
ରାୟପୁର, 7 ଡିସେମ୍ବର (ହି.ସ.)- ଛତିଶଗଡ଼ର ଜଶପୁର ଜିଲ୍ଲାରେ ଶନିବାର ବିଳମ୍ବିତ ରାତିରେ ଏନଏଚ-43 ର ପତରାଟୋଲି
ନିକଟରେ ଏକ ଦ୍ରୁତଗାମୀ କାର ରାସ୍ତା କଡରେ ଠିଆ ହୋଇଥିବା ଟ୍ରେଲର ସହ ଧକ୍କା ହୋଇଛି । ଧକ୍କା
ଏତେ ଜୋରଦାର ଥିଲା କି କାରଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି ଏବଂ ସେଥିରେ ଥିବା ସମସ୍ତ ପାଞ୍ଚଜଣ ଲୋକ
ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଛନ୍ତି। ଏହି ଘଟଣା ଦୁଲଦୁଲା ଥାନା ଅଞ୍ଚଳରେ ଘଟିଛି।
କୁହାଯାଉଛି ଯେ କାରଟି କୁନକୁରିରୁ ଜଶପୁର ଯାଉଥିବା ସମୟରେ ଏହି
ଦୁର୍ଘଟଣା ଘଟିଛି। ମୃତକମାନେ ଜଶପୁର ଜିଲ୍ଲାର ଚରାଇଡାଣ୍ଡ ଅଞ୍ଚଳର ବସିନ୍ଦା ବୋଲି ଜଣାପଡ଼ିଛି।
ଦୁଲଦୁଲା ଥାନା ପ୍ରଭାରୀ କେ.କେ. ସାହୁ କହିଛନ୍ତି ଯେ ମୃତକଙ୍କ ପରିଜନଙ୍କ ସହ ଯୋଗାଯୋଗ
କରାଯାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା