
ବାଲାଘାଟ, ୦୬ ଡିସେମ୍ବର(ହି.ସ.) – ମଧ୍ୟ ପ୍ରଦେଶର ବାଲାଘାଟ ଜିଲ୍ଲାରେ ଛତିଶଗଡ଼ ସହିତ ଲାଗିଥିବା ସୀମାରେ ଶନିବାର ଦିନ ଦ୍ୱିପହରରେ ସୁରକ୍ଷା ବଳଙ୍କ ନକ୍ସଲିମାନଙ୍କ ସହିତ ସଂଘର୍ଷ ହୋଇଯାଇଛି। ବାଲାଘାଟ ଜିଲ୍ଲାର ମାତାଘାଟ ଅଂଚଳରେ ଛତିଶଗଡ଼ର ଖୈରାଗଡ଼ ସୀମାନ୍ତ ଅଂଚଳ ଜଙ୍ଗଲରେ ହୋଇଥିବା ଏହି ସଂଘର୍ଷ ପରେ ନକ୍ସଲି ଘନ ଜଙ୍ଗଲର ଫାଇଦା ଉଠାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସୁରକ୍ଷା ବଳଙ୍କୁ ଘଟଣାସ୍ଥଳରୁ ବିସ୍ଫୋଟକ ଆଦି ସାମଗ୍ରୀ ଜବତ ହୋଇଛି।
ବାଲାଘାଟ ଜିଲ୍ଲାର ପୋଲିସ୍ ଅଧିକ୍ଷକ ଆଦିତ୍ୟ ମିଶ୍ର ଏନକାଉଂଟର ହୋଇଥିବା ନେଇ ସୂଚନା ଦେଇ କହିଛନ୍ତି ଯେ କେନ୍ଦ୍ର ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶାନୁଯାୟୀ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ନକ୍ସଲିମାନଙ୍କୁ ଶେଷକରିବା ଲକ୍ଷ୍ୟ ସହିତ ଜିଲ୍ଲାର ଜଙ୍ଗଲରେ ବିପୁଳ ସଂଖ୍ୟାରେ ସୁରକ୍ଷା ବଳ ଛାଉଣୀ କରାଯାଇଛି। ନକ୍ସଲି ନିପାତ ଅଭିଯାନରେ ହାଁକ ଫୋର୍ସ, ସିଆର୍ପିଏଫ୍ ଏବଂ କୋବରା ଯେପରି ସୁରକ୍ଷା ବଳର କମ୍ପାନୀମାନଙ୍କ ସହିତ ଜିଲ୍ଲା ପୋଲିସର ଅଧିକାରୀ ଏବଂ ଜବାନଙ୍କୁ ମଧ୍ୟ ଛାଉଣୀ କରାଯାଇଛି। ଏ ସମସ୍ତ କର୍ମୀମାନଙ୍କୁ ନକ୍ସଲୀ ଗତିବିଧି ଏବଂ ଜଙ୍ଗଲୀ ଅଂଚଳର ଅନୁଭବ ଅଛି।
ସେ କହିଛନ୍ତି ଯେ ଶନିବାର ଦିନ ଦ୍ୱିପହର ପ୍ରାୟ ୧୨.୩୦ରେ ସୁରକ୍ଷାବଳଙ୍କ ବିଶେଷ ଟିମ୍ ଅଂଚଳରେ ସର୍ଚ୍ଚ କରୁଥିଲା, ସେତେବେଳେ ଜଙ୍ଗଲରେ ଲୁଚିଥିବା ନକ୍ସଲିମାନେ ଗୁଳି ଚଳାଇବା ଆରମ୍ଭ କରିଦେଇଥିଲେ। ଉତରରେ ସୁରକ୍ଷା ବଳ ପୁରା ଅଂଚଳକୁ ଘେରି ରହିଥିଲେ। ଚାପ ବଢ଼ିବା ପରେ ନକ୍ସଲି ନିଜର କ୍ୟାମ୍ପକୁ ଛାଡ଼ି ଘଂଚ ଜଙ୍ଗଲ ଆଡ଼କୁ ଦୌଡ଼ି ପଳାଇଥିଲେ। ଘଟଣାସ୍ଥଳରୁ ସୁରକ୍ଷାବଳଙ୍କୁ ନକ୍ସଲିମାନଙ୍କ ଦୈନିକ ବ୍ୟବହାର ସାମଗ୍ରୀ, ବିସ୍ଫୋଟକ, ୱୟାର, ବ୍ୟାଟେରି, ଔଷଧ, ଲୁଗାପଟା ଏବଂ ରାଶନ ପ୍ୟାକେଟ୍ ମିଳିଛି। ଏଥିରୁ ସ୍ପଷ୍ଟ ଯେ ଏହି ଅଂଚଳରେ ସେମାନେ ସକ୍ରିୟ ଥିଲା, କିନ୍ତୁ ଲଗାତାର ଚାପ କାରଣରୁ ସେମାନେ ରହିପାରିଲେ ନାହିଁ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି