
ନୂଆଦିଲ୍ଲୀ, 7 ଡିସେମ୍ବର (ହି.ସ.)- ପୂର୍ବ ଲଦାଖରେ 12,000 ଫୁଟ୍ରୁ ଅଧିକ ଉଚ୍ଚତାରେ
ନିର୍ମିତ ଶ୍ୟୋକ ସୁଡଙ୍ଗ ରବିବାର ଠାରୁ ସେନା ପାଇଁ ଖୋଲାଯାଇଛି। ପ୍ରତିରକ୍ଷାମନ୍ତ୍ରୀ ରାଜନାଥ
ସିଂହ ଆଜି ଏହାର ଉଦ୍ଘାଟନ କରିଛନ୍ତି। ଏହା ପରେ ପୂର୍ବ ଲଦାଖର ଡେପସାଙ୍ଗ–ଡିବିଓ (ଦୌଲତ ବେଗ
ଓଲ୍ଡି) ସେକ୍ଟର ପର୍ଯ୍ୟନ୍ତ ଭାରତୀୟ ସେନାର ପହଞ୍ଚ ଏବେ ଅଧିକ ତ୍ୱରିତ, ସୁରକ୍ଷିତ ଓ
ସୁବିଧାଜନକ ହେବ। ପ୍ରବଳ ବରଫବର୍ଷା ସମୟରେ ମଧ୍ୟ ସେନା, ଅସ୍ତ୍ର–ଶସ୍ତ୍ର ଓ ଲଜିଷ୍ଟିକ୍ ଗତିବିଧିର ଗତି ଅନେକ
ଗୁଣା ବଢ଼ିଯିବ, ଯାହା ଏଲଏସିର
ସମ୍ବେଦନଶୀଳ ଅଞ୍ଚଳରେ ପରିଚାଳନା ତତ୍ପରତାକୁ ଆହୁରି ମଜବୁତ କରିବ।
ପୂର୍ବ ଲଦାଖରେ ଶ୍ୟୋକ ନଦୀ ଅଞ୍ଚଳ ନିକଟରେ ନିର୍ମିତ ଏହି ଶ୍ୟୋକ ସୁଡଙ୍ଗ
ଏକ ରଣନୀତିକ ସୁଡଙ୍ଗ, ଯାହା
ଦରବୁକ–ଶ୍ୟୋକ–ଦୌଲତ ବେଗ ଓଲ୍ଡି ବାଟକୁ ସମସ୍ତ ଋତୁରେ ସଂଯୁକ୍ତ କରିବା ପାଇଁ ତିଆରି କରାଯାଇଛି।
ଏହା 322 କିଲୋମିଟର ଲମ୍ବା ଦରବୁକ–ଶ୍ୟୋକ–ଡିବିଓ ରୋଡର ଏକ ଅଂଶ, ଯାହା ଭାରତୀୟ
ସେନାର ସବୁଠୁ ଗୁରୁତ୍ୱପୂର୍ଣ୍ଣ ରଣନୀତିକ ଯୋଗାଣ ରେଖାମାନଙ୍କ ମଧ୍ୟରୁ ଗୋଟିଏ। ଏହି ସଡ଼କ୍
ଚୀନ ସୀମାର ନିୟନ୍ତ୍ରଣ ରେଖାନିକଟରେ ପହଞ୍ଚେ, ଯେଉଁଥିପାଇଁ ଏହି ସୁଡଙ୍ଗ ସେନା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ପାହାଡ଼ ଅଞ୍ଚଳର ଉଚ୍ଚ ଦର୍ରାଗୁଡ଼ିକ ଶୀତକାଳରେ ପ୍ରବଳ ବରଫବର୍ଷା ଓ
ହିମସ୍ଖଳନର କାରଣରେ ପ୍ରାୟତଃ ବନ୍ଦ ହୋଇଯାଆନ୍ତି, ଯାହାରୁ ସେନା ଓ ସାମଗ୍ରୀର ଯୋଗାଣରେ ପ୍ରଭାବ ପଡ଼େ। ନୂଆ ଶ୍ୟୋକ ସୁଡଙ୍ଗ
ଏହି ସମସ୍ୟାକୁ ଦୂର କରିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା