ଏସଆଇଆରକୁ ଗୁରୁତ୍ୱପୂର୍ଣ୍ଣ କହିଲେ ମାୟାବତୀ, ବ୍ୟାପକ ଭାବେ ଭାଗ ନେବାକୁ ଲୋକଙ୍କୁ ଅପିଲ
ଲକ୍ଷ୍ନୌ, 6 ଡିସେମ୍ବର (ହି.ସ.)- ବହୁଜନ ସମାଜ ପାର୍ଟି (ବିଏସପି) ର ଜାତୀୟ ଅଧ୍ୟକ୍ଷ ମାୟାବତୀ ନିର୍ବାଚନ ଆୟୋଗ ଦ୍ୱାରା ମତଦାତା ସୂଚୀର ବିଶେଷ ଗହନ ପୁନଃସମୀକ୍ଷା (ଏସଆଇଆର) କୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି। ସେ ଆହ୍ୱାନ କରିଛନ୍ତି ଯେ ବହୁଜନ ସମାଜ ସଚେତନତା ସହ
ଏସଆଇଆରକୁ ଗୁରୁତ୍ୱପୂର୍ଣ୍ଣ କହିଲେ ମାୟାବତୀ, ବ୍ୟାପକ ଭାବେ ଭାଗ     ନେବାକୁ ଲୋକଙ୍କୁ ଅପିଲ


ଲକ୍ଷ୍ନୌ, 6 ଡିସେମ୍ବର (ହି.ସ.)- ବହୁଜନ ସମାଜ ପାର୍ଟି (ବିଏସପି) ର ଜାତୀୟ ଅଧ୍ୟକ୍ଷ

ମାୟାବତୀ ନିର୍ବାଚନ ଆୟୋଗ ଦ୍ୱାରା ମତଦାତା ସୂଚୀର ବିଶେଷ ଗହନ ପୁନଃସମୀକ୍ଷା (ଏସଆଇଆର) କୁ ଅତ୍ୟନ୍ତ

ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି। ସେ ଆହ୍ୱାନ କରିଛନ୍ତି ଯେ ବହୁଜନ ସମାଜ ସଚେତନତା ସହ

ପ୍ରଚୁର ସଂଖ୍ୟାରେ ଏଥିରେ ଭାଗ ନିଅନ୍ତୁ।

ବାବା ସାହେବ ଡ଼ା. ଭୀମରାଓ ଆମ୍ବେଦକରଙ୍କ ପରିନିର୍ବାଣ ଦିବସ ଅବସରରେ

ଶନିବାର ମାୟାବତୀ ଜୀ ଦିଲ୍ଲୀ ସ୍ଥିତ ନିଜ ନିବାସରେ ତାଙ୍କ ଛବିରେ ମାଲ୍ୟାର୍ପଣ କରି

ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଏହି ଅବସରରେ ସେ ସାରାଦେଶରେ ବାବା ସାହେବଙ୍କ ଅନୁଗାମୀମାନଙ୍କ

ଦ୍ୱାରା ଦିଆଯାଇଥିବା ଶ୍ରଦ୍ଧାଞ୍ଜଳି ପାଇଁ, ବିଶେଷଭାବେ ଉତ୍ତର ପ୍ରଦେଶର ଲୋକମାନଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି।

ମାୟାବତୀ ସରକାରକୁ ପ୍ରଶ୍ନ କରି କହିଛନ୍ତି ଯେ – “ବହୁଜନଙ୍କ ଭଲ ଦିନ

କେବେ ଆସିବ?”

ସେ କହିଛନ୍ତି ଯେ ସ୍ୱାଧୀନତା ଦିବସ, ଗଣତନ୍ତ୍ର ଦିବସ

ସହିତ ସମ୍ବିଧାନ ସୃଷ୍ଟା ବାବା ସାହେବଙ୍କ ଜୟନ୍ତୀ ଓ ପୁଣ୍ୟତିଥି ପର୍ବରେ ଏହି ପ୍ରଶ୍ନ ମନରେ

ଉଠେ – ସମ୍ବିଧାନର ପବିତ୍ର ମାନବତାବାଦୀ ଓ କଳ୍ୟାଣକାରୀ ଉଦ୍ଦେଶ୍ୟ ଉପରେ ଆଧାରିତ ଦେଶର କୋଟି

କୋଟି ବହୁଜନଙ୍କ 'ଆତ୍ମସମ୍ମାନ ଓ

ସ୍ୱାଭିମାନ ଯୁକ୍ତ ଭଲ ଦିନ’ କେବେ ଆସିବ?

ଦେଶର ଏକମାତ୍ର ଆମ୍ବେଦକରବାଦୀ ପାର୍ଟି ହେବାରୁ ବିଏସପିଏହି କଥାକୁ ନେଇ

ଚିନ୍ତିତ ଯେ ବାବା ସାହେବ ଯେଉଁମାନଙ୍କ ହକ୍ ଓ ଉନ୍ନତି ପାଇଁ ଆଜୀବନ ସଂଘର୍ଷ କରିଥିଲେ ଏବଂ

ଯାହାଙ୍କ ପାଇଁ ସମ୍ବିଧାନରେ ବହୁ ଅଧିକାର ଦେଇଥିଲେ — ସେହି କୋଟି କୋଟି ଶୋଷିତ-ପୀଡ଼ିତ ଦଳିତ ଓ

ଅନ୍ୟ ପଛୁଆ ବର୍ଗର ଲୋକମାନଙ୍କ ପାଇଁ ଏପର୍ଯ୍ୟନ୍ତ କାହିଁକି ଭଲ ଦିନ ଆସିନାହିଁ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande