

ବଲାଙ୍ଗିର, ୮ ଡିସେମ୍ବର (ହି.ସ.)- ୬ ତାରିଖ ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଗୁଡଭେଲା ସେକ୍ସନର ରାଣୀମାଲରୁ ବାଗ ବାହାଲ ପର୍ଯ୍ୟନ୍ତ ଆରଡି ରୋଡର ଘୁନା ଗ୍ରାମ ନିକଟରେ, ଦେଓଗାଁ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରିବା ସମୟରେ ୧୫୦ଟି ସବୁଜ ପୋଲ ବୋଝେଇ ଗୋଟିଏ ଟ୍ରାକ୍ଟର ନମ୍ବର(ଓ ଡି 03ଟି 1206) ଜବତ କରିଥିଲେ । ଘଟଣାସ୍ଥଳରୁ ଜଣେ ବ୍ୟକ୍ତିଙ୍କୁ ଅଟକ ରଖାଯାଇଥିଲା। ଜବତ ଟ୍ରାକ୍ଟର ଏବଂ ସାମଗ୍ରୀଗୁଡ଼ିକୁ ସେକ୍ସନ ଅଫିସ କ୍ୟାମ୍ପସକୁ ଅଣାଯାଇଛି । ଏନେଇ ସବିଶେଷ ତଦନ୍ତ ଜାରି ରହିଅଛି ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ