ବିଶ୍ଵ ବଜାରରେ ଟଙ୍କାର ମୂଲ୍ୟ ହ୍ରାସ ଓ ବିମାନ ସେବା ପରିଚାଳନା ନେଇ ଚିନ୍ତାବ୍ୟକ୍ତ କଲେ ମାୟାବତୀ
ଲକ୍ଷ୍ନୌ, ୭ ଡିସେମ୍ବର (ହି.ସ.)- ବହୁଜନ ସମାଜ ପାର୍ଟି (ବସପା) ର ରାଷ୍ଟ୍ରୀୟ ଅଧ୍ୟକ୍ଷା ମାୟାବତୀ ବିଶ୍ଵ ବଜାରରେ ଟଙ୍କାର ମୂଲ୍ୟ ହ୍ରାସ ଓ ବିମାନ ସେବା ପରିଚାଳନା ନେଇ ଚିନ୍ତାବ୍ୟକ୍ତ କରିଛନ୍ତି । ରବିବାର ସୋସିଆଲ ମିଡିଆ ଏକ୍ସ ରେ ଏକ ପୋଷ୍ଟରେ, ବସପା ମୁଖ୍ୟ ମାୟାବତୀ ଲେଖିଛନ୍ତି ଯେ, ଦେଶ ବେକା
ବିଶ୍ଵ ବଜାରରେ ଟଙ୍କାର ମୂଲ୍ୟ ହ୍ରାସ ଓ ବିମାନ ସେବା ପରିଚାଳନା ନେଇ ଚିନ୍ତାବ୍ୟକ୍ତ କଲେ ମାୟାବତୀ


ଲକ୍ଷ୍ନୌ, ୭ ଡିସେମ୍ବର (ହି.ସ.)- ବହୁଜନ ସମାଜ ପାର୍ଟି (ବସପା) ର ରାଷ୍ଟ୍ରୀୟ ଅଧ୍ୟକ୍ଷା ମାୟାବତୀ ବିଶ୍ଵ ବଜାରରେ ଟଙ୍କାର ମୂଲ୍ୟ ହ୍ରାସ ଓ ବିମାନ ସେବା ପରିଚାଳନା ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ।

ରବିବାର ସୋସିଆଲ ମିଡିଆ ଏକ୍ସ ରେ ଏକ ପୋଷ୍ଟରେ, ବସପା ମୁଖ୍ୟ ମାୟାବତୀ ଲେଖିଛନ୍ତି ଯେ, ଦେଶ ବେକାରୀ ଏବଂ ଦାରିଦ୍ର‌୍ୟର ଗମ୍ଭୀର ସମସ୍ୟାର ସମ୍ମୁଖୀନ ହେଉଛି । ଦିଲ୍ଲୀରେ ଗମ୍ଭୀର ବାୟୁ ପ୍ରଦୂଷଣ ସମସ୍ୟା ଓ ବିଶ୍ୱ ବଜାରରେ ଟଙ୍କାର ମୂଲ୍ୟ ହ୍ରାସ ଇତ୍ୟାଦିକୁ ନେଇ ଦେଶର ବର୍ତମାନ ଅବସ୍ଥା ଯାହା ରହିଛି ଏବଂ ଲୋକମାନେ ପ୍ରତିଦିନ ଯେଉଁଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତାକୁ ନେଇ ସମଗ୍ର ଦେଶ ଚିନ୍ତିତ ରହିଛି । ସାଧାରଣ ଲୋକଙ୍କ ସ୍ୱାର୍ଥରେ ବାବା ସାହେବ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ମାନବତାବାଦୀ ଏବଂ କଲ୍ୟାଣକାରୀ ସମ୍ବିଧାନକୁ ସଠିକ୍ ଭାବରେ କାର୍ଯ୍ୟକାରୀ କରି ଏହି ସମସ୍ୟାର ସମାଧାନ ଖୋଜାଗଲେ ଭଲ ହେବ ।

ସେ କହିଛନ୍ତି ଯେ, ସରକାରମାନେ ସେମାନଙ୍କର ବାଣିଜ୍ୟିକ ଆଭିମୁଖ୍ୟ ପରିତ୍ୟାଗ କରି ଜନସ୍ୱାର୍ଥ ଏବଂ କଲ୍ୟାଣ ପାଇଁ ଆନ୍ତରିକ ପ୍ରତିବଦ୍ଧତା ସହିତ ନୀତି, ଆଇନ ଏବଂ କାର୍ଯ୍ୟକ୍ରମ ପ୍ରଣୟନ କରିବା ଉଚିତ୍ । ସେତେବେଳେ ଯାଇ ସମସ୍ୟାର ସମାଧାନ ହୋଇପାରିବ ତଥା ଦେଶ ଓ ଜନହିତ ସମ୍ଭବ ହୋଇପାରିବ । ମାୟାବତୀ କହିଛନ୍ତି ଯେ, ଡକ୍ଟର ଭୀମରାଓ ଆମ୍ବେଦକର ସମଗ୍ର ଦେଶ ଓ ଜନହିତକୁ ଦୃଷ୍ଟିରେ ରଖି ଜୀବନ ବ୍ୟାପୀ କଠିନ ସଂଘର୍ଷ କରିଥିଲେ । ଶେଷରେ, ଦେଶର କୋଟି କୋଟି ବହୁଜନଙ୍କ ହିତ, କଲ୍ୟାଣ ଏବଂ ଉତ୍‌ଥାନ ନିମନ୍ତେ ଏଠାରେ ସମ୍ବିଧାନରେ ସେମାନଙ୍କୁ ଅଧିକାର ଦେଇ ଆଇନ ପ୍ରଣୟନ କରିଥିଲେ, ଯାହା ଉପରେ ସଠିକ୍ କାର୍ଯ୍ୟାନ୍ୱୟନ ଅତ୍ୟନ୍ତ ଜରୁରୀ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande