
ଜୟପୁର, ୦୮ ଡିସେମ୍ବର(ହି.ସ.) – ଅଟୋ ଓଲଟି ଜଣେ ମୃତ ହୋଇଥିବା ନେଇ ଜୟପୁର ସଦର ଥାନାରେ ଅଭିଯୋଗ ହୋଇଛି। ଭାରସାମ୍ୟ ହରାଇ ଅଟୋ ଓଲଟିବା ଫଳରେ ଅଟୋ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ନେଇ ସଦରଥାନାରେ ଏକ ମାମଲା ରୁଜୁ ହୋଇଛି। ପୋଲିସ ସୂଚନା ଅନୁଯାୟୀ ନୂଆପୁଟ ଗ୍ରାମର ରବି ଖରା(୨୦) ଅଟୋ ଧରି ଯାଉଥିବା ସମୟରେ ଭାରସାମ୍ୟ ହରାଇ ଅଟୋଟି ଓଲଟି ପଡିଥିଲା ଯାହଫଳରେ ଅଟୋ ତଳେ ଚାପି ହୋଇ ରବି ଖରାଙ୍କ ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରେ ପରିବାର ଲୋକେ ପହଁଚି ରବିକୁ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଆଣିବା ସମୟରେ ରାସ୍ତାରେ ମୃତ୍ୟୁ ହୋଇଯାଇଥିଲା। ଏନେଇ ଜୟପୁର ସଦର ପୋଲିସ ମାମଲା ରୁଜୁ କରି ଶବବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ସଦର ଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତ।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି