ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ
Bhubaneswar, 8 ଡିସେମ୍ବର (ହି.ସ.) ଭୁବନେଶ୍ଵର ମହାନଗର ନିଗମ (ବିଏମ୍ ସି), ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏବଂ ସ୍ମାର୍ଟ ସିଟିର ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ବିଏମ୍ ସି ମୁଖ୍ୟାଳୟସ୍ଥିତ ଏଲ୍.ଜି. ମିନି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣି ଶିବିରର
ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ


Bhubaneswar, 8 ଡିସେମ୍ବର (ହି.ସ.)

ଭୁବନେଶ୍ଵର ମହାନଗର ନିଗମ (ବିଏମ୍ ସି), ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏବଂ ସ୍ମାର୍ଟ ସିଟିର ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ବିଏମ୍ ସି ମୁଖ୍ୟାଳୟସ୍ଥିତ ଏଲ୍.ଜି. ମିନି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣି ଶିବିରରେ ଶତାଧିକ ଲୋକ ସେମାନଙ୍କର ବିଭିନ୍ନ ସମସ୍ୟା ନେଇ ଆସିଥିଲେ । ବିଏମ୍ ସି କମିଶନର-ବିଡିଏ ଉପାଧ୍ୟକ୍ଷ ତଥା ସ୍କାର୍ଟ ସିଟିର ପରିଚାଳନା ନିର୍ଦେଶକ ଶ୍ରୀ ଚଞ୍ଚଳ ରାଣା ଲୋକମାନଙ୍କର ଅଭିଯୋଗ ଶୁଣିବା ସହ ସେମାନଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ନିର୍ଦେଶ ଦେଇଛନ୍ତି । ଏହି ଅଭିଯୋଗ ଶୁଣାଣି ଶିବିରରେ ବିଏମ୍ ସି, ବିଡିଏ, ସ୍ମାର୍ଟ ସିଟି ଓ ଲାଇନ ଡିପାର୍ଟମେଣ୍ଟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande