ନ୍ୟାସନାଲ ହେରାଲ୍ଡ ମାମଲା: କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାରଙ୍କୁ ପୁଣି ଥରେ ନୋଟିସ ପଠାଇଲା ଇଡି
ବେଙ୍ଗାଲୁରୁ, ୬ ଡିସେମ୍ବର (ହି.ସ.)- ନ୍ୟାସନାଲ ହେରାଲ୍ଡ ମାମଲାରେ ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ପୁଣି ଥରେ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାରଙ୍କୁ ନୋଟିସ୍ ଜାରି କରିଛି । ଡି.କେ. ଶିବକୁମାର ଶନିବାର ଏନେଇ ସୂଚନା ଦେଇଛନ୍ତି ଏବଂ ଏହା ରାଜନୈତିକ ଭାବରେ ପ୍ରେରିତ ବୋଲି ବର୍ଣ୍ଣନା କ
ନ୍ୟାସନାଲ ହେରାଲ୍ଡ ମାମଲା: କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାରଙ୍କୁ ପୁଣି ଥରେ ନୋଟିସ ପଠାଇଲା ଇଡି


ବେଙ୍ଗାଲୁରୁ, ୬ ଡିସେମ୍ବର (ହି.ସ.)- ନ୍ୟାସନାଲ ହେରାଲ୍ଡ ମାମଲାରେ ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ପୁଣି ଥରେ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାରଙ୍କୁ ନୋଟିସ୍ ଜାରି କରିଛି । ଡି.କେ. ଶିବକୁମାର ଶନିବାର ଏନେଇ ସୂଚନା ଦେଇଛନ୍ତି ଏବଂ ଏହା ରାଜନୈତିକ ଭାବରେ ପ୍ରେରିତ ବୋଲି ବର୍ଣ୍ଣନା କରିଛନ୍ତି ।

ଡି.କେ. ଶିବକୁମାର ଗଣମାଧ୍ୟମ ସହିତ କଥା ହୋଇ କହିଛନ୍ତି ଯେ, ନ୍ୟାସନାଲ ହେରାଲ୍ଡ ଏବଂ ୟଙ୍ଗ ଇଣ୍ଡିଆ ସଂଗଠନ କଂଗ୍ରେସ ପାର୍ଟି ଅଧୀନରେ କାର୍ଯ୍ୟ କରେ । ଦଳର କଷ୍ଟକର ସମୟରେ, କଂଗ୍ରେସ ନେତାମାନେ ଟ୍ରଷ୍ଟ ମାଧ୍ୟମରେ ଏହି ସଂସ୍ଥାଗୁଡ଼ିକୁ ଆର୍ôଥକ ସହାୟତା ଦେଇଥିଲେ ।

ଶିବକୁମାର କହିଛନ୍ତି ଯେ, ଇଡି ଠାରୁ ନୋଟିସ ପାଇବା ପରେ, ସମସ୍ତ ଆବଶ୍ୟକୀୟ ଦସ୍ତାବିଜ ଏବଂ ସୂଚନା ପ୍ରଦାନ କରାଯାଇଥିଲା, ଏବଂ ଏକ ଚାର୍ଜସିଟ୍ ମଧ୍ୟ ଦାଖଲ କରାଯାଇଛି । ଏବେ, ଦିଲ୍ଲୀ ପୋଲିସ ତାଙ୍କୁ ଡିସେମ୍ବର ୧୯ ତାରିଖ ସୁଦ୍ଧା ହାଜର ହୋଇ ସୂଚନା ପ୍ରଦାନ କରିବାକୁ କହିଛି । ସେ ସମଗ୍ର ମାମଲାକୁ ରାଜନୈତିକ ଚାପ ଏବଂ ଉତ୍ପୀଡ଼ନ ବୋଲି ଦଦର୍ଶାଇବା ସହିତ ଏହାର ନିନ୍ଦା କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ, ସେ ଏହି ମାମଲାକୁ ଆଇନଗତ ଭାବରେ ସମାଧାନ କରିବେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande