
ନୂଆଦିଲ୍ଲୀ, ୦୬ ଡିସେମ୍ବର(ହି.ସ.) – ଭାରତ ଏବଂ ଆମେରିକା ନିକଟରେ ଆତଙ୍କବାଦ ସହିତ ଯୋଡ଼ିଥିବା ସମସ୍ୟା ଉପରେ ବୈଠକ କରି ଏଥିରେ ଯୋଡ଼ିଥିବା ବିଭିନ୍ନ ଆହ୍ୱାନ ବିରୋଧରେ ସହଯୋଗକୁ ମଜଭୁତ କରିବା ଉପରେ ଆଲୋଚନା କରିଥିଲେ। ଏଥିରେ ଆଇନ୍ ପ୍ରବର୍ତନ ଏବଂ ନ୍ୟାୟିକ ସହଯୋଗକୁ ମଜଭୁତ କରିବା ଉପରେ ମଧ୍ୟ ଚର୍ଚ୍ଚା କରାଯାଇଥିଲା। ଏହି ବୈଠକରେ ଆତଙ୍କବାଦର ମୁକାବିଲା କରିବାରେ ଦ୍ୱିପାକ୍ଷୀୟ ସହଯୋଗର ମହତ୍ୱ ଉପରେ ଜୋର୍ ଦିଆଯାଇଛି। ଦୁଇ ପକ୍ଷ ସୀମା ପାର ଆତଙ୍କବାଦ ସହିତ ଆତଙ୍କବାଦ ସମସ୍ତ ରୂପ ଏବଂ ଅଭିବ୍ୟକ୍ତିର କଡ଼ା ନିନ୍ଦା କରିଥିଲେ। ସେ ଆତଙ୍କବାଦୀ ଉଦ୍ଦେଶ୍ୟ ପାଇଁ ୟୁଏବି, ଡ୍ରୋନ୍ ଏବଂ ଏଆଇର ବ୍ୟବହାର ବୃଦ୍ଧି ଉପରେ ଚିନ୍ତା ବ୍ୟକ୍ତ କରିଥିଲେ।
ସେ ୨୨ ଅପ୍ରେଲରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ ଲାଲ୍କିଲ୍ଲାର ପାଖରେ ହୋଇଥିବା ଘଟଣାର କଡ଼ା ନିନ୍ଦା କରିଥିଲେ ଏବଂ ଏହା ଉପରେ ଜୋର୍ ଦେଇଛନତି ଯେ ଆତଙ୍କବାଦୀ ପାଇଁ ଦାୟୀ ଲୋକଙ୍କୁ ଉତରଦାୟୀ କରିବା ଦରକାର। ବିଦେଶ ମନ୍ତ୍ରାଳୟ ଅନୁଯାୟୀ ଭାରତ ଏବଂ ଆମେରିକା ୩ ଡିସେମ୍ବରକୁ ନୂଆଦିଲ୍ଲୀରେ ଆତଙ୍କବାଦ ବିରୋଧରେ ସଂଯୁକ୍ତ କାର୍ଯ୍ୟସମୁହ(ଜେଡବ୍ଲ୍ୟୁଜି)ର ୨୧ତମ ବୈଠକ ଏବଂ ୭ତମ ବିଷୟ ଆଧାରିତ ବାର୍ତା ଆୟୋଜିତ କରିଥିଲେ। ଭାରତର ବିଦେଶ ମନ୍ତ୍ରାଳୟରେ ସଂଯୁକ୍ତ ସଚିବ ଡା. ବିନୋଦ ବହାଡେ ଏବଂ ଆମେରିକାର ବିଦେଶ ବିଭାଗର ବରିଷ୍ଠ ଅଧିକାରୀ ମୋନିକା ଜ୍ୟାକବସେନ ନିଜ ନିଜର ପ୍ରତିନିଧିମଣ୍ଡଳର ନେତୃତ୍ୱ ନେଇଥିଲେ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି