
ଇମ୍ଫାଲ, ୭ ଡିସେମ୍ବର (ହି.ସ.)- ମଣିପୁରରେ ଦାଦାବଟି ଆଦାୟ ଏବଂ ଉଗ୍ରବାଦୀ କାର୍ଯ୍ୟକଳାପ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, ସୁରକ୍ଷା ବାହିନୀ ଏବଂ ରାଜ୍ୟ ପୋଲିସ ଗତ ୨୪ ଘଂଟା ମଧ୍ୟରେ ଏକ ବିଶାଳ ମିଳିତ ଅଭିଯାନ ଚଳାଇ ବିଭିନ୍ନ ଉଗ୍ରବାଦୀ ସଂଗଠନର ୧୧ ଜଣ କ୍ୟାଡରଙ୍କୁ ଗିରଫ କରିଛି । ଇମ୍ଫାଲ ପଶ୍ଚିମ, ଥୌବାଲ, ବିଷ୍ଣୁପୁର ଏବଂ କାକଚିଙ୍ଗ୍ ଜିଲ୍ଲାରେ କରାଯାଇଥିବା ଏହି ଅପରେସନ୍ ଉପତ୍ୟକା ଅଂଚଳରେ ସକ୍ରିୟ ନେଟୱାର୍କଗୁଡ଼ିକୁ ଦୁର୍ବଳ କରିବାର ରଣନୀତିକୁ ଆହୁରି ତ୍ୱରାନ୍ୱିତ କରୁଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ