ଇଣ୍ଡିଗୋ ଉଡ଼ାଣ ସଙ୍କଟକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ କଂଗ୍ରେସ ସାଂସଦ ସେନ୍ଥିଲ୍
ନୂଆଦିଲ୍ଲୀ, ୬ ଡିସେମ୍ବର (ହି.ସ.)- ତାମିଲନାଡୁର ତିରୁଭଲ୍ଲୁର ଲୋକସଭା ନିର୍ବାଚନମଣ୍ଡଳୀର କଂଗ୍ରେସ ସାଂସଦ ଶଶିକାନ୍ତ ସେନ୍ଥିଲ୍ ଦେଶର ସର୍ବବୃହତ ଏୟାରଲାଇନ୍ କମ୍ପାନୀ ଇଣ୍ଡିଗୋର ଉଡ଼ାଣ ସଙ୍କଟକୁ ନେଇ କେନ୍ଦ୍ର ସରକାର ନୀରବ ଦର୍ଶକ ସାଜିଥିବା ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, ଲୋକମାନେ ବିମାନବ
ଇଣ୍ଡିଗୋ ଉଡ଼ାଣ ସଙ୍କଟକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ କଂଗ୍ରେସ ସାଂସଦ ସେନ୍ଥିଲ୍


ନୂଆଦିଲ୍ଲୀ, ୬ ଡିସେମ୍ବର (ହି.ସ.)- ତାମିଲନାଡୁର ତିରୁଭଲ୍ଲୁର ଲୋକସଭା ନିର୍ବାଚନମଣ୍ଡଳୀର କଂଗ୍ରେସ ସାଂସଦ ଶଶିକାନ୍ତ ସେନ୍ଥିଲ୍ ଦେଶର ସର୍ବବୃହତ ଏୟାରଲାଇନ୍ କମ୍ପାନୀ ଇଣ୍ଡିଗୋର ଉଡ଼ାଣ ସଙ୍କଟକୁ ନେଇ କେନ୍ଦ୍ର ସରକାର ନୀରବ ଦର୍ଶକ ସାଜିଥିବା ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, ଲୋକମାନେ ବିମାନବନ୍ଦରରେ ସେମାନଙ୍କର ଲଗେଜ ଧରି ହଇରାଣ ହରକତ ହେଉଛନ୍ତି, କିନ୍ତୁ ଦେଶର ଦାୟିତ୍ୱରେ ଥିବା କେହି ଚିନ୍ତା କରୁନାହାଁନ୍ତି । ଯାତ୍ରୀମାନଙ୍କୁ ସାହାଯ୍ୟ କରିବାକୁ କେହି ପ୍ରସ୍ତୁତ ନୁହଁନ୍ତି । ସରକାର କୁହନ୍ତୁ ଯେ, ଇଣ୍ଡିଗୋ କିପରି ୬୦ ରୁ ୬୫ ପ୍ରତିଶତ ବଜାର ଅଂଶ ସହିତ ଏକ ଏକାଧିକାରୀ ବିମାନ କମ୍ପାନୀ ହୋଇଗଲା । ସାଂସଦ ସେନ୍ଥିଲ୍ ଶନିବାର କଂଗ୍ରେସ ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଲୋକମାନେ ଖାଦ୍ୟ ଏବଂ ପାଣି ବିନା ବିମାନବନ୍ଦରରେ ଘଂଟା ଘଂଟା ଅପେକ୍ଷା କରିବାକୁ ବାଧ୍ୟ ହେଉଛନ୍ତି । ବୃଦ୍ଧ ଏବଂ ପିଲାମାନଙ୍କ ପାଇଁ କୌଣସି ବିଶେଷ ବ୍ୟବସ୍ଥା ନାହିଁ । ଅନେକ ଯାତ୍ରୀ ପରୀକ୍ଷା, ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଏବଂ ପାରିବାରିକ ଜରୁରୀକାଳୀନ ପରିସ୍ଥିତିରେ ସାମିଲ୍ ହୋଇପାରି ନାହାଁନ୍ତି । ଗତ ଚାରିରୁ ପାଂଚ ଦିନ ଦେଶର ବିମାନ ଯାତ୍ରା ଇତିହାସରେ ସବୁଠାରୁ ଖରାପ ଥିଲା । ଗତକାଲି ୧୦୦୦ ରୁ ଅଧିକ ଉଡ଼ାଣ ରଦ୍ଦ କରାଯାଇଥିଲା ଏବଂ ଆଜି ଆହୁରି ୬୦୦ରୁ ଅଧିକ ଉଡ଼ାଣ ବାତିଲ୍ କରାଯାଇଛି । ଲକ୍ଷ ଲକ୍ଷ ଯାତ୍ରୀ ଫସି ରହିଛନ୍ତି, ଏବଂ ଦାୟିତ୍ୱରେ ଥିବା କେହି ଚିନ୍ତା କରୁନାହାଁନ୍ତି । ସେ ପଚାରିଥିଲେ ଯେ, ଜାନୁଆରୀ-ମାର୍ଚ୍ଚ ୨୦୨୪ ରୁ ଲାଗୁ ହୋଇଥିବା ନୂତନ ଡିଜିସିଏ ନିୟମ ଉପରେ ପୂର୍ବରୁ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା । ସରକାର ଏୟାରଲାଇନ୍ସର ଏକାଧିକାରକୁ ପ୍ରୋତ୍ସାହିତ କରୁଛନ୍ତି । ଇଣ୍ଡିଗୋ କିପରି ୬୦-୬୫ ପ୍ରତିଶତର ବଜାର ଅଂଶ ହାସଲ କଲା? ଏହା କିପରି ଏକ ଏକାଧିକାର ବିଶିଷ୍ଟ ଏୟାରଲାଇନ କମ୍ପାନୀ ହେଲା? ସରକାର ଏହାର ଉତର ଦେବା ଉଚିତ୍ ।

ଅନ୍ୟପକ୍ଷରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ କହିଛନ୍ତି ଯେ, ନୂତନ ଉଡ଼ାଣ ଡ୍ୟୁଟି ସମୟ ସୀମା ନିୟମ ନଭେମ୍ବର ୧ରୁ ଲାଗୁ ହୋଇଛି, କିନ୍ତୁ ଅନ୍ୟ କୌଣସି ବିମାନ କମ୍ପାନୀ କୌଣସି ସମସ୍ୟାର ସମ୍ମୁଖୀନ ହୋଇ ନଥିଲେ । ଏହା ସ୍ପଷ୍ଟ ଭାବରେ ସୂଚିତ କରୁଛି ଯେ ସମସ୍ୟା ଇଣ୍ଡିଗୋ ପକ୍ଷରୁ ରହିଛି । ଇଣ୍ଡିଗୋର ଅବହେଳାର ତଦନ୍ତ କରାଯିବ ଏବଂ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande