
କେନ୍ଦୁଝର, 8 ଡିସେମ୍ବର (ହି.ସ.)ଘଟଗାଁ ବ୍ଲକ ଢେଙ୍କିକୋଟ କ୍ଳଷ୍ଟର ତରଫରୁ ଶିକ୍ଷାସଭାରେ ଆସ ଆମେ ସ୍କୁଲ ଯିବା କାର୍ଯ୍ୟକ୍ରମ ସ୍ଥାନୀୟ ସତ୍ୟନାରାୟଣ ବିଦ୍ୟାପୀଠ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ ସିଆରସିସି ଜିତେନ୍ଦ୍ର କୁମାର ଗିରି।କାର୍ଯ୍ୟକ୍ରମରେ ନିମନ୍ତ୍ରିତ ହୋଇ ମୁଖ୍ୟ ଅତିଥିଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବଳଭଦ୍ର ମହାନ୍ତ, ମୁଖ୍ୟବକ୍ତା ଭାବରେ ବରିଷ୍ଠ ସାମ୍ବାଦିକ ସଞ୍ଜୟ କୁମାର ସାହୁ, ସମ୍ମାନିତ ଅତିଥିଭାବେ ସତ୍ୟନାରାୟଣ ବିଦ୍ୟାପୀଠର ପ୍ରଧାନ ଶିକ୍ଷୟତ୍ରୀ ସ୍ଵର୍ଣ୍ଣ ମଞ୍ଜରି ସାହୁ,ସ୍ଥାନୀୟ ମଧ୍ଯଇଂରାଜୀ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅମୂଲ୍ୟ କୁମାର ଦତ୍ତ,ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ଶିକ୍ଷକ ସଦାଶିବ ବେହେରା। ଧନ୍ୟବାଦ ଅର୍ପଣ କରିଥିଲେ ଘଟଗାଁ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ରମେଶ ଚନ୍ଦ୍ର ମହାନ୍ତ। ପ୍ରଥମେ ମା' ତାରିଣୀଙ୍କ ଫଟୋ ଚିତ୍ରରେ ଧୂପ ଦୀପ ପ୍ରଜ୍ବଳନ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ମୁକ୍ତ ଓ ବାଧ୍ୟତାମୂଳକ ଶିକ୍ଷା ପାଇଁ କିପରି ୬ ରୁ ୧୮ବର୍ଷ ମଧ୍ୟରେ ସବୁ ପିଲା ସ୍କୁଲ ଯିବେ,ପାଠ ପଢିବେ ଓ ସେ ସମ୍ପର୍କରେ ସରକାରଙ୍କ ନୀତି ନିୟମ ଉପରେ ଆଲୋଚନା ହୋଇଥିଲା। ତତ ସହିତ ଶିଶୁ ଶ୍ରମିକ, ବାଲ୍ୟ ବିବାହ ଓ ମହିଳା ମାନଙ୍କ ଅସହାୟ ଉପରେ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ଆସ୍ପାୟାର ସଦସ୍ୟ ସଂଗ୍ରାମ କେଶରୀ ରାଉତ, ଆଶିଷ ଦଳେଇ ,ସ୍ଵାଗତିକା ବେହେରା, ରୀନାରାଣୀ ମହାନ୍ତଙ୍କ ସମେତ ସତ୍ୟନାରାୟଣ ବିଦ୍ୟାପୀଠର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA