ବିଏମସି , ବିଡିଏ ପକ୍ଷରୁ ମିଳିତ ଅଭିଯୋଗ ଶୁଣାଣି
ଭୁବନେଶ୍ୱର, ୦୮ ଡିସେମ୍ବର (ହି.ସ)- ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି), ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ (ବିଡିଏ) ଏବଂ ସ୍ମାର୍ଟ ସିଟିର ମିଳିତ ଅଭିଯୋଗ ଶୁଣାଣି ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ବିଏମ୍ ସି ମୁଖ୍ୟାଳୟସ୍ଥିତ ଏଲ୍‌.ଜି. ମିନି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣା
ବିଏମସି , ବିଡିଏ ପକ୍ଷରୁ ମିଳିତ ଅଭିଯୋଗ ଶୁଣାଣି


ଭୁବନେଶ୍ୱର, ୦୮ ଡିସେମ୍ବର (ହି.ସ)- ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି), ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ (ବିଡିଏ) ଏବଂ ସ୍ମାର୍ଟ ସିଟିର ମିଳିତ ଅଭିଯୋଗ ଶୁଣାଣି ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି ।

ବିଏମ୍ ସି ମୁଖ୍ୟାଳୟସ୍ଥିତ ଏଲ୍‌.ଜି. ମିନି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣି ଶିବିରରେ ଶତାଧିକ ଲୋକ ସେମାନଙ୍କର ବିଭିନ୍ନ ସମସ୍ୟା ନେଇ ଆସିଥିଲେ । ବିଏମ୍ ସି କମିଶନର-ବିଡିଏ ଉପାଧ୍ୟକ୍ଷ ତଥା ସ୍କାର୍ଟ ସିଟିର ପରିଚାଳନା ନିର୍ଦେଶକ ଚଂଚଳ ରାଣା ଲୋକମାନଙ୍କର ଅଭିଯୋଗ ଶୁଣିବା ସହ ସେମାନଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ନିର୍ଦେଶ ଦେଇଛନ୍ତି। ଏହି ଅଭିଯୋଗ ଶୁଣାଣି ଶିବିରରେ ବିଏମ୍ ସି, ବିଡିଏ, ସ୍ମାର୍ଟ ସିଟି ଓ ଲାଇନ ଡିପାର୍ଟମେଂଟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande