ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ; ଛୁରା ମାଡ଼ରେ ଜଣେ ଛାତ୍ର ଗୁରୁତର : ପ୍ରତିବାଦରେ ମହାବିଦ୍ୟାଳୟ ଫାଟକରେ ତାଲା ପକାଇଲେ ଗ୍ରାମବାସୀ
ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ; ଛୁରା ମାଡ଼ରେ ଜଣେ ଛାତ୍ର ଗୁରୁତ୍ତର
Chhuramada


Chhuramada


Chhuramada


ବାରିପଦା, ୮ ଡିସେମ୍ବର (ହି.ସ.)- ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅଧିନ ବାଇଗଣବାଡ଼ିଆ ବି.ବି. ମହାବିଦ୍ୟାଳୟରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଜଣେ ଛାତ୍ରଙ୍କୁ ଛୁରାମାଡ଼ ହୋଇଛି । ଏଥିରେ ଛାତ୍ରଙ୍କ ଅନ୍ତବୁଜୁଳା ବାହାରକୁ ବାହାରି ଆସିଛି। ତାଙ୍କ ମୁଣ୍ଡରେ ମଧ୍ୟ ଆଘାତ ଲାଗିଛି। ଗୁରୁତର ଛାତ୍ର ଜଣକ ହେଲେ ମହାବିଦ୍ୟାଳୟର ଯୁକ୍ତ ଦୁଇ ବାଣିଜ୍ୟ ବିଭାଗର ଦ୍ୱିତୀୟ ବର୍ଷ ଛାତ୍ର ପ୍ରହ୍ଲାଦ ବିନ୍ଧାଣି। ଛୁରାମାଡ଼ କରିଥିବା ଛାତ୍ର ଜଣକ ବାରିପଦା ସଦର ଥାନା ଅଧୀନ ଦାମୋଦରପୁର ଗ୍ରାମର ବୋଲି ଜଣାପଡିଛି। ସେ ମଧ୍ୟ ବାଣିଜ୍ୟ ଦ୍ଵିତୀୟ ବର୍ଷର ଛାତ୍ର। ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ। ଘଟଣାକୁ ନେଇ କଲେଜ ପରିସରରେ ଉତ୍ତେଜନା ଦେଖାଦେଇଛି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

ଘଟଣାର ପ୍ରତିବାଦରେ ମହାବିଦ୍ୟାଳୟ ଫାଟକରେ ତାଲା ପକାଇଛନ୍ତି ଉତ୍ୟକ୍ତ ଗ୍ରାମବାସୀ। ଭିତରେ ଅଧ୍ୟାପକ ଓ କର୍ମଚାରୀ ଅଟକ ଅଛନ୍ତି। ଗୁରୁତର ଛାତ୍ରଙ୍କୁ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତରିତ କରାଯାଇଛି । ତେବେ ଏହି ଛାତ୍ର ସଂଘର୍ଷ ଏକତରଫା ପ୍ରେମକୁ ନେଇ ହୋଇଥିବାର ଚର୍ଚ୍ଚା ହେଉଛି ।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande