
ଜୟପୁର, 8 ଡିସେମ୍ବର (ହି.ସ.)ଓଡିଶା କନିଷ୍ଠ ଶିକ୍ଷକ ସ˚ଘର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଆସନ୍ତା ଡିସେମ୍ବର ୧୦ ତାରିଖରୁ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଆଜି ଜିଲ୍ଲା ଶିକ୍ଷାଧିକାରୀ ଚନ୍ଦନ ନାୟକଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଗତ ଅଗଷ୍ଟ ମାସ ୨୨ ତାରିଖରୁ ମୁଖ୍ୟମନ୍ତ୍ରୀ କନିଷ୍ଠ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନିୟମିତ କଲୁ ବୋଲି ଘୋଷଣା କରିଲେ ମାତ୍ର ୩ ମାସରୁ ଉର୍ଦ୍ଧ ସମୟ ବିତିଗଲା ପରେ ମଧ୍ୟ ଆଜି ଯାଏଁ ସରକାରୀ ନିର୍ଦ୍ଧେଶନାମା ବାହାରି ପାରିନାହିଁ। ଏଣୁ ସରକାରଙ୍କ ପାଖରେ ଦାବି କରାଯାଉଛି କି ଆସନ୍ତା ଡିସେମ୍ବର ୧୦ ତାରିଖରୁ ସମଗ୍ର ଓଡିଶାରେ ଯୋଜନାଭିତ୍ତିକ କନିଷ୍ଠ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଆନ୍ଦୋଳନରେ ଓହ୍ଲାଇବେ ବୋଲି ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି।
ଆନ୍ଦୋଳନକୁ ଓହ୍ଲାଇବେ କନିଷ୍ଠ ଶିକ୍ଷକ। ଆସନ୍ତା ୧୦ ତାରିଖ ଠାରୁ ରାଜ୍ୟ କନିଷ୍ଠ ଶିକ୍ଷକ ସଂଘ ଚୁକ୍ତି ଭିତ୍ତିକ ପ୍ରଥା ଉଚ୍ଛେଦ ଦାବିରେ ଭୁବନେଶ୍ୱର ଲୋୟର ପିଏମଜି ଠାରେ ଧାରଣାରେ ବସିବେ।ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ଅଗଷ୍ଟ ୨୨ ତାରିଖରେ କନିଷ୍ଠ ଶିକ୍ଷକ ଙ୍କୁ ରେଗୁଲାର କରାଯିବ ବୋଲି କହିଥିଲେ କିନ୍ତୁ ଦୀର୍ଘ ୪ ମାସ ବିତି ଯାଇଥିଲେ ବି ଏ ପର୍ଯ୍ୟନ୍ତ କୌଣସି ସରକାରୀ ଦସ୍ତାବିଜ ବାହାର କରିନାହାନ୍ତି କିମ୍ବା ନିୟମିତ କରିବା ନେଇ କିଛି ବି ପଦକ୍ଷେପ ନେଉ ନାହାନ୍ତି। ଯାହାକୁ କନିଷ୍ଠ ଶିକ୍ଷକ ସଂଘ ନିନ୍ଦା କରିବା ସହ ଆନ୍ଦୋଳନକୁ ଓହ୍ଲାଇବ ବୋଲି ନିଷ୍ପତ୍ତି ନେଇଛି। ଏ ନେଇ ଆଜି ଜୟପୁର ବ୍ଲକର ସମସ୍ତ କନିଷ୍ଠ ଶିକ୍ଷକ ଓ ଶିକ୍ଷୟିତ୍ରୀ ଜୟପୁର ଗୋଷ୍ଠୀ ଶିକ୍ଷାଧିକାରୀ ଚନ୍ଦନ କୁମାର ନାୟକଙ୍କ ଜରିଆରେ ଜିଲ୍ଲା ଶିକ୍ଷାଧିକାରୀ ଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଏବଂ ଆସନ୍ତା ୧୦ ତାରିଖ ଠାରୁ ସମସ୍ତେ ବ୍ୟକ୍ତିଗତ ଛୁଟି ନେଇ ଆନ୍ଦୋଳନରେ ଯୋଗଦାନ କରିବେ ବୋଲି କନିଷ୍ଠ ଶିକ୍ଷକ ସଂଘର ସଭାପତି ଅଜିତ କୁମାର ବେହେରା କହିଛନ୍ତି। ଜୟପୁର ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଦେବୀପ୍ରସାଦ ଦାସ, ସମ୍ପାଦକ ପ୍ରଦୀପ କୁମାର ମିଶ୍ର, ସହ ସମ୍ପାଦକ ମନୋରଞ୍ଜନ ପଲାଇ, କୋଷାଧ୍ୟକ୍ଷ ପୁରନ୍ଧର ନାୟକ, କନିଷ୍ଠ ଶିକ୍ଷକ ସଂଘ ର ଉପ ସଭାନେତ୍ରୀ ପ୍ରତିମା ବେହେରା, ଉପଦେଷ୍ଟା କରୁଣାମୟ ପୃଷ୍ଟି, ଯୋଗେଶ ଦଣ୍ଡସେନା, ରାକେଶ ପ୍ରଧାନ, ନିର୍ମଳ ତଣ୍ଡକା ଶିକ୍ଷକ ସ˚ଘ ସଭାପତି ଅଜିତ କୁମାର ବେହେରା, ରାକେଶ କୁମାର ପ୍ରଧାନ,ଉପସଭାପତି ପ୍ରତୀମା ବେହେରା ରଶ୍ମୀଦାସ, ରଶ୍ମୀ ରେଖା ବେହେରାଙ୍କ ସମେତ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି