0.25 ପ୍ରତିଶତ ରେପୋ ରେଟ୍ ହ୍ରାସ କଲା ରିଜର୍ଭ ବ୍ୟାଙ୍କ
ନୂଆଦିଲ୍ଲୀ/ମୁମ୍ବାଇ, 5 ଡିସେମ୍ବର (ହି.ସ.) - ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ମୁଖ୍ୟ ନୀତିଗତ ଦର ରେପୋ ରେଟ୍‌କୁ 0.25 ପ୍ରତିଶତ ହ୍ରାସ କରିଛି, ଯାହା ହ୍ରାସ ପାଇ 5.25 ପ୍ରତିଶତ ହୋଇଛି। ଆରବିଆଇଗଭର୍ନର ସଞ୍ଜୟ ମଲ୍‌ହୋତ୍ରା ଶୁକ୍ରବାର ମୌଦ୍ରିକ ନୀତି ସମିତି (ଏମପିସି)ର ସମୀକ୍ଷା ବୈଠକ
0.25 ପ୍ରତିଶତ ରେପୋ ରେଟ୍     ହ୍ରାସ କଲା ରିଜର୍ଭ ବ୍ୟାଙ୍କ


ନୂଆଦିଲ୍ଲୀ/ମୁମ୍ବାଇ, 5 ଡିସେମ୍ବର (ହି.ସ.)

- ରିଜର୍ଭ

ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ମୁଖ୍ୟ ନୀତିଗତ ଦର ରେପୋ ରେଟ୍‌କୁ 0.25 ପ୍ରତିଶତ ହ୍ରାସ କରିଛି, ଯାହା ହ୍ରାସ ପାଇ 5.25 ପ୍ରତିଶତ ହୋଇଛି। ଆରବିଆଇଗଭର୍ନର ସଞ୍ଜୟ ମଲ୍‌ହୋତ୍ରା ଶୁକ୍ରବାର ମୌଦ୍ରିକ ନୀତି ସମିତି (ଏମପିସି)ର ସମୀକ୍ଷା ବୈଠକ ପରେ ସମିତିର ନିଷ୍ପତ୍ତିର ସୂଚନା ଦେଲେ। ଏହାସହିତ

ଆର୍ଥିକ ବୃଦ୍ଧି ଅନୁମାନକୁ 6.8% ରୁ ବଢ଼ାଇ 7.3% ଓ ମହଙ୍ଗାଇ ଦରର ଅନୁମାନକୁ 2.6% ରୁ କମାଇ

2% କରାଯାଇଛି।

ଆରବିଆଇଗଭର୍ନର ସଞ୍ଜୟ ମଲ୍‌ହୋତ୍ରା 3 ଡିସେମ୍ବରରୁ ଆରମ୍ଭ ହୋଇଥିବା

ତିନିଦିନୀୟ ପଞ୍ଚମ ଦ୍ୱିମାସିକ ଏମପିସିବୈଠକରେ

ନିଆଯାଇଥିବା ନିଷ୍ପତ୍ତି ବିଷୟରେ କହିଲେ ଯେ, ଏମପିସିସଦସ୍ୟମାନେ ସମ୍ମତି ସହ ମୁଖ୍ୟ ନୀତିଗତ ଦର ରେପୋ ରେଟ୍‌କୁ 0.25%

କମାଇ 5.25% କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଗଭର୍ନର ସଞ୍ଜୟ ମଲ୍‌ହୋତ୍ରା

ତାଙ୍କର ସମ୍ବୋଧନରେ କହିଛନ୍ତି ଯେ, ଅର୍ଥନୈତିକ ବୃଦ୍ଧିକୁ ଗତି

ଦେବା ପାଇଁ ଏହି ନିଷ୍ପତ୍ତି ଆବଶ୍ୟକ ଥିଲା। ସେ କହିଲେ ଯେ, ମଜବୁତ ଆର୍ଥିକ ବୃଦ୍ଧି ଏବଂ ମୁଦ୍ରାସ୍ଫୀତିରେ ନରମିଆଣି ପରିସ୍ଥିତି ମଧ୍ୟରେ ରିଜର୍ଭ

ବ୍ୟାଙ୍କ୍ ନୀତିଗତ ଦରରେ ଏହି ହ୍ରାସ କରିଛି।

ମଲ୍‌ହୋତ୍ରା କହିଛନ୍ତି ଯେ, ଏହାସହିତ ଆର୍‌ବିଆଇ ଚାଲୁ ଆର୍ଥିକ ବର୍ଷ 2025-26 ପାଇଁ ଆର୍ଥିକ

ବୃଦ୍ଧି ଅନୁମାନକୁ 6.8% ରୁ ବଢ଼ାଇ 7.3% କରିଛି। ସେହିପରି ମହଙ୍ଗାଇ ଦରର ଅନୁମାନକୁ 2.6% ରୁ

କମାଇ 2% କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande