

ବଲାଙ୍ଗିର, 8 ଡିସେମ୍ବର (ହି.ସ.)
ମାଁ ମାହେଶ୍ଵରୀ ସେନା ତରଫରୁ ୪ର୍ଥ ବାର୍ଷିକ ପାଇଁ ମାହେଶ୍ଵରୀ ମହୋତ୍ସବ ଆୟୋଜିତ ହୋଇଯାଇଛି । ଆମ ଅଂଚଳର ସଂସ୍କୃତି ପରମ୍ପରା ପ୍ରଚାର ପ୍ରସାର ଏବଂ ଲୁକ୍କାୟିତ ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ପାଇଁ ମାଁ ମାହେଶ୍ଵରୀ ସେନା ର ଏକ ପ୍ରୟାସ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା ସରକାରଙ୍କ ସହଯୋଗରେ ମାଁ ମାହେଶ୍ଵରୀ ସେନା ତରଫରୁ ଡିସେମ୍ବର ୬ ଓ ଡିସେମ୍ବର ୭ ତାରିଖ ଦୁଇଦିନ ଧରି ବଲାଙ୍ଗୀର କୋଶଲ କଳାମଣ୍ଡପ ବଲାଙ୍ଗିର ଠାରେ ମାହେଶ୍ଵରୀ ମହୋତ୍ସବ ୨୦୨୫ ଅନୁଷ୍ଠିତ ହୋଇଯାଇଛି । ଏହି ମହୋତ୍ସବର ପ୍ରଥମ ଦିନରେ କିରାବାହାଲ, ରାନିପାଲି ସ୍ଥିତ ମାଁ ମାହେଶ୍ଵରୀ ମନ୍ଦିର ଠାରେ ପ୍ରଥମେ ପୂଜାର୍ଚ୍ଚନା ହୋଇ ଏକ ବିଶାଳ ମସାଲ ଶୋଭାଯାତ୍ରା ବଲାଙ୍ଗିର ସହରଭିମୂଖେ ବାହାରିଥିଲା । ବଲାଙ୍ଗିର ସହର ପି.ଆର୍ ହାଇସ୍କୁଲ ପଡିଆଠାରୁ ଏହି ଶୋଭାଯାତ୍ରା ପାଟଣେଶ୍ୱରି ମନ୍ଦିର-ସମଲେଇ ମନ୍ଦିର ହୋଇ କୋଶଲ କଳାମଣ୍ଡପ ଠାରେ ପହଂଚିଥିଲା । ଏହି ଶୋଭାଯାତ୍ରାରେ ପାଖାପାଖି ୨୦୦୦ ରୁ ଅଧିକ ଲୋକ ସାମିଲ ହୋଇଥିବା ବେଳେ ପାରମ୍ପାରିକ ସିଂହବାଦ୍ୟ, ବାଳିଖେଳ, ଦୁଲ୍ଦୁଲି, ଘୁଡକା ଓ ପରସୌଭା ନୃତ୍ୟ ମଧ୍ୟସାମିଲ ହୋଇଥିଲେ । ମାହେଶ୍ଵରୀ କଳାମଣ୍ଡପ ଠାରେ ପହଂଚିବା ପରେ ମଂଚ ପୂଜା କରାଯାଇଥିଲା ଏବଂ ଆନୁଷ୍ଠାନିକ ଭାବରେ ଏହି ମହୋତ୍ସବ ଉଦ୍ଘାଟନ ହୋଇଥିଲା । ଏହି ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ଡୁମାଲ ସମାଜ ପରିଷଦ ସଭାପତି ଦୟାସାଗର ମେଣ୍ଡୁଳି, ରାଜ୍ୟ ଡୁମାଲ ପରିଷଦ ଯୁବ ସଭାପତି ତଥା ଦେଓଗାଁ ବ୍ଲକ ଅଧ୍ୟକ୍ଷ ତଥା ମାଁ ମାହେଶ୍ଵରୀ ସେନା ଉପଦେଷ୍ଟା ଦୟାନିଧି ଖମାରୀ, ରାଜ୍ୟ ଡୁମାଲ ପରିଷଦ ପୂର୍ବତନ ସଭାପତି ସୁଧିର କର୍ଣ୍ଣ, ରାଜ୍ୟ ଡୁମାଲ ପରିଷଦ ବଲାଙ୍ଗିର ଜିଲ୍ଲା ସଭାପତି ଲମ୍ବୋଦର ମହାକୁର, ରାଜ୍ୟ ଡୁମାଲ ପରିଷଦ ବୌଦ୍ଧ ଜିଲ୍ଲା ସଭାପତି ଶିତାଂସୁ ଶେଖର ମହାକୁଡ, ରାଜ୍ୟ ଡୁମାଲ ପରିଷଦ ବରଗଡ ଜିଲ୍ଲା ସଭାପତି ଗଣେଷ ପ୍ରଧାନ, ଓଡିଶା ପ୍ରଶାସନିକ ଅଧୁକାରୀ କାର୍ଯ୍ୟାରତ ଆର୍ତ୍ତତ୍ରାଣ ଥାଟି, ରାଜ୍ୟ ଡୁମାଲ ପରିଷଦ ଅନୁଗୁଳ ସଭାପତି ଭଗବାନ କର୍ଣ୍ଣ, ରାଜ୍ୟ ଡୁମାଲ ପରିଷଦ ମହିଳା ସଭାନେତ୍ରୀ ହେମବତୀ କରନ, ମାହେଶ୍ଵରୀ ସେନା ଉପଦେଷ୍ଟା ମୁରଲୀ ମହାକୁର, ମାହେଶ୍ଵରୀ ସେନା ଉପଦେଷ୍ଟା ସୁଧୀର ମହାକୁଡ଼, ମାହେଶ୍ଵରୀ ସେନା ଉପଦେଷ୍ଟା ସଂଯୁକ୍ତା ପ୍ରଧାନ ଯୋଗ ଦେଇଥିଲେ । ଏହି ଉଦଘାଟନୀ ସଭାରେ ମାହେଶ୍ଵରୀ ସେନା ରାଜ୍ୟ ସଭାପତି ଥବିର କର୍ମି ଅତିଥି ପରିଚୟ କରିଥିବା ବେଳେ ଦୟାନିଧି ଖାମାରୀ ସଭା ସଂଯୋଜନା କରିଥିଲେ ଶେଷରେ ମାହେଶ୍ଵରୀ ସେନା କାର୍ଯ୍ୟକାରୀ ସଭାପତି କୁବେର ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ । ସଭାରେ ଉପସ୍ଥିତ ଅତିଥି ମାନେ ମାହେଶ୍ଵରୀ ସଂସ୍କୃତି ଓ ଆଜିର ସମାଜରେ ଯୁବ ପୀଢିଙ୍କ ଭୂମିକା ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ ।ଓଡିଶା ପ୍ରଶାସନିକ ସେବା କାର୍ଯ୍ୟରତ ଆର୍ତ୍ତତ୍ରାଣ ଥାଟିକୁ ସମ୍ମାନିତ କରିବା ସହ ବିଭିନ୍ନ ବର୍ଗରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଭା ମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ପରେ ବଉଳି କଳା ପରିଷଦ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
୨ୟ ଦିବସ ଉଦଯାପନୀ ସମାରୋହରେ ମାଂଚ୍ ପୂଜାର୍ଚ୍ଚନା ପରେ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା । ଆଜିର ଏହି ଉଦଯାପନୀ ଉତ୍ସବରେ ମାଁ ମାହେଶ୍ୱରୀ ସେନାର ସମସ୍ତ ଉପଦେଷ୍ଟା ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ଫକିର କର୍ଣ, ଦୟାନିଧ ଖମାରୀ, ଶିବ ପଧାନ, ସୁଧୁର ମହାକୁଡ, ପୁଷ୍ପାଞ୍ଜଳି କଲତା, ସରୋଜ କମ, ମୁରଲୀ ମହାକୁର, ଲୋକନାଥ ଗେଜୋ, ଦେବଜାନୀ ମେଶୁଆ, ଯୋଗ ଦେଇଥିଲେ । ମାଁ ମାହେଶ୍ଵରୀ ସେନାର ସମସ୍ତ ସଦସ୍ୟ ମାନଙ୍କୁ ଉତ୍ସାହିତ କରିବା ସହ ସମାଜର ହିତ ପାଇଁ କରୁଥିବା ସମସ୍ତ କାର୍ଯ୍ୟ ପାଇଁ ତାଙ୍କୁ ପ୍ରସଂଶା କରିଥିଲେ । ଏହି ପରିପେକ୍ଷୀରେ ବିଭିନ୍ନ୍ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ, ବ୍ୟକ୍ତି ବିଶେଷ, ବିଭିନ୍ନ ପ୍ରତିଭା ମାନଙ୍କୁ ସମ୍ମାନିତ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମରେ ଶଙ୍କର ବେହେରା ସଂଗୀତ ସାଧନା ଓ ଗ୍ରୁପ, ବରିଷ୍ଠ କଳାକାର ନବୀନ କୁଅଁର ସହ ଅମର ଦାସ, ହୀମାନୀ ହଂସରାଜ, ରକଷ୍ଟାର ରିଦିମ ଗୃପ୍ ନିବାସ ଙ୍କ ଗୀତରେ ଝୁମୀ ଉଠିଥିଲା କୋଶଳ କଳାମଣ୍ଡପ ପଡିଆ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ