କୃଷି ଋଣ କରାଇବା ନାମରେ ଲାଂଚ : ବ୍ୟାଙ୍କ ପରିଚାଳକ ଓ କର୍ମଚାରୀ ଗିରଫ
ନୂଆଦିଲ୍ଲୀ, ୭ ଡିସେମ୍ବର (ହି.ସ.)- କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଉତର ପ୍ରଦେଶର ଆଜମଗଡ଼ ଜିଲ୍ଲାରେ ଥିବା ଉତର ପ୍ରଦେଶ ଗ୍ରାମୀଣ ବ୍ୟାଙ୍କର ଦୁର୍ବାଶା ଶାଖାର ଶାଖା ପରିଚାଳକ ଏବଂ ଜଣେ ଚୁକ୍ତିଭିତିକ କର୍ମଚାରୀଙ୍କୁ ୨୦ ହଜାର ଟଙ୍କା ଲାଂଚ ନେବାବେଳେ ଗିରଫ କରିଛି । ଉଭୟଙ୍କ ବିରୁଦ୍ଧରେ କିଷାନ
କୃଷି ଋଣ କରାଇବା ନାମରେ ଲାଂଚ : ବ୍ୟାଙ୍କ ପରିଚାଳକ ଓ କର୍ମଚାରୀ ଗିରଫ


ନୂଆଦିଲ୍ଲୀ, ୭ ଡିସେମ୍ବର (ହି.ସ.)- କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଉତର ପ୍ରଦେଶର ଆଜମଗଡ଼ ଜିଲ୍ଲାରେ ଥିବା ଉତର ପ୍ରଦେଶ ଗ୍ରାମୀଣ ବ୍ୟାଙ୍କର ଦୁର୍ବାଶା ଶାଖାର ଶାଖା ପରିଚାଳକ ଏବଂ ଜଣେ ଚୁକ୍ତିଭିତିକ କର୍ମଚାରୀଙ୍କୁ ୨୦ ହଜାର ଟଙ୍କା ଲାଂଚ ନେବାବେଳେ ଗିରଫ କରିଛି । ଉଭୟଙ୍କ ବିରୁଦ୍ଧରେ କିଷାନ କ୍ରେଡିଟ୍ କାର୍ଡ (କେସିସି) ଋଣ ମଞ୍ଜୁର କରିବା ପାଇଁ ଲାଂଚ ଦାବି କରିବାର ଅଭିଯୋଗ ରହିଛି । ଗିରଫ ଅଭିଯୁକ୍ତ ଶ୍ରବଣ ଟଣ୍ଡନଙ୍କୁ (ଶାଖା ପରିଚାଳକ) ଏବଂ ବିଶ୍ୱରାମଙ୍କୁ (ଠିକା କର୍ମଚାରୀ) ଭାବରେ ଚିହ୍ନଟ କରାଯାଇଛି । ଉଭୟ ଆଜମଗଡ଼ରେ ଉତର ପ୍ରଦେଶ ଗ୍ରାମୀଣ ବ୍ୟାଙ୍କର ଦୁର୍ବାଶା ଶାଖାରେ ନିଯୁକ୍ତ ଥିଲେ ।

ସିବିଆଇ ଅନୁଯାୟୀ, ଅଭିଯୋଗ ପାଇବା ପରେ ଏଜେନ୍ସି ଡିସେମ୍ବର ୫ ରେ ଏକ ମାମଲା ପଞ୍ଜିକୃତ କରିଥିଲା । ଅଭିଯୋଗ ହୋଇଛି ଯେ, ବ୍ୟାଙ୍କ ଅଧିକାରୀ ୨.୫୨ ଲକ୍ଷ ଟଙ୍କାର କେସିସି ଋଣ ପାଇଁ ୧୦ ପ୍ରତିଶତ ହାରରେ ୨୫ ହଜାର ଟଙ୍କା ଲାଂଚ ମାଗୁଥିଲେ । ଆଲୋଚନା ପରେ, ଏହି ଅର୍ଥରାଶି ୨୦ ହଜାରକୁ ହ୍ରାସ କରାଯାଇଥିଲା । ଏହାପରେ, ସିବିଆଇ ଡିସେମ୍ବର ୬ ତାରିଖରେ ଏକ ଜାଲ ବିଛାଇ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଥିଲା, ଯେତେବେଳେ ସେମାନେ ଅଭିଯୋଗକାରୀଙ୍କ ଠାରୁ ଚୁକ୍ତି ହୋଇଥିବା ପରିମାଣ ଅର୍ଥରାଶି ଗ୍ରହଣ କରୁଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande