20 ବର୍ଷ ପରେ ଗୁରୁଙ୍କୁ ଭେଟିଲେ ଅମିତ ଶାହ, ବୟୋବୃଦ୍ଧଙ୍କ ଆଖିରେ ଖୁସିର ଅଶ୍ରୁ, ପୁରୁଣା ଦିନକୁ ମନେ ପକାଇ ହେଲେ ଭାବବିହ୍ୱଳ
ଗାନ୍ଧିନଗର, 6 ଡିସେମ୍ବର (ହି.ସ.)- କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ଗତ ଶୁକ୍ରବାର ଗାନ୍ଧୀନଗର ଆସିଥିଲେ । ସେ ତିନିଦିନିଆ ଗୁଜରାଟ ଗସ୍ତରେ ଥିଲେ ଏବଂ ସହର ପାଇଁ 68 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଘୋଷଣା କରିଥିଲେ। ବ୍ୟସ୍ତ କାର୍ଯ୍ୟକ୍ରମ ମଧ୍ୟରେ ସେ ହଠାତ୍ ମାଣସାରେ ଜେ.
20 ବର୍ଷ ପରେ ଗୁରୁଙ୍କୁ ଭେଟିଲେ ଅମିତ ଶାହ, ବୟୋବୃଦ୍ଧଙ୍କ ଆଖିରେ     ଖୁସିର ଅଶ୍ରୁ, ପୁରୁଣା ଦିନକୁ ମନେ ପକାଇ ହେଲେ ଭାବବିହ୍ୱଳ


ଗାନ୍ଧିନଗର, 6 ଡିସେମ୍ବର (ହି.ସ.)- କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ଗତ ଶୁକ୍ରବାର ଗାନ୍ଧୀନଗର

ଆସିଥିଲେ । ସେ ତିନିଦିନିଆ ଗୁଜରାଟ ଗସ୍ତରେ ଥିଲେ ଏବଂ ସହର ପାଇଁ 68 କୋଟି ଟଙ୍କାର ବିଭିନ୍ନ

ପ୍ରକଳ୍ପ ଘୋଷଣା କରିଥିଲେ। ବ୍ୟସ୍ତ କାର୍ଯ୍ୟକ୍ରମ ମଧ୍ୟରେ ସେ ହଠାତ୍ ମାଣସାରେ ଜେ. ଡି. ସି.

ପି. ପଟେଲ୍ ନାମରେ ପରିଚିତ ନିଜ ପୂର୍ବତନ ଶିକ୍ଷକ ଜୀବନଭାଇ ଡାହ୍ୟାଭାଇ ପଟେଲଙ୍କ ଘରେ ପହଞ୍ଚିଥିଲେ।

ଅମିତ ଶାହ 89 ବର୍ଷୀୟ ନିଜ ଗୁରୁଙ୍କ ଗାୟତ୍ରୀନଗର ସ୍ଥିତ ଘରକୁ ଯାଇ, ତାଙ୍କ ଚରଣ ସ୍ପର୍ଶ

କରି ଆଶୀର୍ବାଦ ନେଇତଇଲେ। ଘରକୁ ପ୍ରବେଶ କରିବା ପୂର୍ବରୁ ସେ ନିଜର ଜୋତା ବାହାରେ କାଢ଼ି

ରଖିଥିଲେ। ସେ ନିଜ ଗୁରୁ ଏବଂ ତାଙ୍କ ପରିବାର ସହିତ ଅଧା ଘଣ୍ଟାରୁ ଅଧିକ ସମୟ କାଟିଥଇଲେ।

ଜୀବନଭାଇ ପଟେଲ କହିଛନ୍ତି ଯେ ଅମିତ ଶାହ ପ୍ରାୟ 20–21 ବର୍ଷ ପରେ

ତାଙ୍କ ସହିତ ମିଶିଲେ। ସେ କହିଛନ୍ତି, “ଅମିତଭାଇ ଶୈଶବ କାଳର ଦିନଗୁଡିକୁ ସ୍ମରଣ କରାଇଥିଲେ ଏବଂ ମାଣସାର

ଉନ୍ନତି, ବିଶେଷ କରି ମଲାଵ ଜଳାଶୟ

ଦେଖିବାକୁ ଅନୁରୋଧ କରିଥିଲେ।”

ଜୀବନଭାଇ ପଟେଲ ଏହାମଧ୍ୟ କହିଛନ୍ତି ଯେ ସେ ଅମିତ ଶାହଙ୍କୁ ପ୍ରଥମ

ଶ୍ରେଣୀରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ାଇଥିଲେ। ପୁରୁଣା ଯୁଗର ଶିକ୍ଷା ପ୍ରଣାଳୀକୁ ସ୍ମରଣ

କରି ସେ କହିଛନ୍ତି—“ପୂର୍ବତନ ଶିକ୍ଷକମାନେ ଟଙ୍କା ପାଇଁ ଆସକ୍ତ ନଥିଲେ; ସେମାନେ

ଛାତ୍ରମାନଙ୍କୁ ତିଆରି କରିବା ପାଇଁ ମନରୁ ପଢ଼ାଉଥିଲେ।”

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande