନ୍ତ ପହଁଚାଇବା ଏହା ପ୍ରମାଣ କରେ ଯେ ସଂଘ ଭାବନା କେବଳ ଭାଷଣର ବିଷୟ ନୁହେଁ, ବରଂ ସମ୍ବେଦନା ଓ ସୌନ୍ଦର୍ଯ୍ୟର ମଧ୍ୟ ଅଂଶ।
ଆଜି ଯେତେବେଳେ ବିଶ୍ୱମଞ୍ଚରେ
ଭାରତ ନିଜ ସାଂସ୍କୃତିକ ପରିଚୟ ସହିତ ଦୃଢ଼ତାରେ ଠିଆ ହେଉଛି, ସେତେବେଳେ ଏପରି ଆୟୋଜନ ଏହା ସିଦ୍ଧ କରିଥାଏ ଯେ ରାଷ୍ଟ୍ରନିର୍ମାଣ କେବଳ ନୀତି ଦ୍ୱାରା
ନୁହେଁ, ସଂସ୍କୃତି ଦ୍ୱାରା ମଧ୍ୟ ହୁଏ।
ସାର୍ଥକ ଜୀବନର ପ୍ରତୀକ
‘ସହସ୍ର ଚନ୍ଦ୍ର ଦର୍ଶନ’
ଭାରତୀୟ ପରମ୍ପରାରେ ‘ସହସ୍ର
ଚନ୍ଦ୍ର ଦର୍ଶନ’ କେବଳ ଦୀର୍ଘାୟୁର ପ୍ରତୀକ ନୁହେଁ, ବରଂ ଏକ
ସାର୍ଥକ ଜୀବନର ପ୍ରତ୍ୟକ୍ଷ ଅର୍ଥ। ଏହାର ଅର୍ଥ ହେଲା—ଏତେ ଦୀର୍ଘ ସମୟ ପର୍ଯ୍ୟନ୍ତ ସମାଜ ପାଇଁ
ଉପଯୋଗୀ ରହିବା ଯେ, ଜୀବନ ନିଜେ ଏକ ଗ୍ରନ୍ଥ
ହୋଇଯାଏ। ଲକ୍ଖୀଦାଙ୍କ ଜୀବନ ଏହି ଅର୍ଥରେ ଏକ ଚାଲୁଥିବା–ବୁଲୁଥିବା ରାଷ୍ଟ୍ର ପାଠ୍ୟକ୍ରମ ଭଳି, ଯାହାର ପ୍ରତ୍ୟେକ ଅଧ୍ୟାୟ ତ୍ୟାଗ, ଅନୁଶାସନ,
ସେବା ଓ ସମର୍ପଣରେ ଲେଖାଯାଇଛି।
ଦାଦା ଆପ୍ଟେଙ୍କ ମନ୍ତ୍ରକୁ ସିଞ୍ଚିଲେଶ୍ରୀକାନ୍ତ ଜୋଶୀ, ଭାଲା
ଦେଖାଇଲେ ରାସ୍ତା
ପାଶ୍ଚାତ୍ୟ ପ୍ରଭାବ ମଧ୍ୟରେ
ଭାରତୀୟ ବିଚାର–ଦୃଷ୍ଟିର ଉର୍ବର ଭୂମି ତିଆରି କରିବାରେ ଯେଉଁ ଚିନ୍ତକମାନେ ସାମିଲ ଥିଲେ, ସେହିମାନଙ୍କ ମଧ୍ୟରେ ଦାଦା ସାହେବ ଆପ୍ଟେ (ଶିବରାମ ଶଙ୍କର ଆପ୍ଟେ) ଜଣେ।
1948 ମସିହାରେ ସେ ବହୁଭାଷୀ ହିନ୍ଦୁସ୍ଥାନ ସମାଚାର ନ୍ୟୁଜ୍ ଏଜେନ୍ସି ଭାବେ ଯେଉଁ ମଂଜି ବୁଣିଥିଲେ,
ତାହା ଆଜି ଭାରତୀୟ ଭାଷାର ସ୍ୱର ପାଲଟିଛି ।
ଶ୍ରୀକାନ୍ତ ଜୋଶୀ ଓ
ଲକ୍ଷ୍ମୀନାରାୟଣ ଭାଲା ଏହାର ପଥପ୍ରଦର୍ଶକ ଭାବେ ଉଭା ହୋଇଥିଲେ । ଫେବ୍ରୁଆରୀ 2013ରେ
ଶ୍ରୀକାନ୍ତ ଜୋଶୀଙ୍କ ଦେହାବସାନ ପରେ ହିନ୍ଦୁସ୍ଥାନ ସମାଚାରର ଦାୟିତ୍ୱ ଯାହାଙ୍କ କାନ୍ଧରେ
ପଡ଼ିଲା, ସେ ହେଲେ ଲକ୍ଷ୍ମୀନାରାୟଣ ଭାଲା ‘ଲକ୍ଖୀଦା’।
ଏହା ସେ ସମୟ ଥିଲା ଯେତେବେଳେ
ଏଜେନ୍ସି ପରିବର୍ତ୍ତନର ଗୁରୁତ୍ଵପୂର୍ଣ୍ଣ ଅବସ୍ଥାରେ ଥିଲା—ଯାହାକୁ ସେ ଦୃଢ଼ତା, ଅନୁଶାସନ ଓ ଦୂରଦୃଷ୍ଟି ସହ ସମ୍ଭାଳିଥିଲେ ।
ତାଙ୍କ ନେତୃତ୍ୱରେ
ହିନ୍ଦୁସ୍ଥାନ ସମାଚାରର ବିଶ୍ୱସନୀୟତା ସରକାରୀ, ସାମାଜିକ
ଓ ମିଡିଆ ମଞ୍ଚରେ ଆହୁରି ଶକ୍ତିଶାଳୀ ହୋଇଥିଲା।
ରାଷ୍ଟ୍ରହିତ, ସମତାମୂଳକ ବିଚାର ଓ ନିର୍ଭୀକ ସାମ୍ବାଦିକତା—ଏହି ତିନିଟି ସ୍ତମ୍ଭ
ଉପରେ ସେ ଏଜେନ୍ସିକୁ ନିରନ୍ତର ଆଗକୁ ନେଲେ।
ଏହା କୁହାଯାଇପାରିବ ଯେ, ଶ୍ରୀକାନ୍ତ ଜୋଶୀ ଯେ ଦୀପଟି ଜଳାଇଥିଲେ, ଲକ୍ଷ୍ମୀନାରାୟଣ ଭାଲା ତାହାକୁ ରାଷ୍ଟ୍ରବ୍ୟାପୀ ଆଲୋକରେ ପରିଣତ କରିଥିଲେ।
୬ ଡିସେମ୍ବରରେ ବୈଦିକ
ଅନୁଷ୍ଠାନ, ସମ୍ମାନ ଓ ସାଂସ୍କୃତିକ ପ୍ରସ୍ତୁତି
କାର୍ଯ୍ୟକ୍ରମର ଆରମ୍ଭ
ଶନିବାର ୬ ଡିସେମ୍ବର ସକାଳ ୬ଟାରେ ବୈଦିକ ପରମ୍ପରାନୁସାରେ ଯଜ୍ଞ–ପୂଜନ ସହ କରାଯିବ। ଏହା ପରେ
ସକାଳ ୧୧ଟାରୁ ୧୨:୩୦ ପର୍ଯ୍ୟନ୍ତ ସହସ୍ର ଚନ୍ଦ୍ର ଦର୍ଶନ ଉଦ୍ଘାଟନ, ତୁଳାଦାନ ଏବଂ ସମ୍ମାନ ସମାରୋହ ଆୟୋଜିତ ହେବ। ସନ୍ଧ୍ୟା ୬ଟାରୁ ୯ଟା
ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ।
୭ ଡିସେମ୍ବରରେ ସ୍ମାରିକା ଉନ୍ମୋଚନ
ଓ ସମାପନ ସମାରୋହ
ରବିବାର ଡିସେମ୍ବର ୭ ସକାଳ
୧୧:୩୦ରୁ ୧ଟା ପର୍ଯ୍ୟନ୍ତ ସହସ୍ର ଚନ୍ଦ୍ର ଦର୍ଶନ ସମାପନ ସମାରୋହ, ସ୍ମାରିକା ବିମୋଚନ ଏବଂ ବିଚାର–ସଂବାଦ କାର୍ଯ୍ୟକ୍ରମ ଆୟୋଜିତ ହେବ। ତାପରେ
୧:୩୦ରୁ ୩ଟା ପର୍ଯ୍ୟନ୍ତ ସାମୂହିକ ଭୋଜନ ସହିତ କାର୍ଯ୍ୟକ୍ରମର ବିଧିବତ୍ ସମାପନ ହେବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା