
ଭୁବନେଶ୍ୱର, ୦୮ ଡିସେମ୍ବର (ହି.ସ)- ହଜାର ହଜାର ଅପରାଧୀଙ୍କ ନାଁରେ ଗିରଫ ପରୱାନା ଜାରି ହୋଇଥିଲେ ବି କାର୍ଯ୍ୟକାରୀ ହୋଇନି । ରାଜ୍ୟରେ ୩୪ ହଜାର ୬୩୬ ଜଣଙ୍କ ନାଁରେ ଗିରଫ ପରୱାନା ଜାରି ହୋଇଛି। ଏହା ସତ୍ୱେ ସେମାନେ ଗିରଫ ହୋଇନାହାନ୍ତି। ସର୍ବାଧିକ ପୁରୀରେ ୨ ହଜାର ୪୫୭, ଭଦ୍ରକ ରେ ୨୪୨୩, ବାଲେଶ୍ୱର ରେ ୨୧୩୪, ଭୁବନେଶ୍ୱରରେ ୧୯୫୬ ଜଣ ଅପରାଧୀ ଖୁଲମ ଖୁଲା ବୁଲୁଛନ୍ତି। ବିଧାନସଭାରେ ଏହା ଲିଖିତ ଉତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା